ETV Bharat / bharat

Rose Valley Chit fund Scam: ଗୌତମ କୁଣ୍ଡୁଙ୍କୁ ମିଳିଲା ଅନ୍ତରୀଣ ଜାମିନ

ରୋଜଭ୍ୟାଲି ଚିଟଫଣ୍ଡ ସ୍କାମର ମୁଖ୍ୟ ଅଭିଯୁକ୍ତ ଗୌତମ କୁଣ୍ଡୁଙ୍କୁ ମିଳିଛି ହାଇକୋର୍ଟରୁ ଅନ୍ତରୀଣ ଜାମିନ । ଅଧିକ ପଢନ୍ତୁ...

Rose Valley Chitfund Scam Goutam kundu
Rose Valley Chitfund Scam : ଗୌତମ କୁଣ୍ଡୁଙ୍କୁ ଅନ୍ତରୀଣ ଜାମିନ ଦେଲା କୋଲକାତା ହାଇକୋର୍ଟ
author img

By

Published : Aug 6, 2021, 9:53 PM IST

କୋଲକାତା: ରୋଜଭ୍ୟାଲି ଚିଟଫଣ୍ଡ ସ୍କାମର ମୁଖ୍ୟ ଅଭିଯୁକ୍ତ ଗୌତମ କୁଣ୍ଡୁଙ୍କୁ ମିଳିଛି ହାଇକୋର୍ଟରୁ ଜାମିନ । ଶୁକ୍ରବାର କୋଲକାତା ହାଇକୋର୍ଟରେ ରୋଜଭ୍ୟାଲି ଚିଟଫଣ୍ଡ ସ୍କାମର ମୁଖ୍ୟ ଅଭିଯୁକ୍ତ ଗୋତମ କୁଣ୍ଡଙ୍କ ପାଇଁ ଜାମିନ ଆବେଦନ କରାଯାଇଥିଲା । ଏହା ଉପରେ କୋର୍ଟରେ ଶୁଣାଣି ହୋଇଛି । ୭ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛି।

ସୂଚନାଥାଉକି ପଶ୍ଚିମବଙ୍ଗରେ ରୋଜଭ୍ୟାଲି ଚିଟଫଣ୍ଡ ସ୍କାମକୁ ନେଇ ବ୍ୟାପକ ହଇଚଇ ସୃଷ୍ଟି ହୋଇଥିଲା । ଏହି ମାମଲା ପଶ୍ଚିମବଙ୍ଗରେ ରାଜନେତା ମଧ୍ୟ ସଂପୃକ୍ତ ରହିଛନ୍ତି । ରଜଭ୍ୟାଲି ଚିଟଫଣ୍ଡ ସ୍କାମ ସାରା ଦେଶର ସବୁଠୁ ବଡ ଆର୍ଥିକ ହେରଫେର ହୋଇଛି । ଏହି ଚିଟଫଣ୍ଡ ସ୍କାମରେ ପାଖାପାଖି ୪୦୦୦୦ କୋଟି ଟଙ୍କାର ପଇସା ପୈଠ କରାଯାଇଥିବା ଜଣାପଡିଛି । ଏହି ସଂସ୍ଥାର ମୁଖ୍ୟ ତଥା ଗୌତମ କୁଣ୍ଡୁ ଆର୍ଥିକ ନେଣଦେଣ ମାମଲାକୁ ନେଇ ୨୦୧୩ରେ ଗିରଫ ହୋଇଥିଲେ ।

ଏହି ମାମଲାକୁ ନେଇ ଇଡି ଓ ସିବିଆଇ ମଧ୍ୟ ତଦନ୍ତ କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ଜାରୀ ରହିଛି ତଦନ୍ତ । ଏହି ସ୍କାମରେ ବିଭିନ୍ନ ନେତା ମନ୍ତ୍ରୀ ମଧ୍ୟ ସାମିଲ ହୋଇ ସିବିଆରର ଜେରାର ସମ୍ମୁଖୀନ ହୋଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.