ETV Bharat / bharat

Photo On Currency: ନୋଟ୍‌ରେ ଲାଲୁଙ୍କ ଫଟୋ ଛାପିବାକୁ କହିଲା RJD - ନୋଟ୍‌ରେ ଲାଲୁ ଓ କର୍ପୂରୀଙ୍କ ଫଟୋ

ନୋଟ୍‌ରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ଫଟୋ ଲଗାଇବାକୁ ନିବେଦନ କରିଛନ୍ତି ଆର୍‌ଜେଡି ନେତା (RJD Demand Lalu Photo On Indian Currency ) । ଅଧିକ ପଢ଼ନ୍ତୁ

RJD Demand Lalu Yadav and Karpoori Thakur Photo On Indian Currency
Photo On Currency: ନୋଟ୍‌ରେ ଲାଲୁ ଓ କର୍ପୂରୀଙ୍କ ଫଟୋ ଲଗାଇବାକୁ RJDର ଦାବି
author img

By

Published : Oct 28, 2022, 10:47 PM IST

ପାଟନା: ଭାରୀତୟ ନୋଟ୍‌ରେ କାହାରା ଫଟୋ ରହିବା ଆବଶ୍ୟକ ତାହାକୁ ନେଇ ଏବେ ଏକ ଆଲୋଚନା ଆରମ୍ଭ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଭାରତୀୟ ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ସହ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଲଗାଇବାକୁ ପ୍ରସ୍ତାବ ଦେଇଥିଲେ । ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ବର୍ତ୍ତମାନ ନୋଟ୍‌ରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ଫଟୋ ଲଗାଇବାକୁ ନିବେଦନ କରିଛନ୍ତି ଆର୍‌ଜେଡି ନେତା ଅରୁଣ କୁମାର (RJD Demand Lalu Photo On Indian Currency )।

Photo On Currency: ନୋଟ୍‌ରେ ଲାଲୁ ଓ କର୍ପୂରୀଙ୍କ ଫଟୋ ଲଗାଇବାକୁ RJDର ଦାବି

ଅରୁଣ କୁମାର କହିଛନ୍ତି, "ଅରବିନ୍ଦ କେଜ୍ରିୱାଲ ଭାରତୀୟ ମୁଦ୍ରାକୁ ମଜଭୁତ କରିବା ପାଇଁ ନୋଟ୍‌ରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଲଗାଇବାକୁ ନିବେଦନ କରିଛନ୍ତି । ଭାରତୀୟ ନୋଟ୍‌ରେ ଲାଲୁ ଯାଦବ ଓ କର୍ପୂରୀ ଠାକୁରଙ୍କ ଫଟୋ ଲଗାଇବାକୁ ଦାବି କରୁଛି । ଯାହାଫଳରେ ଭରତୀୟ ମୁଦ୍ରା ମଜଭୁତ ହୋଇପାରିବ । ରେଳମନ୍ତ୍ରୀ ଥିବା ବେଳେ ଲାଲୁ ପ୍ରସାଦ ଯାଦବ ସମସ୍ତ ସମସ୍ୟାର ସମାପ୍ତି କରିଥିଲେ । ଆଜି ରେଳ ବିଭାଗ ଲାଭରେ ଚାଲିଛି । ଏଥିପାଇଁ ଲାଲୁଙ୍କ ଫଟୋ ଭାରତୀୟ ମୁଦ୍ରାରେ ଲାଗିବା ଉଚିତ ମୁଁ ଭାବୁଛି ।"

ଏହା ବି ପଢ଼ନ୍ତୁ ନୋଟରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ପାଇଁ ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିୱାଲ

ସେପଟେ ଏଭଳି ଦାବିକୁ ନେଇ ବିଜେପି କଟାକ୍ଷ କରିଛି । ବିଜେପି ନେତା ଅରବିନ୍ଦ ସିଂହ କହିଛନ୍ତି, "ଦଳ ପ୍ରତି ଆନୁଗତ୍ୟର ମଧ୍ୟ ଏକ ସୀମା ରହିଛି । ଯଦି ଲାଲୁଙ୍କ ଫଟୋରେ ରହିବା କଥା କୁହାଯାଉଛି, ତେବେ ତେଜସ୍ବୀ ଯାଦବଙ୍କ କଥା କାହିଁକି ଭୁଲି ଯାଉଛନ୍ତି । ମନ୍ଦିରରେ ଭଗବାନଙ୍କ ସ୍ଥାନ ରହିଛି । ସେହିଭଳି ଭାବରେ ନୋଟ୍‌ରେ କେବଳ ଜାତୀୟ ପିତାଙ୍କ ସ୍ଥାନ । ଯାହାକୁ ଯାହା ଦାବି କରିବାର କଥା କରନ୍ତୁ ।"

ନୋଟ୍‌ରେ ନୂଆ ଫଟୋ ଲଗାଇବା କଥା ପ୍ରଥମେ ଅରବିନ୍ଦ କେଜ୍ରିୱାଲ ଉଠାଇଛନ୍ତି । ନୋଟରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଅପିଲ୍‌ କରିଛନ୍ତି । ଏହାଦ୍ବାରା ଦେଶକୁ ଭଗବାନଙ୍କ ଆଶୀର୍ବାଦ ମିଳିବ । ଲକ୍ଷ୍ମୀଙ୍କୁ ସମୃଦ୍ଧିର ଦେବୀ କୁହାଯାଏ । ସେପଟେ ଗଣେଶ ମଧ୍ୟ ସମସ୍ତ ବିଘ୍ନ ଦୂର କରିବେ । ଏହାଦ୍ବାରା ଅର୍ଥ ବ୍ୟବସ୍ଥା ସୁଧୁରି ପାରିବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

ସେପଟେ ଏହି ଆଲୋଚନାରେ କଂଗ୍ରେସ ମଧ୍ୟ ନିଜ ଦାବି ରଖିବାକୁ ପଛାଇ ନାହିଁ । କଂଗ୍ରେସ ନେତା ମନୀଷ ତିୱାରୀ ସୋସିଆଲ ମିଡିଆରେ ଟ୍ବିଟ୍‌ କରି ଭାରତୀୟ ନୋଟ୍‌ରେ ବିଆର୍‌ ଆମ୍ବେଦକରଙ୍କ ଫୋଟ ଲଗାଇବାକୁ ଦାବି କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ ସହ ଆମ୍ବେଦକରଙ୍କ ଫଟୋ ଲଗାଇବାକୁ ସେ ଦାବି କରିଛନ୍ତି । ସମ୍ବିଧାନ ପ୍ରଣେତା, ସମଦୃଷ୍ଟି ସମ୍ପନ୍ନ ବ୍ୟକ୍ତିଙ୍କ ଫଟୋ ରହିଲେ ଆଧୁନିକ ଭାରତର ପ୍ରତିଭା ଯୋଡ଼ି ହୋଇ ପାରିବ ବୋଲି ଯୁକ୍ତି ଦର୍ଶାଇଛନ୍ତି ମନୀଷ ତିୱାରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.