ETV Bharat / bharat

ଫ୍ରାନ୍ସ ଗସ୍ତ କଲେ ପ୍ରଧାନମନ୍ତ୍ରୀ, ପ୍ୟାରିସ ହିଂସାର କୌଣସି ପ୍ରଭାବ ପଡିବନି କହିଲା ବିଦେଶ ମନ୍ତ୍ରଣାଳୟ

ଫ୍ରାନ୍ସ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 14 ତାରିଖରେ ବସ୍ତାଇଲ ଡେ’ରେ ଅତିଥି ଭାବେ ହେବେ ସାମିଲ । ପ୍ୟାରିସ ହିଂସାର କୌଣସି ପ୍ରଭାବ ପଡିବନି କହିଲେ ବୈଦେଶିକ ସଚିବ । ଅଧିକ ପଢନ୍ତୁ

author img

By

Published : Jul 12, 2023, 9:21 PM IST

Updated : Jul 13, 2023, 7:31 AM IST

ଆସନ୍ତାକାଲି ଠାରୁ ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ, ପ୍ୟାରିସ ହିଂସାର କୌଣସି ପ୍ରଭାବ ପଡିବନି କହିଲେ ବୈଦେଶିକ ସଚିବ

ନୂଆଦିଲ୍ଲୀ: ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିକଟର ଫ୍ରାନ୍ସର ରାଜଧାନୀ ପ୍ୟାରିସ ସମେତ ଅନ୍ୟାନ୍ୟ ସ୍ଥାନରେ ଦେଖାଯାଇଥିବା ହିଂସାର କୌଣସି ପ୍ରଭାବ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପରେ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛି ବୈଦେଶିକ ମନ୍ତ୍ରଣାଳୟ । ବୈଦେଶିକ ସଚିବ ବିନୟ ମୋହନ କ୍ବାତ୍ରା ପ୍ରେସମିଟକୁ ସମ୍ବୋଧନ କରି ଏହା ସ୍ପଷ୍ଟ କରିଛନ୍ତି ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ନିୟମିତ ପ୍ରେସମିଟକୁ ସମ୍ବୋଧିତ କରି କ୍ବାତ୍ରା କହିଛନ୍ତି, ‘‘ନିକଟରେ ଫ୍ରାନ୍ସ ହିଂସାର ସମ୍ମୁଖୀନ କରିଛି । ହେଲେ ଏହା ଫ୍ରାନ୍ସର ଆଭ୍ୟନ୍ତରୀଣ ମାମଲା । ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ ସହ ଏହାର କୌଣସି ସମ୍ପର୍କ ମଧ୍ୟ ନାହିଁ । ତେଣୁ ଆମେ ଉକ୍ତ ହିଂସାର ପ୍ରଭାବ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପରେ ପଡିବା ନେଇ କୌଣସି ଆଶଙ୍କା ଅନୁଭବ କରୁନାହୁଁ । ଭାରତ ଓ ଫ୍ରାନ୍ସ ମଧ୍ୟରେ ଏକାଧିକ କ୍ଷେତ୍ରରେ ରଣନୈତିକ ଭାଗିଦାରୀ ରହିଆସିଛି । ସୁରକ୍ଷା ଓ ମହାକାଶ ଗବେଷଣା ଆଦି କ୍ଷେତ୍ରରେ ଉଭୟ ଦେଶ ସହଭାଗିତାର ସହ ଆଗକୁ ବଢୁଛନ୍ତି । ଉଭୟ ଦେଶର ମଧ୍ୟରେ ଦୀର୍ଘ ବର୍ଷର ରଣନୈତିକ ସମ୍ପର୍କ ଚଳିତ ବର୍ଷ 25ତମ ବାର୍ଷିକୀରେ ପହଞ୍ଚିଛି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ସେ ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ ।’’

ଏହା ମଧ୍ୟ ପଢନ୍ତୁ :-ନୌସେନା ପାଇଁ ଆସିବ 26 ରାଫେଲ: ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତରେ ଫାଇନାଲ ହେବ ଡିଲ୍ !

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ନିମନ୍ତ୍ରଣ କ୍ରମେ ଆଜିଠୁ(ଜୁଲାଇ 13) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଉଛନ୍ତି । 14 ତାରିଖରେ ଫ୍ରାନ୍ସ ତାର ଜାତୀୟ ଦିବସ ‘ବସ୍ତାଇଲ ଡେ’ ପାଳନ କରିବାକୁ ଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅତିଥି ଭାବେ ସାମିଲ ହେବା ନେଇ ଫ୍ରାନ୍ସ ରାଷ୍ଟ୍ରପତି ନିମନ୍ତ୍ରଣ କରିଥିଲେ । ଏହି ବସ୍ତାଇଲ ଡେ’ ପରେଡରେ ଭାରତୀୟ ବାୟୁସେନା ମଧ୍ୟ ଫ୍ଲାଏ ପାଷ୍ଟରେ ଅଂଶଗ୍ରହଣ କରିବ । ବାୟୁସନାର ଏହି ଟିମ ଫ୍ରାନ୍ସ ଗସ୍ତ କରି ସାରିଥିବା ବେଳେ ସେଠାରେ ଅଭ୍ୟାସ ମଧ୍ୟ ଶେଷ କରିଛି ।

ଏହା ମଧ୍ୟ ପଢନ୍ତୁ:-France Riots: ପୋଲିସ ଗୁଳିରେ ନାବାଳକର ମୃତ୍ୟୁ ପରେ ଜଳୁଛି ଫ୍ରାନ୍ସ, ୮୦୦ରୁ ଅଧିକ ଗିରଫ

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଭାରତ-ଫ୍ରାନ୍ସ ମଧ୍ୟରେ ଏକାଧିକ ପ୍ରତିରକ୍ଷା ସାମଗ୍ରୀ କ୍ରୟ ଚୁକ୍ତି ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଭାରତ ଫ୍ରାନ୍ସଠାରୁ 26ଟି ମେରାଇନ ଭର୍ସନ ରାଫେଲ ବିମାନ ସହ 4ଟି ସବ୍‌ମେରାଇନ ମଧ୍ୟ କ୍ରୟ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଏହି ଚୁକ୍ତିନାମା ସ୍ବାକ୍ଷାରିତ ହେବ । ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ଭିତ୍ତିଭୂମି, ଜଳବାୟୁ ପରିବର୍ତ୍ତନ, ମହାକାଶ, ଶକ୍ତି, ସଂସ୍କୃତି, କ୍ରୀଡ଼ା ଆଦି ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ ହେବ । ସୂତ୍ରରୁ ମିଳିଥିବା ସୂଚନା ଅନୁସାର, ‘ନମସ୍ତେ ଫ୍ରାନ୍ସ’ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ । ପ୍ରତ୍ୟେକ ବିଦେଶ ଗସ୍ତ ପରି ପ୍ରଧାନମନ୍ତ୍ରୀ ସେଠାରେ ଥିବା ପ୍ରବାସୀ ଭାରତୀୟ ସମୂଦାୟକୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ ।

ଏହା ମଧ୍ୟ ପଢନ୍ତୁ:- Modi in US: ମୋଦିଙ୍କୁ ହ୍ବାଇଟ ହାଉସରେ ରାଜକୀୟ ସ୍ବାଗତ, ମନ୍ତ୍ରୀମଣ୍ଡଳ ସହ ପରିଚୟ କରାଇଲେ ବାଇଡେନ

ସେହିପରି ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଗସ୍ତ ଶେଷ କରିବା ପରେ 15 ତାରିଖରେ ସଂଯୁକ୍ତ ଆରବ ଏମିରେଟ୍ସରେ ପହଞ୍ଚିବେ । ସେ ସେଠାରେ ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ ଜାଏଦ ଅଲ ନାହେନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ନିକଟରେ ପ୍ରଧାନମନ୍ତ୍ରୀ ଆମେରିକା ଓ ଇଜିପ୍ଟ ଗସ୍ତ କରିଥିଲେ । ଆମେରିକାରେ ପ୍ରଧାନମନ୍ତ୍ରୀ ହ୍ବାଇଟ ହାଉସରେ ରାଜକୀୟ ଅତିଥି ଭାବେ ନୈଶ୍ୟଭୋଜିରେ ସାମିଲ ହେବା ସହ ଆମେରିକା କଂଗ୍ରେସ (ସଂସଦ)ର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ । ପରେ ସେ ଇଜିପ୍ଟ ଗସ୍ତ କରି ସଠାକାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡର ଅଫ ଦ- ନାଇଲ’ ମଧ୍ୟ ସମ୍ମାନିତ ହୋଇଥିଲେ । କିଛି ଦିନର ବ୍ୟବଧାନ ପରେ ଏବେ ୟୁରୋପ ଓ ମଧ୍ୟ ପ୍ରାଶ୍ଚାତ୍ୟ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 13, 2023, 7:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.