ETV Bharat / bharat

ଦିବ୍ୟାଙ୍ଗ ନାବାଳକକୁ ବିମାନରେ ଯାତ୍ରା ପାଇଁ ମିଳିଲାନି ଅନୁମତି, ନିନ୍ଦା କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

author img

By

Published : May 9, 2022, 1:48 PM IST

ଇଣ୍ଡିଗୋ ଏୟାରଲାଇନ୍ସର ଚରମ ଅମାନବିକତା ଦେଖା ଦେଇଛି । ଦିବ୍ୟାଙ୍ଗ ନାବାଳକଙ୍କୁ ବିମାନରେ ଯାତ୍ରା ପାଇଁ ଅନୁମତି ଦେଲାନି ଇଣ୍ଡିଗୋ ଏୟାରଲାଇନ୍ସ । ଏ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଅଧିକ ପଢନ୍ତୁ

ଦିବ୍ୟାଙ୍ଗ ନାବାଳକକୁ ବିମାନରେ ଯାତ୍ରା ପାଇଁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସରେ ଚରମ ଅମାନବିକତା ସାମ୍ନାକୁ ଆସିଛି । ଦିବ୍ୟାଙ୍ଗ ନାବାଳକଙ୍କୁ ବିମାନରେ ଯାତ୍ରା ପାଇଁ ଅନୁମତି ଦେଲାନି ଇଣ୍ଡିଗୋ(Indigo) ଏୟାରଲାଇନ୍ସ । ଏ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ତଦନ୍ତ ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ।

  • There is zero tolerance towards such behaviour. No human being should have to go through this! Investigating the matter by myself, post which appropriate action will be taken. https://t.co/GJkeQcQ9iW

    — Jyotiraditya M. Scindia (@JM_Scindia) May 9, 2022 " class="align-text-top noRightClick twitterSection" data=" ">

ଘଟଣାକୁ ନିନ୍ଦା କରି ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, "ଏପରି ଅଚରଣ କୌଣସି ମତ୍ତେ ଗ୍ରହଣୀୟ ନୁହେଁ । କୌଣସି ମଣିଷକୁ ଏପରି ସମସ୍ୟାରେ ସମ୍ମୁଖୀନ ହେବା ଅନୁଚିତ ।" ସେ ଟ୍ବିଟରରେ ଲେଖିଛନ୍ତି, "ମୁଁ ନିଜେ ଏହି ଘଟଣାର ତଦନ୍ତ କରୁଛି, ଉପଯୁକ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।" ବିମାନ ଚଳାଚଳ ନିୟନ୍ତ୍ରକ ନିର୍ଦ୍ଦେଶାଳୟ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ) ମଧ୍ୟ ଇଣ୍ଡିଗୋକୁ ଏ ନେଇ ରିପୋର୍ଟ ତଲବ କରିଛନ୍ତି ସିନ୍ଧିଆ । ରାଞ୍ଚି ବିମାନବନ୍ଦରରେ ଏପରି ଘଟଣା ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ କହିଛନ୍ତି ବିମାନ ଚଳାଚଳ ମନ୍ତ୍ରୀ ।

ଏପ୍ରିଲ 7 ତାରିଖରେ ଏହି ଘଟଣା ଘଟିଥିଲା । ଇଣ୍ଡିଗୋ ତାର ଏକ ବିବୃତ୍ତିରେ କହିଛି, "ପିଲାଟି ଅନ୍ୟ ଯାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି କରିଥିଲା। ଇଣ୍ଡିଗୋ ଆହୁରି କହିଛି ଯେ ସେ ଭେଦଭାବପୂର୍ଣ୍ଣ ଆଚରଣରକୁ ପ୍ରତ୍ୟାଖ୍ୟାନ କରେ । ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରେ ଦିବ୍ୟାଙ୍ଗ ପିଲାଟି ପରିବାର ସହିତ ଉଡାଣ ଭରିବା ପାଇଁ ସକ୍ଷମ ନଥିଲା ।

ପିଲାଟି ବିଚଳିତ ଓ ଭୟଭୀତ ଥିଲା ତାକୁ ଆମ କର୍ମଚାରୀ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ମାତ୍ର କିଛି ସୁଫଳ ମିଳି ନଥିଲା ।" ନାବାଳକଙ୍କ ପରିବାର କହିଛନ୍ତି ଏୟାରଲାଇନ୍ସ ତାଙ୍କୁ ହୋଟେଲ ରହିବାକୁ ବ୍ୟବସ୍ଥା କରିଥିଲେ । ପରଦିନ ସକାଳ ଯାତ୍ରା କରିବାକୁ କହିଥିଲେ । ସମାନ ବିମାନରେ ଯାତ୍ରା କରୁଥିବା ଡାକ୍ତର ତାଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.