ETV Bharat / bharat

ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ RPF ମହିଳା କନଷ୍ଟେବଳ - ପ୍ଲାଟଫର୍ମରେ ପ୍ରସବ କଲେ ସଫେଇ କର୍ମଚାରୀ

RPF ମହିଳା କନଷ୍ଟେବଳ ଦେଖାଇଲେ ମହାନତା । ମହିଳା ପୋଲିସଙ୍କ ସହାୟତାରେ ଜନନୀ ହେବାର ସୁଯୋଗ ପାଇଛନ୍ତି ସଫେଇ କର୍ମଚାରୀ। ଅଧିକ ପଢନ୍ତୁ

ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ମହିଳା କନଷ୍ଟେବଳ
ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ମହିଳା କନଷ୍ଟେବଳ
author img

By

Published : Jun 2, 2023, 7:30 AM IST

ଜୟପୁର: ମହାନତା ଦେଖାଇଲେ RPF ମହିଳା କନଷ୍ଟେବଳ । ସଫେଇକର୍ମୀଙ୍କ ଅସହ୍ୟ ପ୍ରସବ ବେଦନା ହେବାରୁ ହସ୍ପିଟାଲ ଯିବା ତାଙ୍କ ପକ୍ଷରେ ସମ୍ଭବପର ହୋଇନଥିବାବେଳେ ଏହି ସମୟରେ ନିଜର ମହାନତା ଦେଖାଇଛନ୍ତି ମହିଳା କନଷ୍ଟେବଳ । ଫଳରେ ସଫେଇକର୍ମୀ ଜଣକ ଏକ କନ୍ୟା ସନ୍ତାନର ଜନନୀ ହେବାର ସୌଭାଗ୍ୟ ପାଇଛନ୍ତି। ଏହା ସହିତ ମାଆ ଓ ଶିଶୁ ଉଭୟ ସୁସ୍ଥ ଥିବା ଜଣାପଡିଛି ।

ରାଜସ୍ଥାନର ଜିଲ୍ଲାର ଅଜମେରରୁ ସାମନାକୁ ଆସିଛି ଏଭଳି ଘଟଣା । ଅଜମେର ରେଲୱେ ଷ୍ଟେସନରେ ସଫେଇ କର୍ମଚାରୀ ଭାବେ କାମ କରନ୍ତି ଉଭୟ ଦମ୍ପତି ଗୋପାଳ ଓ ପୂଜା। ପ୍ରତିଦିନ ଭଳି ଗୁରୁବାର ମଧ୍ୟ ସଫେଇ କାର୍ଯ୍ୟ ନିମନ୍ତେ ଆସିଥିବାବେଳେ ପୂଜାଙ୍କର ହଠାତ୍ ପ୍ରସବ ବେଦନା ଆରମ୍ଭ ହୋଇଯାଇଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ସେ ତଳେ ପଡି ଚିତ୍କାର କରିବାରେ ଲାଗିଲେ ।

ଏହି ସମୟରେ ଡ୍ୟୁଟିରେ ଥିବା RPF ଯବାନ ବୀରେନ୍ଦ୍ର ସିଂ ପୂଜାଙ୍କୁ ଦେଖିବାକୁ ପାଇଥିଲେ । ତାଙ୍କର ଏପରି ଅବସ୍ଥା ବିଷୟରେ ଜାଣିପାରି ସେ ତୁରନ୍ତ ଉପନୀରିକ୍ଷକ ପ୍ରେମାରାମଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ। ହେଲେ ପୂଜାଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା । ଏପରିକି ହାତରେ କମ୍ ସମୟ ଥିବାରୁ ହସ୍ପିଟାଲରେ ଭର୍ତ୍ତି ହେବା ସମ୍ଭବପର ନଥିଲା । ତେଣୁ ନିକଟରେ ଉପସ୍ଥିତ ଥିବା କନଷ୍ଟେବଳ ହଂସା କୁମାରୀ, ସାବିତ୍ରୀ ଫଗେଡିଆ ଏବଂ ଲକ୍ଷ୍ମୀ ବର୍ମାଙ୍କୁ ପଠାଇଥିଲେ ଉପରିସ୍ଥ ଅଧିକାରୀ ।

ସ୍ଥିତିକୁ ଦେଖିବା ପରେ ମହିଳା କନଷ୍ଟେବଳମାନେ ପ୍ଲାଟଫର୍ମରେ ହିଁ ପ୍ରସବ କରାଯିବା ନେଇ ସ୍ଥିର କରିଥିଲେ । ଆଉ ନିଜର ଉପସ୍ଥିତ ବୁଦ୍ଧି ବଳରେ ମହିଳା ପୋଲିସମାନେ ପ୍ରଥମେ ଆସନ୍ନ ପ୍ରସବା ପୂଜାଙ୍କ ଚାରିପଟେ ଚାଦର ଢାଙ୍କିଥିଲେ । ନିଜର ବୁଦ୍ଧି ଖଟାଇ ପ୍ରସବ କରାଇଥିଲେ । ବହୁ ସଂଘର୍ଷ ପରେ ଶେଷରେ ପୂଜା ଏକ କନ୍ୟା ସନ୍ତାନର ଜନନୀ ହୋଇଛନ୍ତି । ଏହାପରେ ତାଙ୍କୁ ଆଦର୍ଶନଗରରେ ଥିବା ସାଟେଲାଇଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା କହିଛନ୍ତି ଡାକ୍ତର।

ତେବେ ପୂଜା ଏବଂ ତାଙ୍କ ସ୍ବାମୀ ଗୋପାଳ ଉତ୍ତରପ୍ରଦେଶ ଫରୁଖାବାଦର ହୋଇଥିବାବେଳେ ପୂଜା କଥା କହିପାରନ୍ତି ନାହିଁ । ସଫେଇକର୍ମଚାରୀଙ୍କ ପ୍ରତି ମହିଳା ପୋଲିସଙ୍କ ଏହି ତତ୍ପରତା ଓ ଉପଯୁକ୍ତ ସେବା ଉଭୟ ମାଆ ଓ ଶିଶୁଙ୍କ ଜୀବନ ବଞ୍ଚାଇ ପାରିଛି । ମହିଳା କର୍ମଚାରୀଙ୍କ ନିରନ୍ତର ଉଦ୍ୟମ ଓ ଉପସ୍ଥିତ ବୁଦ୍ଧି ବଳରେ ମାଆ ହେବାର ସୌଭାଗ୍ୟ ପାଇଛନ୍ତି ପୂଜା। ଘଟଣା ପରେ ମହିଳା କନଷ୍ଟେବଳମାନଙ୍କୁ ସବୁ ମହଲରୁ ଛୁଟିଛି ପ୍ରଶଂସାର ସୁଅ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.