ETV Bharat / bharat

କୋଭିଡ ମୁକ୍ତ ଗାଁକୁ 1 ଲକ୍ଷ ପୁରସ୍କାର ଦେବେ ଆନ୍ଧ୍ର ସରକାର - ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ

ଆନ୍ଧ୍ରପ୍ରଦେଶ ସରକାରଙ୍କ ନିଆରା ପଦକ୍ଷେପ । କୋଭିଡ ମୁକ୍ତ ଗାଁ ଗୁଡିକୁ ମିଳିବ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି । ଅଧିକ ପଢନ୍ତୁ...

 କୋଭିଡ ମୁକ୍ତ ଗ୍ରାମଗୁଡିକୁ ଆନ୍ଧ୍ର ସରକାର ଦେବେ 1 ଲକ୍ଷ ଟଙ୍କା ପୁରସ୍କାର

author img

By

Published : May 22, 2021, 7:28 PM IST

ଅମରାବତୀ: ଆନ୍ଧ୍ର ପ୍ରଦେଶ ସରକାରଙ୍କ ନିଆରା ପଦକ୍ଷେପ । ଶ୍ରୀକାକୁଲାମ ଜିଲ୍ଲାର କରୋନା ଭୁତାଣୁ ସଂକ୍ରମଣରୁ ସମ୍ପୂର୍ଣ୍ଣ ମୁକ୍ତ ଥିବା ଗ୍ରାମ ଗୁଡିକୁ ମିଳିବ ସରକାରୀ ସ୍ତରରେ ଆର୍ଥିକ ପୁରସ୍କାର ରାଶି । ଜିଲ୍ଲାର ସମ୍ପୂର୍ଣ୍ଣ କୋଭିଡ ମୁକ୍ତ ଗ୍ରାମ ଗୁଡିକୁ 1 ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିବ ସ୍ଥାନୀୟ ପ୍ରଶାସନ । ଏନେଇ ଜିଲ୍ଲାର ସ୍ବତନ୍ତ୍ର ଅଧିକାରୀ ଆର ଭେଙ୍କଟ ରମଣ ସୂଚନା ଦେଇଛନ୍ତି ।

ଶୁକ୍ରବାର ଦିନ ଶ୍ରୀକାକୁଲମ୍ ଜିଲ୍ଲା ନରସାନନାପେଟା ମଣ୍ଡଳ କାର୍ଯ୍ୟାଳୟ ପରିସରରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କାର୍ଯ୍ୟ କରୁଥିବା ଗ୍ରାମ ସରପଞ୍ଚ, ସଚିବ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ସହ ଜିଲ୍ଲା ପ୍ରଶାସନର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଭିନ୍ନ ପଦକ୍ଷେପ ନେବା ପାଇଁ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ଅଧିକାରୀ । ତେବେ ତୃଣମୂଳ ସ୍ତରରୁ ସଚେତନତା ଓ ମୁକାବିଲା ହିଁ କୋଭିଡ ସଂକ୍ରମଣକୁ ରୋକାଯାଇ ପାରିବା ନେଇ ମତ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.