ମୁମ୍ବାଇ: ମରଣରୁ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ । ରେଲୱେ ପୋଲିସ କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବଡ ଅଘଟଣରୁ ବର୍ତ୍ତିଗଲେ ଜଣେ ଯାତ୍ରୀ । ମହାରାଷ୍ଟ୍ରର ଥାନେ ଅନ୍ତର୍ଗତ କଲ୍ଯାଣ ରେଳ ଷ୍ଟେସନରେ ଟ୍ରେନରେ ଚଢୁଥିବା ସମୟରେ ହଠାତ ଜଣେ ଯୁବକଙ୍କ ଗୋଡ ଖସି ଯିବାରୁ ପ୍ଲାଟଫର୍ମ ଫାଙ୍କରେ ଖସିପଡିଥିଲେ ।
ଏହା ଦେଖିବା ପରେ ସେଠାରେ ଉପସ୍ଥିତ ଥିବା RPF ପୋଲିସ ଅଧିକାରୀ ସଙ୍ଗେସଙ୍ଗେ ଯୁବକଙ୍କୁ ବାହାର କରିବାକୁ ପ୍ରୟାସ କରିଥିଲେ । କିଛି ସମୟର ପ୍ରୟାସ ପରେ ଯୁବକ ଜଣଙ୍କୁ ନୂଆ ଜୀବନ ଦେଇଥିଲେ ପୋଲିସ କର୍ମଚାରୀ । ଏପଟେ ଏହି ପୂରା ଘଟଣାଟି ସିସିଟିଭିରେ କଏଦ ହୋଇଥିବା ବେଳେ ଆରପିଏଫ ପୋଲିସ ଅଧିକାରୀଙ୍କୁ ଖୁବ୍ ପ୍ରଶଂସା ମିଳିଛି । ଯୁବକ ଜଣଙ୍କ ନାମ ପୱନ ଅଶୋକ ଉପାଧୟ ବୋଲି ଜଣାପଡିଥିବା ବେଳେ ତାଙ୍କର ବୟସ ୩୩ ବର୍ଷ ।
ସୂଚନା ଅନୁସାରେ ଗୋଡାନ ଏକ୍ସପ୍ରେସ ଆଜି (ସୋମବାର) ମଧ୍ୟାହ୍ନରେ କଲ୍ୟାଣ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୪ରେ ପହଞ୍ଚିଥିଲା । ତେବେ ଟ୍ରେନ ଛାଡିବା ସମୟରେ ପୱନ ଉତ୍ତରପ୍ରଦେଶର ଫ୍ଲାଟାରୁ ସୁଲତାନପୁର ଅଭିମୁଖେ ଯିବା ଲାଗି ଟ୍ରେନରେ ଚଢିଲା ବେଳେ ତାଙ୍କ ଗୋଡ ଖସି ଯାଇଥିଲା । କଲ୍ୟାଣ ରେଳ ଷ୍ଟେସନରେ ଡ୍ୟୁଟିରେ ଥିବା ଆରପିଏଫ ପୋଲିସ କର୍ମଚାରୀ ରୋଶନ ଯାଦବ ତାଙ୍କ ପାଖକୁ ଯାଇ ପ୍ଲାଟଫର୍ମ ଭିତରକୁ ଯିବା ପୂର୍ବରୁ ତାଙ୍କୁ ଟାଣି ଆଣିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ