ETV Bharat / bharat

ଦ୍ବୀପପୁଞ୍ଜରେ ଜାତୀୟ ପତାକା ଉଡାଇବାକୁ ନୌସେନାକୁ ମନା, ମୁଖ୍ୟମନ୍ତ୍ରୀ କହିଲେ ଦିଆଯିବ ସୁରକ୍ଷା

author img

By

Published : Aug 14, 2021, 5:38 PM IST

ଗୋଆର ଏକ ଦ୍ବୀପପୁଞ୍ଜ ଗ୍ରାମରେ ନୌସେନାର ପତାକା ଉତ୍ତୋଳନକୁ ବିରୋଧ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୋଦ ସାୱନ୍ତଙ୍କ କଡା ସମାଲୋଚନା । ଅଧିକ ପଢନ୍ତୁ...

ଗୋଆ ଦ୍ବୀପପୁଞ୍ଜରେ ସ୍ବାଧୀନତା ଦିବସ ମନାଇବାକୁ ନୌସେନାକୁ ବାରଣ, ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ପାଣାଜୀ: ଗୋଆର ଏକ ଦ୍ବୀପପୁଞ୍ଜ ଗ୍ରାମରେ ନୌସେନାର ପତାକା ଉତ୍ତୋଳନକୁ ବିରୋଧ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୋଦ ସାୱନ୍ତଙ୍କ କଡା ସମାଲୋଚନା । ଦେଶ ବିରୋଧୀ କାର୍ଯ୍ୟକଳାପକୁ ଦୃଢତାର ସହ ନିପାତ କରାଯିବ ବୋଲି ସେ କହିଛନ୍ତି ।

ସୂଚନା ଅନୁଯାୟୀ ସ୍ବାଧୀନତା ଦିବସରେ ଗୋଆର ଏକ ଦ୍ବୀପପୁଞ୍ଜରେ ନୌସେନାର ପତାକା ଉତ୍ତୋଳନ ସମାରୋହ ଆୟୋଜନ କରାଯାଉଥିଲା । କିନ୍ତୁ ଦ୍ବୀପପୁଞ୍ଜବାସୀ ଏହାକୁ ବିରୋଧ କରିବା ସହ ନୌସେନା ଅଧିକାରୀଙ୍କୁ ଅନୁମତି ଦେଇନାହାନ୍ତି । ଏହାକୁ କଡା ଭାଷାରେ ସମାଲୋଚନା କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । କୌଣସି ପ୍ରକାର ଦେଶ ବିରୋଧୀ କାର୍ଯ୍ୟକଳାପକୁ ସମର୍ଥନ କରାଯିବ ନାହିଁ ଏବଂ ଦେଶ ବିରୋଧୀଙ୍କୁ ଦୃଢତାର ସହ ନିପାତ କରାଯିବ ବୋଲି ସେ କହିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରଣାଳୟର 'ଆଜାଦି କା ଅମୃତ ମହୋତ୍ସବ' କାର୍ଯ୍ୟକ୍ରମ ପାଳନର ଏକ ଅଂଶ ଥିବା ସେଣ୍ଟ ଜାକିଣ୍ଟୋ ଦ୍ୱୀପରେ ପତାକା ଉତ୍ତୋଳନ କରିବା ପାଇଁ ସାୱନ୍ତ ଭାରତୀୟ ନୌସେନାକୁ ଅନୁରୋଧ କରିଛନ୍ତି । ସାୱନ୍ତ ଶନିବାର ଟ୍ୱିଟ୍ କରି କହିଛନ୍ତି, 'ଏହା ଦୁର୍ଭାଗ୍ୟଜନକ ଏବଂ ଲଜ୍ଜାଜନକ ଯେ ସେଣ୍ଟ ଜାକିଣ୍ଟୋ ଦ୍ୱୀପରେ କିଛି ଲୋକ ସ୍ୱାଧୀନତା ଦିବସ ଅବସରରେ ଭାରତୀୟ ନୌସେନାର ଜାତୀୟ ପତାକା ଉତ୍ତୋଳନକୁ ଅସମର୍ଥ କରିଛନ୍ତି । ମୁଁ ଏହାକୁ ନିନ୍ଦା କରୁଛି ଏବଂ ମୁଁ ନିଶ୍ଚିତ ଯେ ମୋର ସରକାର ଏଭଳି ଘଟଣାକୁ ବରଦାସ୍ତ କରିବେ ନାହିଁ ।'

ଏଥିସହ ଭାରତୀୟ ନୌସେନାକୁ ଏହାର ପ୍ରାରମ୍ଭିକ ଯୋଜନା ଅନୁଯାୟୀ ଆଗକୁ ବଢିବାକୁ ଅନୁରୋଧ କରୁଛି । ଏଥିରେ ଗୋଆ ପୋଲିସ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ସାୱନ୍ତ କହିଛନ୍ତି । ଭାରତ ବିରୋଧୀ କାର୍ଯ୍ୟକଳାପକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସବୁ ପରେ 'ଦେଶ ପ୍ରଥମ' ବୋଲି ଟ୍ବିଟ କରିଛନ୍ତି ସାୱନ୍ତ ।

ଅନ୍ୟପଟେ ଦ୍ବୀପପୁଞ୍ଜ ବାସିନ୍ଦା କହିଛନ୍ତି ଯେ, ସ୍ବାଧୀନତା ଦିବସରେ ନୌସେନାକୁ ପତାକା ଉଡାଇବା ପାଇଁ ସେମାନେ ମନା କରିନାହାନ୍ତି । କିନ୍ତୁ ଏଠାରେ ରାଜ୍ୟ ସରକାର କି କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ଦ୍ବୀପପୁଞ୍ଜର ପରମ୍ପରା କ୍ଷୁର୍ଣ୍ଣ ହେଉଛି । ଏଣୁ ଦ୍ବୀପପୁଞ୍ଜବାସୀ ଏଠାରେ ପତାକା ଉତ୍ତୋଳନ କଲେ ଭାରତୀୟ ନୌସେନା ସାମିଲ ହେଲେ କୌଣସି ଆପତ୍ତି ନଥିବା କହିଛନ୍ତି ଜଣେ ବାସିନ୍ଦା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.