ETV Bharat / bharat

ଟ୍ରକକୁ ଧକ୍କା ଦେଲା କାର, ଗୋଟିଏ ପରିବାରର ୫ ମୃତ

author img

By

Published : Apr 4, 2021, 1:45 PM IST

ଟ୍ରକକୁ ଧକ୍କା ଦେଲା କାର । ଗୋଟିଏ ପରିବାରର ୫ ମୃତ । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ସାଂଚୋର ଅଞ୍ଚଳରୁ । ଅଧିକ ପଢନ୍ତୁ...

ଟ୍ରକକୁ ଧକ୍କା ଦେଲା କାର, ଗୋଟିଏ ପରିବାରର ୫ ମୃତ
ଟ୍ରକକୁ ଧକ୍କା ଦେଲା କାର, ଗୋଟିଏ ପରିବାରର ୫ ମୃତ

ଜୟପୁର: ଟ୍ରକକୁ ଧକ୍କା ଦେଲା କାର । ଗୋଟିଏ ପରିବାରର ୫ ମୃତ । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ସାଂଚୋର ଅଞ୍ଚଳରୁ । ସୂଚନାନୁସାରେ, ଜାଲୋର ଜିଲ୍ଲା ଦେଇ ଯାଇଥିବା ୬୮ ନମ୍ବର ଜାତୀୟ ରାଜପଥରେ ରବିବାର ସକାଳେ ଏହି ଦୁର୍ଘଟଣା ଘଟିଛି ।

ପୋଲିସର ସୂଚନାନୁସାରେ, ବାରମର ଜିଲ୍ଲାର ବାୱାତଲାଇ ଗାଁର ଏକ ପରିବାର ରବିବାର ସକାଳେ ଏକ କାର ସହିତ ଯୋଧପୁରରୁ ସାଂଚୋର ଆସୁଥିଲେ । ଏହି ସମୟରେ ଚିତଲୱାନା ପୋଲିସ ଷ୍ଟେସନ ଅଞ୍ଚଳର ଜାତୀୟ ରାଜପଥରେ ଏକ ଟ୍ରକ ସହ କାରଟି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଚିକିତ୍ସା ସମୟରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ।

ତେବେ ଦୁର୍ଘଟଣାର ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଜଣା ପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.