ଜୟପୁର: ରବର୍ଟ ଭଦ୍ରାଙ୍କ ମୁସ୍କିଲ ବଢିବାରେ ଲାଗିଛି । ସୋମବାର ରାଜସ୍ଥାନ ହାଇକୋର୍ଟରେ ରୋବର୍ଟ ଭଦ୍ରାଙ୍କ ଦ୍ବାରା ଜଡିତ କମ୍ପାନୀ ସ୍କାଇଲାଇଟ ପ୍ରାଇଭେଟ ଲିମିଟେଡ ଓ ମହେଶ ନାଗର ବିରୋଧର ଥିବା ମାମଲା ଶୁଣାଣି ହେବ । କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଜାରି କରାଯାଇଥିବା ପ୍ରାର୍ଥନା ଗ୍ରହଣ କରିଛନ୍ତି ଏହା ଶୁଣାଣି ହେବ ।
ସୋମବାର ହାଇକୋର୍ଟର ବିଚାରପତି ପୁଷ୍ପେନ୍ଦ୍ର ସିଂହ ଭଟ୍ଟି, କୋର୍ଟରେ ଇଡି ଦାଖଲ କରିଥିବା ଆବେଦନ ଉପରେ ଜବାବ ଉପସ୍ଥାପନ କରିବେ। ରବର୍ଟ ଭଦ୍ରା ଏବଂ ମହେଶ ନାଗରଙ୍କ ପଚରାଉଚରା ପାଇଁ ଇଡି ଏକ ଆବେଦନ ଦାଖଲ କରିଛି। ଭିଡିଓ କନଫରେନ୍ସିଂ ଜରିଆରେ ଇଡି ସଲିସିଟର ଜେନେରାଲ ଆର.ଡି ରୋସ୍ଥଗି, ଯୋଧପୁରର ଇଡି ଆଡଭୋକେଟ ଭାନୁପ୍ରତାପ ବୋହରା ତାଙ୍କ ପକ୍ଷ ଉପସ୍ଥାପନ କରିବେ। ରବର୍ଟ ଭଦ୍ରା ଏବଂ ମହେଶ ନାଗରଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ କେଟିଏସ୍ ତୁଲସୀ ଏବଂ କୁଲଦୀପ ମଥୁର ଏବଂ ଯୋଧପୁରର ବିକାଶ ବାଲିଆ ପକ୍ଷ ଉପସ୍ଥାପନ କରିବେ।
ସୂଚନାଯୋଗ୍ୟ ଯେ ବିକାନେରର କୋଲାୟତ ଫାୟାରିଂ ରେଞ୍ଜରେ 275 ଫୁଟ ଜମି କ୍ରୟ ମାମଲା ଏବଂ ଟଙ୍କା ହେରଫେର ପାଇଁ ରବର୍ଟ ଭଦ୍ରାଙ୍କ କମ୍ପାନୀ ସ୍କାଏଲାଇଟ୍ ପ୍ରାଇଭେଟ ହସ୍ପିଟାଲ୍ ଏବଂ ମହେଶ ନାଗରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯାହା ବିରୋଧରେ ରବର୍ଟ ଭଦ୍ରାଙ୍କ କମ୍ପାନୀ ଏବଂ ମହେଶ ନାଗର ହାଇକୋର୍ଟରେ ଆବେଦନ କରିଥିଲେ । ଗିରଫଦାରୀ ଉପରେ ରୋବର୍ଟ ଭଦ୍ରା ଏବଂ ମୋରିନ୍ ଭଦ୍ରା ମଧ୍ୟବର୍ତ୍ତୀକାଳୀନ ଜାମିନରେ ରହିଥିଲେ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ