ETV Bharat / bharat

CEC, ECsଙ୍କ ନିଯୁକ୍ତି ସମ୍ପର୍କିତ ବିଲ୍‌ ରାଜ୍ୟସଭାରେ ପାରିତ

author img

By ETV Bharat Odisha Team

Published : Dec 12, 2023, 9:31 PM IST

CEC, ECsଙ୍କ ନିଯୁକ୍ତି ସମ୍ପର୍କିତ ବିଲ୍‌ ରାଜ୍ୟସଭାରେ ପାରିତ । ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରଙ୍କ ନିଯୁକ୍ତି କରିବ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚୟନ କମିଟି । ଅଧିକ ପଢନ୍ତୁ

CEC, ECsଙ୍କ ନିଯୁକ୍ତି ସମ୍ପର୍କିତ ବିଲ୍‌ ରାଜ୍ୟସଭାରେ ପାରିତ
CEC, ECsଙ୍କ ନିଯୁକ୍ତି ସମ୍ପର୍କିତ ବିଲ୍‌ ରାଜ୍ୟସଭାରେ ପାରିତ

ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରଙ୍କ ନିଯୁକ୍ତି ଓ କାର୍ଯ୍ୟକାଳ ସମ୍ପର୍କିତ ବିଲ୍‌ । ଆଜି ଉଚ୍ଚସଦନରେ ଏହାକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ବିବୃତ୍ତି ରଖିଥିଲେ । ଏହାକୁ ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ବାଚନିକ ଭୋଟ ମାଧ୍ୟମରେ ପାରିତ କରାଯାଇଛି । ଏହି ସଂଶୋଧନ ବିଲକୁ ଅଗଷ୍ଟ 10 ତାରିଖରେ ଗୃହରେ ଆଗତ କରାଯାଇଥିଲା । ମୁଖ୍ୟ ନିର୍ବାଚନ କମିଶନର ଓ ଆୟୋଗର ଅନ୍ୟ କମିଶନରଙ୍କ ନିଯୁକ୍ତି, ସେବା ସର୍ତ୍ତାବଳି ଓ କାର୍ଯ୍ୟକାଳ ସମ୍ପର୍କିତ 1991- ଅଧିନିୟମର ଏହା ହେଉଛି ସଂଶୋଧିତ ଅଧିନିୟମ ।

ନୂଆ ସଂଶୋଧିତ ଅଧିନିୟମ ଅନୁସାରେ, ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରଙ୍କ ନିଯୁକ୍ତି, ବେତନ, ସର୍ତ୍ତାବଳି ଓ ଆବଶ୍ୟକ ସ୍ଥଳେ ଦାୟିତ୍ବରୁ ଅବ୍ୟାହତି ଆଦି କ୍ଷମତା ପ୍ରତ୍ୟେକ୍ଷ ଭାବେ ସରକାରଙ୍କ ନିକଟରେ ନ୍ୟସ୍ତ ରହିବ । ପ୍ରଧାନମନ୍ତ୍ରୀ, କେନ୍ଦ୍ର କ୍ଯାବିନେଟ ମନ୍ତ୍ରୀ ଓ ବିରୋଧୀ ଦଳ ନେତା କିମ୍ବା ବୃହତ୍ତମ ବିରୋଧୀ ଦଳର ଜଣେ ନେତାଙ୍କୁ ନେଇ ଏକ ଚୟନ କମିଟି ଗଠନ ହେବ । ଏହି କମିଟି ଏହି ସମ୍ପର୍କିତ ନିଷ୍ପତ୍ତି ଚୂଡାନ୍ତ କରି ରାଷ୍ଟ୍ରପତିଙ୍କୁ ଅନୁମୋଦନ ପାଇଁ ସୁପାରିଶ କରିବ । ଏହି କମିଟି ସୁପାରିଶ କ୍ରମେ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ଆୟୁକ୍ତଙ୍କୁ ନିଯୁକ୍ତିକୁ ଅନୁମୋଦନ ଦେବେ ।

ଏହା ମଧ୍ୟ ପଢନ୍ତୁ :- ବୈଠକ ପୂର୍ବରୁ ପଛଧାଡ଼ିରେ ବସିଥିଲେ, ଭେଟେରାନଙ୍କୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ହେଲେ ନବାଗତ ବିଧାୟକ

କେନ୍ଦ୍ର ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ଯୋଗ୍ୟତା ଓ ଅନ୍ୟ ଏକାଧିକ ମାପଦଣ୍ଡ ଆଧାରରେ ପ୍ରସ୍ତାବିତ ଅଧିକାରୀଙ୍କ ନାମ ଚୟନ କମିଟିକୁ ସୁପାରିଶ କରାଯିବ । ଚୟନ କମିଟିରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତି ବିନା ମଧ୍ୟ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ରାଷ୍ଟ୍ରପତି ଭବନ ପଠାଯାଇପାରିବ । ସେହିପରି ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ଆୟୁକ୍ତଙ୍କ ବେତନ ଓ ସେବା ସର୍ତ୍ତାବଳି କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ପ୍ରାୟତଃ ସମାନ ରହିବ । ପୂର୍ବରୁ ଏହି ଅଧିକାରୀମାନେ ସର୍ବୋଚ୍ଚ କୋର୍ଟଙ୍କ ବିଚାରପତିଙ୍କ ସମକ୍ଷକ ବେତନ ଓ ଅନ୍ୟ ସୁବିଧା ପାଉଥିଲେ । ତେବେ ନିର୍ବାଚନ କମିଶନର ପୁରା ନିୟନ୍ତ୍ରଣ ବ୍ୟବସ୍ଥାପିକା ନିକଟରେ ରହିବା ନେଇ ଏହି ନୂଆ ଅଧିନିୟମରେ ବ୍ୟବସ୍ଥା ହୋଇଛି । ଏହାକୁ ବିରୋଧୀ ବିରୋଧ କରିଛନ୍ତି । ଆଜି ଏହା ରାଜ୍ୟସଭାରେ ପାରିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.