ETV Bharat / bharat

Delhi Liquor Scam: ସିସୋଦିଆଙ୍କ ଜାମିନ ଆବେଦନର ରାୟ ସଂରକ୍ଷିତ, ୩୧ରେ ଶୁଣାଣି

author img

By

Published : Mar 24, 2023, 8:11 PM IST

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ । ଅଧିକ ପଢନ୍ତୁ

Manish sisodia
Manish sisodia

ନୂଆଦିଲ୍ଲୀ: ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ଶୁକ୍ରବାର ଏହି ମାମଲାର ଶୁଣାଣି ଶେଷ ହେବା ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ରାୟ ପ୍ରକାଶ ହେବ ବୋଲି ଜଣାପଡ଼ିଛି । ସିସୋଦିଆ ଏପର୍ଯ୍ୟନ୍ତ ତିହାର ଜେଲରେ ନ୍ୟାୟିକ ହେପାଜତରେ ରହିଥିବା ବେଳେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମଧ୍ୟ ଗିରଫ କରିଥିଲା ।

  • Rouse Avenue Court reserves order on bail plea moved by Delhi's former Deputy Chief Minister Manish Sisodia in CBI case pertaining to alleged irregularities in the framing and implementation of the excise policy of GNCTD.

    Special Judge MK Nagpal fixes 31st March as the date for… pic.twitter.com/vSRdfdqXAb

    — ANI (@ANI) March 24, 2023 " class="align-text-top noRightClick twitterSection" data=" ">

ସିସୋଦିଆଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ଦୟନ କୃଷ୍ଣନ, ସିଦ୍ଧାର୍ଥ ଅଗ୍ରୱାଲ ଓ ମୋହିତ ମାଥୁର ଯୁକ୍ତି ବାଢିଥିଲେ । ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରିମାଣ୍ଡ ଶେଷ ହେବା ପରେ ମାର୍ଚ୍ଚ ୨୨ ତାରିଖରେ କୋର୍ଟ ସିସୋଦିଆଙ୍କୁ ୧୪ଦିନ ଲାଗି ନ୍ୟାୟିକ ହେପାଜତକୁ ପଠାଇଥିଲେ । ତେବେ ସେ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିଛନ୍ତି । ସେପଟେ ସିବିଆଇ ମାମଲାରେ ସିସୋଦିଆ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିଛନ୍ତି । ଏବେ ସିସୋଦିଆଙ୍କୁ ତିହାର ଜେଲରେ ରଖାଯାଇଛି ।

ଏହା ବି ପଢନ୍ତୁ- ରାହୁଲଙ୍କ ସାଂସଦ ପଦ ରଦ୍ଦକୁ ବିରୋଧୀଙ୍କ ମିଳିତ ବିରୋଧ, କହିଲେ ଏହା ଗଣତନ୍ତ୍ରର ହତ୍ୟା

ଅନ୍ୟପଟେ ସିସୋଦିଆଙ୍କ ବିରୋଧରେ ଥିବା ଇଡି ମାମଲାରେ ଆସନ୍ତାକାଲି(ମାର୍ଚ୍ଚ ୨୫) ତାଙ୍କୁ କୋର୍ଟରେ ହାଜର କରାଯିବ । ସୂଚନା ଥାଉ କି ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ଫେବୃଆରୀ ୨୬ ତାରିଖରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ସିବିଆଇର ରିମାଣ୍ଡ ଶେଷ ହେବା ପରେ ସିସୋଦିଆଙ୍କୁ ନ୍ୟାୟିକ ହେପାଜତରେ ତିହାର ଜେଲକୁ ପଠାଯାଇଥିଲା । ଏହାପରେ ମାର୍ଚ୍ଚ ୯ ତାରିଖରେ ସିସୋଦିଆଙ୍କୁ ଇଡି ଗିରଫ କରିଥିଲା । ତେବେ ଦିଲ୍ଲୀ ସରକାର ୨୦୨୧ ମସିହାରେ ଅବକାରୀ ନୀତି ଲାଗୁ କରିଥିଲେ ।

ଏହି ନିୟମ ଅନୁସାରେ ଦିଲ୍ଲୀ ସରକାର ଘରୋଇ ଦୋକାନରେ ମଦ ବିକ୍ରି ନେଇ ଅନୁମତି ଦେଇଥିଲେ । ଏହାପରେ ସରକାରୀ ଦୋକାନଗୁଡ଼ିକୁ ବନ୍ଦ କରାଯାଇଥିଲା । ଅବକାରୀ ନୀତି ଓ ମଦ ବିକ୍ରି କରିବା ଲାଗି ଜାରି ହେଉଥିବା ଲାଇସେନ୍ସରେ ଘୋଟାଲା ନେଇ ଅଭିଯୋଗ ଆସିଥିଲା । ଏହାସହ ସିସୋଦିଆ ବାରମ୍ବାର ଏହି ନୀତିରେ ପରିବର୍ତ୍ତନ ଆଣିଥିଲେ । ଯାହାକି ତାଙ୍କର କିଛି ଘନିଷ୍ଠ ବ୍ୟକ୍ତିଙ୍କୁ ଲାଭବାନ କରିବା ଲାଗି ଉଦ୍ଦେଶ୍ୟ ରହିଥିଲା । ଏପରି ଅନେକ ଅଭିଯୋଗ ଆସିବା ପରେ ଉପରାଜ୍ୟପାଳ ସିବିଆଇ ଯାଞ୍ଚ ଲାଗି ଆଦେଶ ଦେଇଥିଲେ । ଅଗଷ୍ଟ ୧୭ ତାରିଖରେ ସିବିଆଇ ଅବକାରୀ ନୀତି ଦୁର୍ନୀତି ମାମଲା ରୁଜୁ କରିଥିଲା ଓ ୧୯ ତାରିଖରେ ମନୀଷ ସିସୋଦିଆଙ୍କ ବାସଭବନ ଉପରେ ଚଢାଉ କରିଥିଲା । ଏହି ମାମଲାରେ ଏଯାବତ ପ୍ରାୟ ୧୦ଜଣଙ୍କୁ ଗିରଫ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.