ETV Bharat / bharat

ବଜେଟ ପୂର୍ବରୁ ବଡ ଚଡକ, ଖସିଲା ବିଦେଶୀ ମୁଦ୍ରା ଭଣ୍ଡାର

author img

By

Published : Jan 29, 2022, 8:36 PM IST

ଚଳିତମାସ ହ୍ରାସ ପାଇଛି ଭାରତୀୟ ମୁଦ୍ରା ପାଣ୍ଠି । 678 ମିଲିୟନ ଡ଼ଲାରରୁ 634.28 ବିଲିୟନ ଡ଼ଲାରକୁ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଇଲା ରିଜର୍ଭ ବ୍ୟାଙ୍କ । ଅଧିକ ପଢନ୍ତୁ

634.28 ବିଲିୟନ ଡ଼ଲାରକୁ ହ୍ରାସ ପାଇାଲା ଭାରତୀୟ ବୈଦେଶିକ ମୁଦ୍ରାପାଣ୍ଠି

ମୁମ୍ବାଇ: ଚଳିତ ମାସର ତୃତୀୟ ସପ୍ତାହରେ ହ୍ରାସ ପାଇଛି ଭାରତୀୟ ବୈଦେଶିକ ମୁଦ୍ରାପାଣ୍ଠି (forex)। ଜାନୁଆରୀ 21 ତାରିଖ ସୁଦ୍ଧା (ଶେଷ ସପ୍ତାହ)ରେ ଭାରତର ବୈଦେଶିକ ମୁଦ୍ରା ପାଣ୍ଠି 678 ମିଲିୟନ ଡ଼ଲାରରୁ ହ୍ରାସ ପାଇ 634.28 ବିଲିୟନ ଡ଼ଲାରରେ ପହଞ୍ଚିଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ।

ରିଜର୍ଭ ବ୍ୟାଙ୍କର ସାପ୍ତାହିକ ପରିସଂଖ୍ୟାନ ସପ୍ଲିମେଣ୍ଟ ଅନୁଯାୟୀ ବୈଦେଶିକ ମୁଦ୍ରା ଆସେଟ (foreign currency assets), ଯାହା ମୁଦ୍ରାପାଣ୍ଠି(forex)ର ଏକ ବଡ ଉପାଦାନ, ଏହାର ହ୍ରାସ ପାଇବା ଫଳରେ ମୁଦ୍ରାପାଣ୍ଠି ମଧ୍ୟ ହ୍ରାସ ପାଇଛି । ଗତ ସପ୍ତାହରେ ବୈଦେଶିକ ମୁଦ୍ରା ଆସେଟ 1.115 ବିଲିୟନ ଡ଼ଲାରରୁ ହ୍ରାସ ପାଇ 569.582 ବିଲିୟନ ଡ଼ଲାରରେ ପହଞ୍ଚିଛି । ବୈଦେଶିକ ମୁଦ୍ରା ପାଣ୍ଠିରେ ସାମିଲ ଥିବା ଅଣ-ଆମେରିକୀୟ ଡଲାର ତଥା ୟୁରୋ, ବ୍ରିଟେନର ପାଉଣ୍ଡ ଷ୍ଟର୍ଲିଂ ଏବଂ ଜାପାନିଜ ୟେନର ମୂଲ୍ୟ ମଧ୍ୟ ପ୍ରଭାବିତ ହୋଇଛି ।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ସହିତ ଭାରତର ସ୍ୱତନ୍ତ୍ର ଡ୍ରଇଂ ରାଇଟ୍ସ (SDRs)ର ମୂଲ୍ୟ 68 ମିଲିୟନ ଡ଼ଲାରରୁ 19.152 ବିଲିୟନ ଡ଼ଲାରକୁ ହ୍ରାସ ପାଇଥିବାବେଳେ IMFରେ ଭାରତର ରିଜର୍ଭ ସ୍ଥିତି 22 ମିଲିୟନ ଡ଼ଲାରରୁ ହ୍ରାସ ପାଇ 5.216 ବିଲିୟନ ଡ଼ଲାରରେ ପହଞ୍ଚିଛି ।

ତେବେ ସୁନା ଭଣ୍ଡାରର ମୂଲ୍ୟରେ ବୃଦ୍ଧି ଘଟିଛି । ଚଳିତ ବର୍ଷ (2022) ଜାନୁୟାରୀ 21 ତାରିଖରେ ଶେଷ ହୋଇଥିବା ସପ୍ତାହରେ ସୁନା ଭଣ୍ଡାରର ମୂଲ୍ୟ 567 ମିଲିୟନ ଡ଼ଲାରରୁ ବୃଦ୍ଧି ଘଟି 40.337 ବିଲିୟନ ଡ଼ଲାରରେ ପହଞ୍ଚିଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.