ETV Bharat / bharat

Rose Day 2023 : ଆରମ୍ଭ ହେଲା ପ୍ରେମର ସପ୍ତାହ, ଗୋଲାପ ଦିବସରେ ପ୍ରେମ ନିବେଦନ - ଗୋଲାପ ଦିବସ

ଗୋଲାପ ଦିବସରୁ ଆରମ୍ଭ ହେଲା ପ୍ରେମର ସପ୍ତାହ। ରୋଜ ଦେଇ ମନ କଥା ଜଣାଇବେ ପ୍ରେମୀ ଯୁଗଳ। ଅଧିକ ପଢନ୍ତୁ

happy rose day
happy rose day
author img

By

Published : Feb 7, 2023, 9:57 AM IST

ହାଇଦ୍ରାବାଦ: ପ୍ରେମ...ଯାହାର କୌଣସି ସୀମା ନାହିଁ । କେତେବେଳେ ସେ ଯନ୍ତ୍ରଣାଦାୟକ, ଆଉ କେତେବେଳ ସେ ବସନ୍ତ ଋତୁର ମଳୟ ପବନ । ଯାହାର ଆଭାସରେ ପୁଲକିତ ହୁଏ ମନ ଓ ହୃଦୟ । ଦୁଇ ହୃଦୟର ମିଳନରେ ଆରମ୍ଭ ହୁଏ ପ୍ରେମ ସମ୍ପର୍କ । ପ୍ରେମ ଆଗରେ ଜାତି, ଅଜାତି, ଧର୍ମ, ବର୍ଣ୍ଣ ସବୁ ତୁଚ୍ଛ । ପ୍ରେମ ସର୍ବଦା ଚିରନ୍ତନ ଓ ସତ୍ୟ । କୁହାଯାଏ ପ୍ରକୃତିର ଛଅ ଋତୁ । କିନ୍ତୁ ପ୍ରେମୀ ଯୁଗଳଙ୍କ ପାଇଁ ଏହା ସାତ ଋତୁ । ତାହା ହେଉଛି ପ୍ରେମର ଋତୁ । ପ୍ରତ୍ୟେକଙ୍କ ଜୀବନରେ କେବେ ନା କେବେ ଆସେ ପ୍ରେମ ଋତୁ । ଆଉ ଏହି ଋତୁ ଯେମିତି ଜୀବନକୁ ରଙ୍ଗୀନ କରିଦିଏ । ଆଉ ପ୍ରେମରେ ଋତୁରେ ଭିଜନ୍ତି ପ୍ରେମୀ ଯୁଗଳ । ରାଗ, ଋଷା, ମାନ ଅଭିମାନରେ ଦୃଢ ହୁଏ ପ୍ରେମ ସମ୍ପର୍କ । କୁହାଯାଏ ପ୍ରେମ ଏକ ରୋଗ । ଯାହାକୁ ଥରେ ହୁଏ ଛାଡିବା ଭାରି କଷ୍ଟ । ପ୍ରେମ ସଫଳ ହେଉ ବା ବିଫଳ କିନ୍ତୁ ଏହାର ଅନୁଭବ ନିଶ୍ଚୟ ନିଆରା । ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରେମ ସପ୍ତାହ । ଏକ ସପ୍ତାହ ଧରି ପ୍ରେମୀ ଯୁଗଳ ପାଳିବେ ପ୍ରେମ ସପ୍ତାହ ଓ ମନର ମଣିଷକୁ କହିବେ ମନର କଥା ।

ପ୍ରେମ ସପ୍ତାହର ଆଜି ହେଉଛି ରୋଜ ଡେ' ବା ଗୋଲାପ ଦିବସ । ଆଜିର ଦିନକୁ ପ୍ରେମି ଯୁଗଳ ବେଶ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । କାହିଁକି ନା ମନର ମଣିଷକୁ ପ୍ରେମର ଆଭାସ ଦେବା ପାଇଁ ଆଜି ଏକ ସ୍ବତନ୍ତ୍ର ଦିନ। ଗୋଲାପ ଦେଇ ମନର ମଣିଷକୁ ପ୍ରେମର ଆଭାସ ଦେବେ ଯୁବପୀଢୀ। କୁହାଯାଏ ପ୍ରେମର ପ୍ରତୀକ ହେଉଛି ଗୋଲାପ । ଏହାର ରଙ୍ଗରେ ରଙ୍ଗୀନ ହୁଏ ଜୀବନ । ତେଣୁ ଆଜିର ଦିନରେ ଗୋଲାପ ବା ରୋଜ୍‌ ଦେଇ ନିଜର ମନର ଭାବନା ପରିପ୍ରକାଶ କରନ୍ତି ପ୍ରେମୀ ଯୁଗଳ । ଆଜି ରୋଜ୍‌ ଡେ'ରେ ଆନମନା ହୋଇଛନ୍ତି ପ୍ରେମ ପକ୍ଷୀ । ଆଜିର ଦିନରେ ପରସ୍ପରକୁ ଭେଟିବା ପୂର୍ବରୁ ଆରମ୍ଭ ହୋଇଯାଇଛି ଅନଲାଇନରେ ଶୁଭେଚ୍ଛା । ପରସ୍ପରକୁ ସୋସିଆଲ ମିଡିଆରେ ଗୋଲାପ ଦିବସର ଶୁଭକାମନା ଜଣାଇବା ପରେ ଗୋଲାପ ମଧ୍ୟ ଦେଇଛନ୍ତି ।

ବିଭନ୍ନ ରଙ୍ଗର ଗୋଲାପ ମଧ୍ୟରୁ ଲାଲ ଗୋଲାପ ସ୍ବତନ୍ତ୍ର । ଏହି ରଙ୍ଗର ଗୋଲାପରେ ପ୍ରେମ ନିବେଦନ କରନ୍ତି ଯୁବପିଢୀ । ସ୍କୁଲ ହେଉ ଅବା କଲେଜ, ପାର୍କରେ ଆଜି ଏକାଠି ହୋଇ ରୋଜ୍‌ ଦେଇ ପ୍ରେମ ନିବେଦନ କରିବେ ପ୍ରେମ ପକ୍ଷୀ । ଏଥି ସହ ନିଜର ପୁରୁଣା ଦିନକୁ ମଧ୍ୟ ତାଜା କରିବେ । ଆଜିର ଦିନ ପ୍ରେମୀ ଯୁବଳଙ୍କ ପାଇଁ ଗୁରୁତ୍ବ ବହନ କରୁଥିବା ବେଳେ ସକାଳୁ ସକାଳୁ ଫୁଲ ଦୋକାନଗୁଡିକରେ ଭିଡ଼ ଦେଖିବାକୁ ମିଳିଛି । ଦୋକାନ ଗୁଡିକରେ ଲାଲ ଗୋଲାପର ଚାହିଦା ବେଶ ଅଧିକ ରହିଛି । ଜଣଙ୍କ ପରେ ଜଣେ ଗୋଲାପ କିଣି ନେଉଛନ୍ତି ଦୋକାନରୁ । ଖାଲି ଗୋଲାପ କାହିଁକି ଗୋଲାପର ବୁକେ ମଧ୍ୟ ବିକ୍ରି ହେଉଛି । ଗୋଟିଏ ଗୋଲାପ ବଳରେ ଏକା ସଙ୍ଗରେ 100 ଗୋଲାପରେ ତିଆରି ବୁକେକୁ ମନର ମଣିଷକୁ ଦେବେ । ତେବେ ଗୋଲାପ କେବଳ ନିଜ ପ୍ରେମକୁ ଜଣାଇବାକୁ ଦିଆଯାଏ ତା ନୁହଁ ଏହା ବନ୍ଧୁଙ୍କୁ ମଧ୍ୟ ଦିଆଯାଏ । ଭିନ୍ନ ରଙ୍ଗର ଗୋଲାପର ଅଲଗାଅଲଗା ମହତ୍ବ ରହିଛି ।

ଗୋଲାପୀ ଗୋଲାପ: ନିଜର ଖୁସି ସହ ନିଜ ସାଥୀ ପ୍ରତି ଥିବା ଭଲ ପାଇବା, କୃତଜ୍ଞ ଭାବନା ଓ ତାଙ୍କ ମହତ୍ତ୍ବ ପାଇଁ ଗୋଲାପୀ ରଙ୍ଗର ଗୋଲାପ ଦିଆଯାଇଥାଏ ।

ହଳଦିଆ ଗୋଲାପ: ହଳଦିଆ ରଙ୍ଗର ଗୋଲାପ ଫୁଲକୁ ବନ୍ଧୁତ୍ୱର ପ୍ରତୀକ ଭାବରେ ବ୍ୟବହାର କରାଯାଏ । ଗୋଲାପ ଦେଇ ଏହି ସମ୍ପର୍କକୁ ଆରମ୍ଭ କରିବା ପୂର୍ବରୁ ମଜଭୁତ କରିପାରିବା । ରୋଗରେ ପଡିଥିବା ଲୋକର ଆରୋଗ୍ୟ କାମନା କରିବା ପାଇଁ ମଧ୍ୟ ହଳଦିଆ ରଙ୍ଗର ଗୋଲାପ ଫୁଲ ଦିଆଯାଇଥାଏ ।

ଧଳା ଗୋଲାପ: ଧଳା ରଙ୍ଗର ଗୋଲାପକୁ କୌଣସି ସମ୍ପର୍କର ଆରମ୍ଭ ବୋଲି ବିଚାର କରାଯାଇଥାଏ । ସରଳତା ଓ ଶୁଦ୍ଧତାର ପ୍ରତୀକ ଭାବରେ ଧଳା ଗୋଲାପକୁ ବ୍ୟବହାର କରାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.