ETV Bharat / bharat

Delhi Excise Policy Case: ସିସୋଦିଆଙ୍କୁ 5ଦିନିଆ ରିମାଣ୍ଡରେ ନେଲା CBI, ଗତକାଲି ହୋଇଥିଲେ ଗିରଫ - ଦିଲ୍ଲୀ ଅବକରୀ ନୀତି ଦୁର୍ନୀତି ମାମଲା

ମାର୍ଚ୍ଚ 4 ଯାଏ ସିସୋଦିଆଙ୍କୁ ରିମାଣ୍ଡରେ ନେଲା CBI । ଗତକାଲି ସଂଧ୍ୟାରେ ଗିରଫ ପରେ ଆଜି କୋର୍ଟରେ ହାଜର କରି ରିମାଣ୍ଡ ମାଗିଥିଲା ସିବିଆଇ । ଅଧିକ ପଢନ୍ତୁ

ସିସୋଦିଆଙ୍କୁ 5 ଦିନିଆ ରିମାଣ୍ଡରେ ନେଲା CBI, ଗତକାଲି ହୋଇଥିଲେ ଗିରଫ

author img

By

Published : Feb 27, 2023, 6:01 PM IST

ନୂଆଦିଲ୍ଲୀ: ଜାମିନ ପାଇଲେ ନାହିଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତାଙ୍କୁ ଆସନ୍ତା ମାସ (ମାର୍ଚ୍ଚ) 4 ତାରିଖ ଯାଏ ଅର୍ଥାତ 5 ଦିନିଆ ସିବିଆଇ ରିମାଣ୍ଡକୁ ପଠାଯାଇଛି । ଆଜି (ସୋମବାର) ଅପରାହ୍ନରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ସିସୋଦିଆଙ୍କୁ ହାଜର କରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ତାଙ୍କୁ ମାମଲାରେ ଅଧିକ ଜେରାର ଆବଶ୍ୟକତା ଦର୍ଶାଇ 5 ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ସିବିଆଇ ଆବେଦନ ମଧ୍ୟ କରିଥିଲା । କୋର୍ଟ ସିବିଆଇର ଆବେଦନକୁ ଗ୍ରହଣ କରିଛନ୍ତି । ମାର୍ଚ୍ଚ 4 ତାରିଖ ଯାଏ ସିସୋଦିଆ ଏବେ ସିବିଆଇ ରିମାଣ୍ଡରେ ରହିବେ । ଏହି ଅବଧି ମଧ୍ୟରେ କେନ୍ଦ୍ରୀୟ ସଂସ୍ଥା ତାଙ୍କୁ ଜେରା କରିବ ।

ଏହା ମଧ୍ୟ ପଞନ୍ତୁ:-Delhi liquor Policy Case: 8 ଘଣ୍ଚା ଜେରା ପରେ ମନୀଷ ସିସୋଦିଆ ଗିରଫ

ଗତକାଲି ସଂଧ୍ୟାରେ ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା । ସକାଳୁ ଲଗାତର 8 ଘଣ୍ଟାର ମାରାଥନ ଜେରା ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଶେଷରେ ସିବିଆଇ ଗିରଫ କରିଥିଲା । ଆଜି ପୂର୍ବାହ୍ନ ପ୍ରାୟ 11ରେ ସିସୋଦିଆ ସିବିଆଇ ମୁଖ୍ୟାଳୟରେ ହାଜରେ ହେବା ପରେ ତାଙ୍କୁ ଜେରା ଜାରି ରହିଥିଲା । ସେ ନିଜେ ଓ ତାଙ୍କ ଦଳ ଆମ ଆଦମୀ ପାର୍ଟି ତାଙ୍କ ଗିରଫଦାରୀ ଆଶଙ୍କା ପ୍ରକଟ କରିଥିଲେ । ହେଲେ ଗତକାଲି ସଂଧ୍ୟାରେ ତାଙ୍କୁ କେନ୍ଦ୍ରୀୟ ସଂସ୍ଥା ଗିରଫ କରିଥିଲା । ଆଜି ତାଙ୍କୁ କଡା ସୁରକ୍ଷା ମଧ୍ୟରେ ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ସିବିଆଇ । ଏହା ସହ ଅଧିକ ଜେରାର ଆବଶ୍ୟକତା ଦର୍ଶାଇ 5 ଦିନିଆ ରିମାଣ୍ଡ ମଧ୍ୟ ମାଗିଥିଲା ।

ଏହା ମଧ୍ୟ ପଢନ୍ତୁ:- Delhi Excise Policy: ସିବିଆଇରେ ହାଜର ହେବେ ସିସୋଦିଆ, ମାଆଙ୍କ ଆର୍ଶୀବାଦ ନେଇ ଘରୁ ବାହାରିଲେ

ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦୀର୍ଘଦିନ ହେବ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ପରିସରରେ ରହି ଆସିଥିଲେ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ବିଭାଗୀୟ ମନ୍ତ୍ରୀ ମନୀଷ ସିସୋଦିଆ । ସେ ପୂର୍ବରୁ ସମନ ପାଇଥିବା ବେଳେ ସରକାରୀ କାର୍ଯ୍ୟରେ ବ୍ୟସ୍ତତା କାରଣରୁ ଏକ ସପ୍ତାହ ସମୟ ମାଗିଥିଲେ । ତାଙ୍କୁ ଦିଲ୍ଲୀର ବଜେଟ ପ୍ରସ୍ତୁତି କାରଣରୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ସମୟ ଦେବା ପାଇଁ ସେ ସିବିଆଇକୁ ଚିଠି ଲେଖି ଅନୁରୋଧ କରିଥିଲେ । ପରେ ତାଙ୍କୁ ଜାରି ହୋଇଥିବା ସାନି ସମନ ଅନୁସାରେ ଗତକାଲି ସିବିଆଇ ମୁଖ୍ୟାଳୟରେ ହାଜର ହୋଇଥିଲେ । ତେବେ ଏହି ଦୁର୍ନୀତି ମାମଲାରେ ଏହା ସିସୋଦିଆଙ୍କ ବିରୋଧରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ନୁହେଁ । ପୂର୍ବରୁ ସିବିଆଇ ତାଙ୍କ ସରକାରୀ କ୍ବାଟର୍ସ ସମେତ ବାସଭବନରେ ମଧ୍ୟ ଚଢାଉ କରିସାରିଛି । ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ସିସୋଦିଆଙ୍କୁ ଜେରା କରିସାରିଛି ।

ତେବେ ଗତକାଲି ତାଙ୍କୁ ଗିରଫ କରାଯିବା ପରେ ଆପ ବିଜେପି ଉପରେ ବର୍ଷିଛି । ଏହା ଏକ ରାଜନୈତିକ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ କହିବା ସହ ଏକ ଛତ୍ରବାଦ ବୋଲି କହିଥିଲା ଦଳ । ସିସୋଦିଆଙ୍କ ବିରୋଧରେ ସିବିଆଇ ଦୁର୍ନୀତି ପ୍ରମାଣିତ କରିପାରିବ ନାହିଁ ବୋଲି ଦଳ କହିଥିଲା । ଆଜି ତାଙ୍କ ବେଲ ଖାରଜ କରିବା ସହ କୋର୍ଟ ତାଙ୍କୁ 5 ଦିନିଆ ରିମାଣ୍ଡରେ ପଠାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.