ହାଇଦ୍ରାବାଦ: ଉତ୍ତର ପ୍ରଦେଶ ପ୍ରୟାଗରାଜର ଧୁମନଗଞ୍ଜ ଥାନା ଅନ୍ତର୍ଗତ କହ୍ନେଇପୁର ନାକୁଶ ଫାତିମା ନାମକ ଜଣେ ଯୁବତୀଙ୍କୁ ତାଙ୍କ ବିବାହ ପୂର୍ବରୁ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀଙ୍କୁ ଫତିମାଙ୍କର ଗୋଟିଏ ଟ୍ବିଟରେ ରାତାରାତି ରାସ୍ତା ନିର୍ମାଣ ଶେଷ କରିଛି ସ୍ଥାନୀୟ ପ୍ରଶାସନ । ଫାତିମାଙ୍କ ବିବାହ ସ୍ଥିର ହୋଇସାରିଥିଲା । ତାଙ୍କ ଘର ନିକଟକୁ ଭଲ ରାସ୍ତା ନଥିବାରୁ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ବିଟ କରିଥିଲେ (Nakush fatima tweet on road right)। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିବା ପରେ ରାତାରାତି ରାସ୍ତା ନିର୍ମାଣ ଶେଷ ହୋଇଛି ।
ସୂଚନା ଅନୁସାରେ, ପ୍ରୟାଗରାଜ ଧୁମମଗଞ୍ଜ ଅଞ୍ଚଳର କହ୍ନେଇପୁରର ନିବାସୀ ଫାତିମାଙ୍କ ବିବାହ ଚଳିତ (ଡିସେମ୍ବର) 7 ତାରିଖରେ ବିବାହ ସ୍ଥିରୀକୃତ ହୋଇଥିଲା । ହେଲେ ତାଙ୍କ ଘରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିଲା । ଏନେଇ ଫାତିମା ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରାସ୍ତାର ଅବସ୍ଥା ନେଇ ଅବଗତ କରିବା ସହ ବିବାହକୁ ନିମନ୍ତ୍ରଣ ମଧ୍ୟ କରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ପ୍ରଶାସନିକ ତତ୍ପରତା (road built overnight on tweet)। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ମିଳିବା ପରେ ବିବାହର ପୂର୍ବ ରାତିରେ ରାସ୍ତା ନିର୍ମାଣ ଶେଷ କରିଛି ସ୍ଥାନୀୟ ପ୍ରଶାସନ । ଏନେଇ ଫତିମାଙ୍କ ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ