ଅମରାବତୀ: ଆନ୍ଧ୍ରପ୍ରଦେଶର ତିରୁମାଳା ମନ୍ଦିର ନିକଟରେ ଘଟିଛି ଏକ କୌତୁହଳପୂର୍ଣ୍ଣ ଘଟଣା । ସେଠାରେ ସେ ଭିକାରୀ ଥିବା ବେଳେ ଲୋକମାନେ ତାଙ୍କୁ ଦାନ କରିଥାନ୍ତି । ଏହି ଦାନଅର୍ଥ ସହିତ ସେ କରୁଥିବା କ୍ଷୁଦ୍ର ବ୍ୟବସାୟରୁ ସେ 10 ଲକ୍ଷ ଟଙ୍କା ସଞ୍ଚୟ କରିଛନ୍ତି । ତିରୁମାଳା ତିରୁପତି ଦେବାସ୍ଥାନମର ଭିଜିଲାନ୍ସ ବିଭାଗ ତାଙ୍କ ଘରୁ ଏହି ଅର୍ଥକୁ ଜବତ କରିଛି ।
ମୃତ ଭିକାରୀ ଶ୍ରୀନିବାସଚାରୀ ତିରୁମାଳା ମନ୍ଦିର ନିକଟସ୍ଥି ସେଶାଚଲମଠାରେ 2007 ମସିହାଠାରୁ ବାସ କରୁଥିଲେ । ତେବେ ସେ ଯାହା ବି ରୋଜଗାର କରୁଥିଲେ ତାକୁ ତାଙ୍କ ଘରେ ଲୁଚେଇକି ରଖୁଥିଲେ । ଗତବର୍ଷ ଦେହ ଅସୁସ୍ଥ ହେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ତାଙ୍କର କୌଣସି ପରିବାର ସଦସ୍ୟ ନଥିବାରୁ ଭିଜିଲାନ୍ସ ଟିମ ଶ୍ରୀନିବାସଚାରୀଙ୍କୁ ଦିଆଯାଇଥିବା ଘରକୁ ପୁନଃ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲା ।
ଯେତେବେଳେ ଟିଟିଡି ଏବଂ ରାଜସ୍ବ ବିଭାଗର ଅଧିକାରୀମାନେ ଘର ନିର୍ମାଣ ପାଇଁ ଯାଞ୍ଚ କରୁଥିବା ବେଳେ ଶ୍ରୀନିବାସଚାରୀଙ୍କ ଘରୁ ମୁଦ୍ରା ନୋଟ ଥିବା ଦୁଇଟି ଟ୍ରଙ୍କ ଠାବ କରିଥିଲେ। ଏଥିରେ ପୁରୁଣା 1000ଟଙ୍କିଆ ନୋଟ ରହିଥିବା ବେଳେ ମୋଟ 10 ଲକ୍ଷ ଟଙ୍କା ବାହାରିଥିଲା । ଏହାପରେ ଭିଜିଲାନ୍ସର ଅଧିକାରୀମାନେ ତିରୁମାଳା ମନ୍ଦିରକୁ ଏହି ଟଙ୍କା ଦାନ କରିଛନ୍ତି । ପର୍ବତ ଉଚ୍ଚରେ ଥିବା ତିରୁମାଳା ମନ୍ଦିରରେ ଭଗବାନ ଭେଙ୍କଟେଶ୍ବର ପୂଜା ପାଇଥଆନ୍ତି । ବିଶ୍ବର ହିନ୍ଦୁ ଧର୍ମର ମନ୍ଦିର ମଧ୍ୟରେ ଏହି ମନ୍ଦିରର ଖ୍ୟାତି ରହିଥିବା ବେଳେ କୋରୋନା ମହାମାରୀ ପୂର୍ବରୁ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରତିଦିନ ଦର୍ଶନ ପାଇଁ ଆସିଥାନ୍ତି ।
@IANS