ETV Bharat / bharat

J&K: 300 କୋଟିର ନିଶାଦ୍ରବ୍ୟ ଜବତ, ଦୁଇ ପଞ୍ଜାବୀ ଯୁବକ ଗିରଫ - ଡ୍ରଗ୍ସ ସହ 2 ପଞ୍ଜାବୀ ଗିରଫ

କାଶ୍ମୀର ଓ ପଞ୍ଜାବକୁ ଲମ୍ବିଛି ଅନ୍ତର୍ଜାତୀୟ ନିଶା ରାକେଟର ଚେର । 3ଶହ କୋଟିର ନିଶାଦ୍ରବ୍ୟ ଜବତ, ଦୁଇ ପଞ୍ଜାବୀ ଯୁବକଙ୍କୁ ଗିରଫ କଲା କାଶ୍ମୀର ପୋଲିସ । ଅଧିକ ପଢନ୍ତୁ

J&K: 3 ଶହ କୋଟିର ନିଶାଦ୍ରବ୍ୟ ଜବତ, ଦୁଇ ଗିରଫ

author img

By ETV Bharat Odisha Team

Published : Oct 1, 2023, 9:22 PM IST

ଶ୍ରୀନଗର: ଜାମ୍ମୁ କାଶ୍ମୀର ପୋଲିସ ଏକ ଅନ୍ତର୍ଜାତୀୟ ନିଶା କାରବାର ରାକେଟକୁ ଠାବ କରିବା ସହ 3ଶହ କୋଟି ମୂଲ୍ୟର ନିଶାଦ୍ରବ୍ୟ ଜବତ କରିଛି । ଜବତ ସାମଗ୍ରୀ କୋକେନ ବୋଲି ପ୍ରାଥମିକ ରିପୋର୍ଟରେ ଜଣାପଡିଛି । ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନେ ପଞ୍ଜାବର ବାସିନ୍ଦା ହୋଇଥିବା ମଧ୍ୟ ପୋଲିସ ପ୍ରାଥମିକ ଯାଞ୍ଚ ପରେ ସ୍ପଷ୍ଟ କରିଛି ।

  • Narco #terror module busted, 30 kg #Cocaine recovered 02 narcotic smugglers held by #Ramban Police from one Innova vehicle bearing No HR2W/4925 at Railway Chowk Banihal.02 narcotic smugglers held & Case FIR No. 242/2023 U/S 8/21/22/29 NDPS Act stands registered at P/S Banihal pic.twitter.com/ZYkTyCGe3W

    — Police Media Centre Jammu (@ZPHQJammu) October 1, 2023 " class="align-text-top noRightClick twitterSection" data=" ">

ଅପରେସନର ନେତୃତ୍ବ ନେଇଥିବା ସ୍ଥାନୀୟ ଏସଏସପି ରାମବାନ୍ ମୋହିତା ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜାମ୍ମୁ- ଶ୍ରୀନଗର ଜାତୀୟ ରାଜପଥରେ ଯାଉଥିବା ଏକ ଗାଡିରେ ଡ୍ରଗ୍ କାରବାର ହେଉଥିବା ନେଇ ଇନପୁଟ ସୂଚନା ମିଳିଥିଲା । ଏହି ସୂଚନାକୁ ଆଧାର କରି ପୋଲିସ ଅପରେସନ ପ୍ଲାନ କରିଥିଲା । ହରିୟାଣା ପଞ୍ଜୀକୃତ ନମ୍ବର ଥିବା ଏହି ସନ୍ଦିଗ୍ଧ ଗାଡିକୁ ରୋକାଯାଇଥିଲା । ଏଥିରେ ଥିବା ଦୁଇ ଯୁବକ ଗାଡି ଛାଡି ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ପୋଲିସ କାବୁ କରିଥିଲା । ଗାଡିକୁ ମଧ୍ୟ ତନଖି କରାଯାଇଥିଲା ।

ସେଥିରୁ ପ୍ରାୟ 30 କେଜି ଓଜନର ନିଶାଦ୍ରବ୍ୟ ଜବତ କରାଯାଇଛି । ଜବତ ନିଶାଦ୍ରବ୍ୟ କୋକେନ ଓ ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ 3 ଶହ କୋଟିରୁ ଅଧିକ ହେବ । ଗାଡିରେ ଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଜେରା କରୁଛି । ଦୁଇ ଗିରଫ ଅଭିଯୁକ୍ତ ହେଉଛନ୍ତି ପଞ୍ଜାବର ଜଳନ୍ଧରର ସରବଜିତ ସିଂ ଓ ଫଗଓ୍ବାରାର ହନି ବାସ୍ରା । ଉଭୟ ଏବେ କାଶ୍ମୀର ପୋଲିସର ହେପାଜତରେ ରହିଛନ୍ତି । ଏହି ନିଶାଦ୍ରବ୍ୟ ପାକିସ୍ତାନରୁ ଅନ୍ତର୍ଜାତୀୟ ସୀମାପାର ହୋଇ ଅଣାଯାଇଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ଦୁହିଁଙ୍କୁ ଜେରା ଆଧାରରେ ଏହି ଅନ୍ତର୍ଜାତୀୟ ନିଶା ରାକେଟ ସମ୍ପର୍କରେ ତଥ୍ୟ ଯୋଗାଡ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- Assam: 4 ଜିଲ୍ଲାରୁ ହଟିଲା, 4 ଜିଲ୍ଲାରେ ବଳବତ୍ତର ରହିଲା AFSPA

ସେମାନେ ଏହି ବିପୁଳ ପରିମାଣାର ନିଶାଦ୍ରବ୍ୟ ଦେଶର ବିଭିନ୍ନ ସ୍ଥାନକୁ ଚାଲାଣ କରିଥାନ୍ତେ । ତେବେ କେଉଁଆଡେ ଏତେ ପରିମାଣର ନିଶାଦ୍ରବ୍ୟ ନେଉଥିଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏଥିରେ ଏକ ବଡ ରାକେଟର ସମ୍ପୃକ୍ତି ଥିବା ମଧ୍ୟ ପ୍ରାୟତଃ ସ୍ପଷ୍ଟ । ସେମାନଙ୍କର ରପ୍ତାନୀ ନେଟଓ୍ବାର୍କ କେତେ ଯାଏ ରହିଛି, ପୂର୍ବରୁ କେତେଥର ସେମାନେ ଏପରି ନିଶାଦ୍ରବ୍ୟ ଚାଲାଣ କରିଛନ୍ତି ସେ ସମ୍ପର୍କରେ ତଦନ୍ତ ପରେ ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.