ETV Bharat / bharat

ବିରିୟାନୀରେ ଅଧିକ ଦହି ମାଗିବାରୁ ଗ୍ରାହକଙ୍କୁ ହତ୍ୟା, ରେସ୍ତୋରାଁ କର୍ମଚାରୀ ଗିରଫ

author img

By ETV Bharat Odisha Team

Published : Sep 11, 2023, 1:44 PM IST

ହାଇଦ୍ରାବାଦ ସ୍ଥିତ ପଞ୍ଜାଗୁଟ୍ଟାରେ ଅଭାବନୀୟ ଘଟଣା । ବିରିୟାନୀରେ ଦହି ମାଗିବାରୁ ଗ୍ରାହକଙ୍କୁ ହତ୍ୟା କଲେ ରେସ୍ତୋରାଁ କର୍ମଚାରୀ । ଅଧିକ ପଢ଼ନ୍ତୁ

man beaten to death at Hyderabad restaurant
ବିରିୟାନୀରେ ଅଧିକ ଦହି ମାଗିବାରୁ ଗ୍ରାହକଙ୍କୁ ହତ୍ୟା

ହାଇଦ୍ରାବାଦ: ବିରିୟାନୀରେ ଦହି ମାଗିବାରୁ ଗ୍ରାହକଙ୍କୁ ହତ୍ୟା । ରେସ୍ତୋରାଁରେ ଖାଇବା ସମୟରେ କର୍ମଚାରୀଙ୍କୁ ଦୁଇ ଥର ଦହି ମାଗିଥିଲେ ଗ୍ରାହକ । ଏଥିରେ ଉତକ୍ଷିପ୍ତ ହୋଇ ହୋଟେଲ କର୍ମଚାରୀ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ଯୁବକଙ୍କ ମୃତ୍ୟୁ ଘଟିଛି । ହାଇଦ୍ରାବାଦ ସ୍ଥିତ ପଞ୍ଜାଗୁଟ୍ଟାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ହେଉଛନ୍ତି ଚନ୍ଦ୍ରଯାନଗୁଟ୍ଟା ଅଞ୍ଚଳର ଲିୟାକତ । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: Tamilnadu: ମଦ ପିଇବାକୁ ବାରଣ କରିବାରୁ ଗୋଟିଏ ପରିବାରର 4 ଜଣଙ୍କୁ ବୀଭତ୍ସ ହତ୍ୟା

ଏହା ମଧ୍ୟ ପଢ଼ନ୍ତୁ: Karnataka Honor Killing: ଅନ୍ୟ ଜାତିର ଯୁବକଙ୍କ ପ୍ରେମରେ ପଡ଼ିଲେ ଯୁବତୀ, ଝିଅକୁ ହତ୍ୟା କଲା ବାପା

ସୂଚନା ଅନୁଯାୟୀ, ରବିବାର ଲିୟାକତ ପଞ୍ଜାଗୁଟ୍ଟାରେ ଥିବା ଏକ ରେସ୍ତୋରାଁକୁ ଖାଇବା ପାଇଁ ଯାଇଥିଲେ । ସେଠାରେ ସେ ବିରିୟାନୀ ଅର୍ଡର କରିଥିଲେ । ବିରିୟାନୀ ଖାଇବା ସମୟରେ ସେ ରେସ୍ତୋରାଁ କର୍ମଚାରୀଙ୍କୁ ଦୁଇଥର ଦହି ମାଗିଥିଲେ । ଏଥିରେ କର୍ମଚାରୀ ଜଣକ ବିରକ୍ତି ପ୍ରକାଶ କରିଥିଲେ । ଯାହାକୁ ନେଇ ଲିୟାକତ ଏବଂ ଉକ୍ତ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ କର୍ମଚାରୀ ଜଣକ ଲିୟାକତଙ୍କୁ ଆକ୍ରମଣ କରିଥିଲେ, ଯେଉଁଥିରେ ସେ ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଉଭୟଙ୍କୁ ଥାନାକୁ ଆଣିଥିଲା । ଥାନାରେ ପଚରାଉଚରା ସମୟରେ ହଠାତ ଲିୟାକତ ତଳେ ପଡ଼ିଯାଇଥିଲେ । ଏହାପରେ ପୋଲିସ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କିନ୍ତୁ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢ଼ନ୍ତୁ: MP: ଯୌତୁକ ପାଇଁ ସ୍ତ୍ରୀକୁ କୂଅରେ ଟାଙ୍ଗିଲା ସ୍ବାମୀ, ଶଶୁର ଘରକୁ ପଠାଇଲା ଭିଡିଓ

ଏହା ମଧ୍ୟ ପଢ଼ନ୍ତୁ: ବୋହୂ ସହ ଶାରିରୀକ ସମ୍ପର୍କ ରଖିବାକୁ ଚାହୁଁଥିଲା ଶ୍ବଶୁର, ସ୍ବାମୀକୁ ଗଳା କାଟି ହତ୍ୟା କଲା ଶାଶୁ

ତେବେ ଆହତ ସତ୍ତ୍ବେ ଲିୟାକତଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ପୋଲିସ ତାଙ୍କୁ ଥାନାକୁ ନେଇଥିଲା । ଚିକିତ୍ସାରେ ବିଳମ୍ବ ହେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.