ETV Bharat / bharat

ଷ୍ଟେସନ ଅଧୀକ୍ଷକଙ୍କୁ ଆତଙ୍କୀ ସଂଗଠନ ନାମରେ ଧମକପୂର୍ଣ୍ଣ ଚିଠି, ରେଳ ଷ୍ଟେସନ ସମେତ 24 ସ୍ଥାନରେ ବିସ୍ଫୋରଣ ଧମକ

author img

By

Published : May 9, 2022, 10:39 PM IST

ଉତ୍ତରାଖଣ୍ଡର ରୁଡକି ରେଳ ଷ୍ଟେସନ ଅଧୀକ୍ଷକଙ୍କୁ ଧମକପୂର୍ଣ୍ଣ ଚିଠି । ଜୈଶ-ଏ-ମହମ୍ମଦ ଆତଙ୍କୀ ବୋଲି ପରିଚୟ ଦେଇ ରେଳ ଷ୍ଟେସନ ସମେତ 24 ସ୍ଥାନରେ ବିସ୍ଫୋରଣ ଧମକ । ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ସାମିଲ । ଆକ୍ସନ ମୋଡରେ ପୋଲିସ ଓ ଗୁଇନ୍ଦା ବିଭାଗ । ଅଧିକ ପଢନ୍ତୁ

ଷ୍ଟେସନ ଅଧୀକ୍ଷକଙ୍କୁ ଆତଙ୍କୀ ସଂଗଠନ ନାମରେ ଧମକପୂର୍ଣ୍ଣ ଚିଠି, ରେଳ ଷ୍ଟେସନ ସମେତ 24 ସ୍ଥାନରେ ବିସ୍ଫୋରଣ ଧମକ
ଷ୍ଟେସନ ଅଧୀକ୍ଷକଙ୍କୁ ଆତଙ୍କୀ ସଂଗଠନ ନାମରେ ଧମକପୂର୍ଣ୍ଣ ଚିଠି, ରେଳ ଷ୍ଟେସନ ସମେତ 24 ସ୍ଥାନରେ ବିସ୍ଫୋରଣ ଧମକ

ଡେରାଡୁନ: ଉତ୍ତରାଖଣ୍ଡର ରୁଡକି ରେଳ ଷ୍ଟେସନ ସମେତ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ପାଇଁ ଧମକ । ଏପରି ଏକ ଧମକପୂର୍ଣ୍ଣ ଚିଠି ଷ୍ଟେସନ ଅଧୀକ୍ଷକଙ୍କ ହସ୍ତଗତ ହୋଇଛି । ଜଣେ ଅଜଣା ଦୁର୍ବୃତ୍ତ ନିଜକୁ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଏରିଆ କମାଣ୍ଡର ବୋଲି ଦର୍ଶାଇ ଏହି ଚିଠି ଲେଖିଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ନିଆଯାଇଛି ।

ଏଥିରେ ୟୁପି-ଉତ୍ତରାଖଣ୍ଡର ରେଳ ଷ୍ଟେସନ ସମେତ 24ଟି ଧାର୍ମିକ ସ୍ଥାନରେ ବିସ୍ଫୋରଣ ହେବା ମଧ୍ୟ ଉଲ୍ଲେଖ ରହିଛି । ଏହି ଚିଠି ମିଳିବା ପରେ ପୋଲିସ ପ୍ରଶାସନ ମଧ୍ୟ ଆଲର୍ଟ ମୋଡକୁ ଆସିଛି । ପୋଲିସ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ଏହି ଚିଠିର ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି ।

ସୂଚନାନୁସାରେ, ଗତକାଲି (ରବିବାର, ମେ’ 8) ବିଳମ୍ବିତ ରାତିରେ ରୁଡକି ରେଳ ଷ୍ଟେସନ ଅଧୀକ୍ଷକ ଏସ.କେ ବର୍ମାଙ୍କ ନାମରେ ଏହି ଚିଠିଟି ଷ୍ଟେସନ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଏଥିରେ 24 ସ୍ଥାନରେ ଆକ୍ରମଣ ଧମକ ଥିବା ବେଳେ ଷ୍ଟେସନ କର୍ତ୍ତୃପକ୍ଷ ଚିଠିଟିକୁ ରାଜ୍ୟ ପୋଲିସ ବିଭାଗକୁ ହସ୍ତାନ୍ତର କରିଛନ୍ତି । ପୋଲିସ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ତଦନ୍ତ ଆରମ୍ଭ କରିଛି । ଏହାପୂର୍ବରୁ 2019 ମସିହା ଏପ୍ରିଲରେ ମଧ୍ୟ ଷ୍ଟେସନ ଅଧୀକ୍ଷକଙ୍କ ନିକଟକୁ ସମାନ ଧରଣର ଏକ ଧମକପୂର୍ଣ୍ଣ ଚିଠି ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.