ETV Bharat / bharat

କଲ୍ୟାଣ ସିଂଙ୍କ ନାମରେ ନାମିତ ହେବ ରାମ ଜନ୍ମଭୂମିକୁ ଯାଇଥିବା ରାସ୍ତା ଓ ଆଲିଗଡ ବିମାନ ବନ୍ଦର

author img

By

Published : Aug 23, 2021, 2:04 PM IST

ୟୁପି ସରକାରଙ୍କ ବଡ ଘୋଷଣା । ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ନାମରେ ନାମିତ ହେବ ଅଯୋଧ୍ୟାର ରାମ ଜନ୍ମଭୂମିକୁ ଯାଇଥିବା ମୁଖ୍ୟ ରାସ୍ତା । ଏହାସହ ଆଲିଗଡର ବିମାନ ବନ୍ଦର ନାଁ । ଅଧିକ ପଢନ୍ତୁ...

କଲ୍ୟାଣ ସିଂଙ୍କ ନାମରେ ନାମିତ ହେବ ରାମ ଜନ୍ମଭୂମିକୁ ଯାଇଥିବା ରାସ୍ତା ସହ ଆଲିଗଡ ବିମାନ

ଲକ୍ଷ୍ନୌ: ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ନାମରେ ନାମିତ ହେବ ଅଯୋଧ୍ୟାର ରାମ ଜନ୍ମଭୂମିକୁ ଯାଇଥିବା ମୁଖ୍ୟ ରାସ୍ତା । ଏହାସହ ଆଲିଗଡର ବିମାନ ବନ୍ଦର ନାଁ ମଧ୍ୟ ତାଙ୍କ ନାଁରେ ରହିବ । ଏ ବାବଦରେ କ୍ୟାବିନେଟରେ ପ୍ରସ୍ତାବ ଅଣାଯିବ । ଏନେଇ ଉତ୍ତରପ୍ରଦେଶ ଉପମୁଖମନ୍ତ୍ରୀ ଘୋଷଣା କରିଛନ୍ତି । ରାଜ୍ୟର 5ଟି ଜିଲ୍ଲାର ଗୋଟିଏ ଲେଖାଏଁ ରାସ୍ତା ତାଙ୍କ ନାମରେ ରହିବ ବୋଲି ୟୁପି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଯେଉଁଥିରେ ଲକ୍ଷ୍ନୌ, ଅଯୋଧ୍ୟା, ପ୍ରୟାଗରାଜ, ବୁଲନ୍ଦmହର ଏବଂ ଆଲିଗଡର ଗୋଟିଏ ରାସ୍ତାକୁ କଲ୍ୟାଣ ସିଂ ମାର୍ଗ ନାମରେ ନାମିତ କରାଯିବ। ବିଧାନସଭାରେ କଲ୍ୟାଣ ସିଂ ଦେଇଥିବା ଭାଷଣକୁ ଏକାଠି କରି ଏକ ଭିଡିଓ ମଧ୍ୟ କରାଯିବ । ଯାହା 5 ଦିନରେ ରିଲିଜ ହେବ ।

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଶନିବାର ଦିନ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ 89 ବର୍ଷ ବୟସ ହୋଇଥିଲା । ଗତ କିଛିଦିନର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଚିକିତ୍ସଧୀନ ଥିଲେ । ସେପସିସ୍ (sepsis) ଏବଂ ବହୁ ଅଙ୍ଗ ବିଫଳତା କାରଣରୁ କଲ୍ୟାଣ ସିଂ ଲକ୍ଷ୍ନୌ ଠାରେ ଅବସ୍ଥିତ Sanjay Gandhi Postgraduate Institute of Medical Sciences (SGPGI) ରେ ମୃତ୍ୟୁ ବରଣ କରିଥିଲେ ।

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ତାଙ୍କର ନରୌରା ସ୍ଥିତ ଗଙ୍ଗାଘାଟରେ ଶେଷକୃତ୍ୟ ସମ୍ପନ୍ନ ହେବ । ତେବେ ଏହି ଶେଷ ଯାତ୍ରାରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଯୋଗଦେବେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ରବିବାର ସନ୍ଧ୍ୟାରେ ତାଙ୍କ ମୃତଦେହ ଆଲିଗଡକୁ ନିଆଯାଇଥିଲା। ତାଙ୍କ ମୃତଦେହକୁ ଏଠାରେ ଥିବା ଅହିଲବାଇ ହୋଲକର ଷ୍ଟାଡିୟମରେ ରାତିସାରା ରଖାଯାଇଥିଲା। ବର୍ତ୍ତମାନ କଲ୍ୟାଣ ସିଂଙ୍କ ଶେଷ ଯାତ୍ରାର ପ୍ରସ୍ତୁତି ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.