ETV Bharat / bharat

RJD ବିଧାୟକଙ୍କ ବିବାଦୀୟ ବୟାନ, ମା' ଦୁର୍ଗାଙ୍କୁ କାଳ୍ପନିକ କହିଲେ ଫତେହ ବାହାଦୂର

ଆରଜେଡି ବିଧାୟକଙ୍କ ବିବାଦୀୟ ବୟାନକୁ ନେଇ ଜୋର ଧରିଛି ଚର୍ଚ୍ଚା । ଆରଜେଡି ବିଧାୟକ ଫତେହ ବାହାଦୂର ସିଂ ମା' ଦୁର୍ଗାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଅଧିକ ପଢନ୍ତୁ

controversial statement about maa durga
ବିବାଦରେ ଆରଜେଡି ବିଧାୟକ
author img

By ETV Bharat Odisha Team

Published : Oct 27, 2023, 9:57 PM IST

ବିବାଦରେ ଆରଜେଡି ବିଧାୟକ

ପାଟନା: ଆରଜେଡି ବିଧାୟକଙ୍କ ବିବାଦୀୟ ବୟାନକୁ ନେଇ ଜୋର ଧରିଛି ଚର୍ଚ୍ଚା । ମା' ଦୁର୍ଗାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଆରଜେଡି ବିଧାୟକ ଫତେହ ବାହାଦୂର ସିଂ । ସେ କହିଛନ୍ତି ଦେବୀ ଦୁର୍ଗାଙ୍କ ଚରିତ୍ର କାଳ୍ପନିକ । ତାଙ୍କୁ ପୂଜା କରି ଏତେ ଗୁଡ଼ାଏ ବ୍ୟୟ କରିବା ହେଉଛି ଅଯଥା ଖର୍ଚ୍ଚ । ଖାଲି ସେତିକି ନୁହେଁ, ହିନ୍ଦୁ ଧର୍ମାବଲମ୍ବୀମାନେ ପୂଜା କରୁଥିବା ୩୩ କୋଟି ଦେବାଦେବୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଆରଜେଡି ବିଧାୟକ ଫତେହ ବାହାଦୂର । ତାଙ୍କର ଏହି ବିବାଦୀୟ ବୟାନକୁ ବର୍ତ୍ତମାନ ସରଗରମ ରାଜନୀତି ।

କିଛି ଦିନ ପୂର୍ବରୁରାମ ଚରିତମନସ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିଲେ ଆରଜେଡି ନେତା ତଥା ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର । ବର୍ତ୍ତମାନ ଆରଜେଡିର ଆଉ ଜଣେ ନେତା ହିନ୍ଦୁ ଧର୍ମକୁ ନେଇ ଏଭଳି ବିବାଦୀୟ ବୟାନ ଦେଇଥିବା ଜଣାପଡିଛି । ସେହି ସମୟରେ ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ବୟାନ ପରେ ତାଙ୍କୁ ଜୋରଦାର ବିରୋଧ କରାଯାଇଥିବାବେଳେ ପୁଣି ଥରେ ଆଉ ଏକ ମାମଲା ସାମନାକୁ ଆସିଛି ।

ଆମ ଦେଶର ହିନ୍ଦୁ ଧର୍ମାବଲମ୍ବୀଙ୍କ ବିଶ୍ବାସ ଯେ, ୩୩କୋଟି ଦେବାଦେବୀ ଅଛନ୍ତି । ତେବେ ଯେଉଁ ସମୟରେ ଭାରତକୁ ବ୍ରିଟିଶ ସରକାର କବଜା କରିଥିଲେ ସେହି ସମୟରେ ଭାରତର ଜନସଂଖ୍ୟା ୩୦ କୋଟି ଥିଲା । 'ମହିଷାସୁରର କୋଟି କୋଟି ସେନା ସହ ମା'ଦୁର୍ଗା ଯୁଦ୍ଧ କରିଥିବା କଥା କେଉଁ ମାନବବାଦୀ ଲେଖିଛନ୍ତି ?" ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ଫତେହ ବାହାଦୂର । ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁ ସମୟରେ ବ୍ରିଟିଶ ଭାରତୀୟଙ୍କୁ ଗୁଲାମ କରିଥିଲେ ସେହି ସମୟରେ ମା' ଦୁର୍ଗା କେଉଁଆଡେ ଯାଇଥିଲେ? ମା' ଦୁର୍ଗା ତ ବ୍ରିଟିଶଙ୍କୁ ସଂହାର କରିବାର କାର୍ଯ୍ୟ କରିନଥିଲେ ।

ଏହା ବି ପଢନ୍ତୁ...ତାମିଲନାଡୁ ମନ୍ତ୍ରୀଙ୍କ ବିବାଦୀୟ ବୟାନ, ଉଦୟାନିଧିଙ୍କ କୁଶପୁତ୍ତଳିକା ଦାହ କଲା ଜଗନ୍ନାଥ ସେନା

ତେବେ ନିକଟରେ ଦୁର୍ଗାପୂଜା ଯାଇଥିବାବେଳେ ପୂଜାରେ ହୋଇଥିବା ଖର୍ଚ୍ଚ ପ୍ରସଙ୍ଗ ଉଠାଇ ଏହାକୁ ଅଯଥା ଖର୍ଚ୍ଚ ବୋଲି କହିଛନ୍ତି ଆରଜେଡି ବିଧାୟକ । "ପୁରାଣରେ ଲେଖା ଅଛି ଯେ ଯେତେବେଳେ ମା' ଦୁର୍ଗା ଧରିତ୍ରୀ ପୃଷ୍ଠରେ ପାଦ ରଖିଥିଲେ ସେହି ସମୟରେ ତିନି ଲୋକ ଥରି ଉଠିଥିଲା । ତେବେ ଏହି ତିନି ଲୋକ କେବଳ ଭାରତ ଭିତରେ ଆସୁଛି ନା ସମଗ୍ର ବିଶ୍ବ ଏଥିରେ ଅନ୍ତର୍ଭୁକ୍ତ?"ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ସତରେ "ଦୁର୍ଗା ଦେବୀ ଅଛନ୍ତି ତେବେ କେବଳ ଭାରତ କାହିଁକି ସମଗ୍ର ବିଶ୍ବବାସୀ ପୂଜନ କରିଥାନ୍ତେ । ଏହା କେବଳ ମନୁଷ୍ୟକୃତ ରଚନା । କାଳ୍ପନିକ ଦେବାଦେବୀ ରଚନା କରିଥିବା ମନୁଷ୍ୟ ହିଁ ଓବିସି, ଏସସି, ଏସଟି ଆଦି ଜାତିରେ ନିଜର ବିଭାଜନ କରାଇଛି "ବୋଲି କହି ବିବାଦ ଘେରକୁ ଆସିଛନ୍ତି ଆରଜେଡି ବିଧାୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.