ETV Bharat / bharat

ବେଳାଭୂମିରୁ ଧୀବରକୁ ମିଳିଲା ଏକ କୋଟି ମୂଲ୍ୟର ଅମ୍ବର ଗ୍ରୀସ - ଏକ କୋଟିର ଅମ୍ବର ଗ୍ରୀସ ଉଦ୍ଧାର

କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲା ମୁରୁଦେଶ୍ବର ବେଳାଭୂମିରୁ ଅମ୍ବର ଗ୍ରୀସ ଉଦ୍ଧାର ହୋଇଛି । ଯାହାର ମୂଲ୍ୟ ଏକ କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି । ଅଧିକ ପଢନ୍ତୁ...

ବେଳାଭୂମିରୁ ଏକ କୋଟି ମୂଲ୍ୟର ଅମ୍ବର ଗ୍ରୀସ ଉଦ୍ଧାର

author img

By

Published : Apr 25, 2021, 4:52 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲା ମୁରୁଦେଶ୍ବର ବେଳାଭୂମିରୁ ଅମ୍ବର ଗ୍ରୀସ ଉଦ୍ଧାର ହୋଇଛି । ଏହି ଅମ୍ବର ଗ୍ରୀସର ଓଜନ 1 କେଜି ହୋଇଥିବାବେଳେ ଏହାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଜଣେ ଧୀବର ମାଛ ଧରିବାକୁ ସମୁଦ୍ରକୁ ଯାଇଥିବେଳେ ଏହି ଅମ୍ବର ଗ୍ରୀସ ଦେଖିବାକୁ ପାଇଥିଲେ ।

ବେଳାଭୂମିରୁ ଏକ କୋଟି ମୂଲ୍ୟର ଅମ୍ବର ଗ୍ରୀସ ଉଦ୍ଧାର

ସୂଚନାଯୋଗ୍ୟ, ଧୀବର ଜନାର୍ଦ୍ଦନ ମାଛ ଧରୁଥିବା ସମୟରେ କିଛି ଧଳା ରଙ୍ଗର ବିରଳ ପଥର ଦେଖିବାକୁ ପାଇଥିଲେ । ଏହାକୁ ସେ ନିଜ ଘରକୁ ଆଣିଥିଲେ ଏବଂ ଆଖପାଖ ଲୋକମାନଙ୍କୁ ଦେଖାଇଥିଲେ । ତେବେ ଏହି ପଥରଟି ତିମି ମାଛର ବାନ୍ତି ହୋଇଥିବାବେଳେ ଏହା ଅତ୍ୟନ୍ତ ମୂଲ୍ୟବାନ ବୋଲି ଜଣାପଡିଥିଲା । ଆମ ଦେଶରେ ଏହି ବହୁମୂଲ୍ୟ ପଥର ବିକ୍ରି ଅବୈଧ ହୋଇଥିବା ଯୋଗୁଁ ଜନାର୍ଦ୍ଦନ ଏହାକୁ ହୋନାଭର ବନଖଣ୍ଡ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ ।

ମେରାଇନ ବାଓଲୋଜିକାଲ ଅଧ୍ୟୟନ କେନ୍ଦ୍ରର ସହକାରୀ ପ୍ରାଧ୍ୟପକ ଡ଼ ଶିବକୁମାର ହରଗିଙ୍କ କହିବା ମୁତାବକ, ସମସ୍ତ ତିମି ମାଛର ବାନ୍ତି ଅତ୍ୟନ୍ତ ମୂଲ୍ୟବାନ ଅଟେ । ତିମିମାନେ ସ୍କୱିଡ ଓ କଟଲ ଫିସ ଶିକାର କରି ଖାଇଥାନ୍ତି । ବେଳେବେଳେ ଏହି ମାଛଗୁଡିକର ଶକ୍ତ କଣ୍ଟାଗୁଡିକୁ ତିମି ସମ୍ପୂର୍ଣ୍ଣ ହଜମ କରିପାରି ନଥାଏ । ଯାହା ମାସ ମାସ ଧରି ହଜମ ପ୍ରକ୍ରିୟାରେ ରହିଥାଏ । ଯଦ୍ବାରା ତିମିମାଛ ଶେଷରେ ଏହାକୁ ବାନ୍ତି କରିଥାଏ । ତେବେ ତିମିର ପେଟରେ ଥିବାବେଳେ ସେହିସବୁ ଶକ୍ତ କଣ୍ଟାଗୁଡିକ ଅନେକ ରସାୟନିକ ପ୍ରକ୍ରିୟା ଦେଇ ଗତି କରିଥାଏ ଏବଂ କ୍ରମଶଃ ଏକ ସୁଗନ୍ଧିତ ବସ୍ତୁରେ ରୂପାନ୍ତରିତ ହୋଇଥାଏ । ତିମି ପେଟରୁ ନିର୍ଗତ ଏହି ପଥର ସଦୃଶ ବସ୍ତୁକୁ ଅମ୍ବର ଗ୍ରୀସ କୁହାଯାଏ ।

ତେବେ ସେହିସବୁ ମାଛ ଖାଇବର ଦୁଇ-ତିନି ସପ୍ତାହ ମଧ୍ୟରେ ଯଦି ତିମି କଣ୍ଟାକୁ ବାନ୍ତି କରେ, ତାହାହେଲେ ଏହି ପଥର ଅତ୍ୟନ୍ତ ଦୁର୍ଗନ୍ଧ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.