ରାୟପୁର: ଛତିଶଗଡ ରାୟପୁରର ଜଗଦଲପୁରରେ ଭୟଙ୍କର ସଡକ ଦୁର୍ଘଟଣା । ଜାତୀୟ ରାଜପଥ 30ରେ ଆଜି (ଶୁକ୍ରବାର) ସମୟ ପାଖାପାଖି ଭୋର 3ଟାରେ ପାୟଲ ଟ୍ରାଭେଲ୍ସର ଏକ ବସ ସହିତ କାରର ଧକ୍କା ହୋଇଛି । ଫଳରେ 5 ଯୁବକଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରେ 4ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହତ ଯୁବକ ଜଣଙ୍କ ଡାକ୍ତରଖାନା ଯିବା ବାଟରେ ଆଖି ବୁଜିଛନ୍ତି ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । କାର ଭିତରୁ ମୃତଦେହ ବାହାର କରିବା ବି କଷ୍ଟକର ହୋଇପଡିଥିଲା । ଗ୍ୟାସ କଟର ସାହାଯ୍ୟରେ ମୃତଦେହ କଢା ଯାଇଥିଲା । 4 ଯୁବକ ଜଗଦଲପୁରର ଅଲଗା ଅଲଗା ସ୍ଥାନର ଓ ଜଣେ ସୁକମା ଜିଲ୍ଲାର ବୋଲି ଜଣାପଡିଛି । ମୃତକଙ୍କ ପରିବାର ଲୋକଙ୍କ ସହିତ ପୋଲିସ ଯୋଗାଯୋଗ କରୁଛି ।
ଘଟଣାକୁ ନେଇ ସୂଚନା ଦେଇ ପୋଲିସ ଅଧୀକ୍ଷକ ହେମସାଗର ସିଦାର କହିଛନ୍ତି, ପାୟଲ ଟ୍ରାଭେଲ୍ସର ବସ ଯାତ୍ରୀଙ୍କୁ ନେଇ ରାୟପୁରରୁ ଜବଦଲପୁରକୁ ଆସୁଥିଲା । ଆସନା ଆଗକୁ ମେଟାବାଡା ପୁଲ ପାଖରେ ଜଗଦଲପୁରୁ ରାୟପୁରକୁ ଆସୁଥିବା ଏକ ଟାଟା ନେକ୍ସା କାର ସହ ଧକ୍କା ହୋଇଥିଲା । କାରରେ ଥିବା 5 ଜଣ ଯୁବକଙ୍କ ମୃତ୍ୟୁ ହୋଇଛି ।