ETV Bharat / bharat

ନିଜାମ ସହରରେ ଲେମ୍ବୁ ମହଙ୍ଗା, ଗୋଟାଏକୁ 10 ଟଙ୍କା - ହାଇଦ୍ରାବାଦରେ ଲେମ୍ବୁ ଦର ବୃଦ୍ଧି

ଗ୍ରୀଷ୍ମ ଋତୁରେ ମହଙ୍ଗା ମାଡ଼ । ଖରାଦିନ ବଢ଼ିବା ସାଙ୍ଗକୁ ଲେମ୍ବୁର ଦର ଆକାଶ ଛୁଆଁ ହେବାରେ ଲାଗିଛି । 3500 ଟଙ୍କାରେ ଲେମ୍ବୁ କିଣୁଛନ୍ତି ବେପାରୀ । ଅଧିକ ପଢ଼ନ୍ତୁ

Retailers facing difficulties for raise lemon price in Hyderabad
ବେପାରୀଙ୍କୁ ମହଙ୍ଗା ମାଡ଼, 3500 ଟଙ୍କାରେ କିଣୁଛନ୍ତି ଲେମ୍ବୁ
author img

By

Published : Apr 8, 2022, 8:41 AM IST

ହାଇଦ୍ରାବାଦ: ଗ୍ରୀଷ୍ମ ଋତୁରେ ମହଙ୍ଗା ମାଡ଼ । ଖରାଦିନ ବଢ଼ିବା ସାଙ୍ଗକୁ ଲେମ୍ବୁର ଦର ଆକାଶ ଛୁଆଁ ହେବାରେ ଲାଗିଛି । ଶୋଷ ମେଣ୍ଟାଉଥିବା ଲେମ୍ବୁ କିଣିବା ପାଇଁ ଗ୍ରାହକଙ୍କ ଠାରୁ ଆରମ୍ଭ କରି ବେପାରୀ ଦର ଦାମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ସପ୍ତାହରୁ ହାଇଦ୍ରାବାଦ ସହରରେ ଗୋଟିଏ ଲେମ୍ବୁ 10 ଟଙ୍କାରେ ବିକ୍ରି କରାଯାଉଛି ।

ଲେମ୍ବୁର ଏହେତୁକ ଦର ବୃଦ୍ଧି ହେତୁ ବେପାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଗ୍ରାହକମାନେ ଲେମ୍ବୁ କିଣିବାକୁ ଆଗ୍ରହୀ ନାହାନ୍ତି । ଯାହା ଫଳରେ ସିଧାସଳଖ ବେପାରୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି । ପୂର୍ବରୁ ବେପାରୀଙ୍କୁ ଲେମ୍ବୁ ବସ୍ତା ପ୍ରତି 700ଟଙ୍କାରେ କିଣିବାକୁ ପଡୁଥିଲା । ମାତ୍ର ଦର ବୃଦ୍ଧି ହେବାପରେ 3500 ମୂଲ୍ୟ ରହିଛି । ତେଣୁ ଗୋଟିଏ ଲେମ୍ବୁକୁ 10ଟଙ୍କାରେ ବିକ୍ରି କରାଯାଉଛି । ଯାହାକୁ କିଣିବା ପାଇଁ ସାଧାରଣ ଲୋକେ ଆଗ୍ରହ ପ୍ରକାଶ କରୁନଥିବା ବେପାରୀ କହିଛନ୍ତି । ଅନ୍ୟପଟେ ଗୋଟିଏ ବ୍ୟାଗ ଲେମ୍ବୁକୁ 3000 ଟଙ୍କାରେ କିଣୁଥିବା କହିଛନ୍ତି ବେପାରୀ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.