ETV Bharat / bharat

ଚର୍ଚ୍ଚାରେ ଥିଲା କେଜ୍ରିଓ୍ବାଲଙ୍କ ଆଲିସାନ ବଙ୍ଗଳା, ଅଡିଟ୍‌ କରିବେ CAG

author img

By

Published : Jun 27, 2023, 5:55 PM IST

କେଜ୍ରିଓ୍ବାଲଙ୍କ ଆଲିସାନ ବଙ୍ଗଳାର ଅଡିଟ୍‌ କରିବେ CAG । କେନ୍ଦ୍ର ଗୃହମନ୍ତ୍ରଣାଳ ଦେଲା ନିର୍ଦ୍ଦେଶ । ମାତ୍ରାଧିକ ଖର୍ଚ୍ଚ ସହ ଅନିୟମିତତା ହୋଇଥିବା ନେଇ ଥିଲା ଅଭିଯୋଗ । ଅଧିକ ପଢନ୍ତୁ

ଚର୍ଚ୍ଚାରେ ଥିଲା କେଜ୍ରିଓ୍ବାଲଙ୍କ ବିଳାସମୟ ବଙ୍ଗଳା, ଏବେ ଅଡିଟ୍‌ କରିବ କେନ୍ଦ୍ର

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ପ୍ରସଙ୍ଗରେ ଲଗାତର ବଢିବାରେ ଲାଗିଛି ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ । ଦିଲ୍ଲୀ ପ୍ରଶାସନିକ ନିୟନ୍ତ୍ରଣ ପ୍ରସଙ୍ଗରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଆମ ଆଦମୀ ପାର୍ଟି ପ୍ରାଣମୂର୍ଚ୍ଛା ଲଢେଇ କରୁଥିବା ବେଳେ ଏବେ ପୁଣି ଏକ ନୂଆ ମାମଲାରେ କେଜ୍ରିଓ୍ବାଲଙ୍କ ବିରୋଧରେ କେନ୍ଦ୍ରୀୟ ଅଡିଟ ହେବାକୁ ଯାଉଛି । ନିକଟରେ ତାଙ୍କ ବଙ୍ଗଳାର ନବୀକରଣରେ ଆବଶ୍ୟକତା ଠାରୁ ମାତ୍ରାଧିକ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ଓ ଚର୍ଚ୍ଚା ହୋଇଥିଲା । ଏବେ ଏହି ପ୍ରସଙ୍ଗରେ ଏବେ ତଦନ୍ତ ହେବାକୁ ଯାଉଛି । ଭାରତର କମ୍ପଟ୍ରୋଲର ଓ ଅଡିଟର ଜେନେରାଲ (CAG) ଏହି ବଙ୍ଗଳାର ନବୀକରଣ ବାବଦ ଖର୍ଚ୍ଚ ସମ୍ପର୍କରେ ଅଡିଟ କରିବା ନେଇ କେନ୍ଦ୍ର ଅନୁମୋଦନ ଦେଇଛି ।

ମିିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ଅଡିଟ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକ୍ସେନା ଏହି ନବୀକରଣରେ ମାତ୍ରାଧିକ ଖର୍ଚ୍ଚ ଓ ଅନିୟମିତା ନେଇ କେନ୍ଦ୍ରୀୟ ଅଡିଟ୍‌ ପାଇଁ ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ । ଏବେ ସିଏଜିଙ୍କୁ ଏହାର ଅଡିଟ କରିବା ପାଇଁ ନିର୍ଦ୍ଦେଶ ମିଳିଛି । ଏବେ ସିଏଜିଙ୍କ ଦ୍ବାରା ସ୍ବତନ୍ତ୍ର ଅଡିଟ ନିର୍ଦ୍ଦେଶ ପରେ କେଜ୍ରିଓ୍ବାଲଙ୍କର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ଦିଲ୍ଲୀର ସିଭିଲ ଲାଇନ ଏରିଆରେ 6- ଫ୍ଲାଗ ଷ୍ଟାଫ ରୋଡରେ ରହିଛି ମୁଖ୍ୟମନ୍ତ୍ରୀଙ୍କର ଏହି ସରକାରୀ ବଙ୍ଗଳା ‘ଶିଶ ମହଲ’ । ଏହାକୁ ଚଳିତ ଥର ନବୀକରଣ କରାଯାଇଥିଲା ।

ଅଧିକ ପଢନ୍ତୁ:- ଚେତାଇଲେ କେଜ୍ରିଓ୍ବାଲ, ଦିଲ୍ଲୀ ପରେ ଅନ୍ୟ ରାଜ୍ୟ ପାଇଁ ଅଧ୍ୟାଦେଶ ଆଣିବାକୁ କେନ୍ଦ୍ର କରୁଛି ଯୋଜନା !

ଏହି ଅଟ୍ଟାଳିକାର ନବୀକରଣ ପାଇଁ ପ୍ରାଥମିକ ଭାବେ 15 ରୁ 20 କୋଟିର ବ୍ୟବବରାଦ କରାଯାଇଥିଲା । ହେଲେ ଏହି ରାଶିରେ କ୍ରମାଗତ ବୃଦ୍ଧି କାରଯାଇ ଏଥିରେ ପ୍ରାୟ 53 କୋଟି ଖର୍ଚ୍ଚ କରାଯାଇଥିଲା । ଯାହାକି ପ୍ରାଥମିକ ଖର୍ଚ୍ଚ ଅଟ୍ଟକଳର ପ୍ରାୟ 3 ଗୁଣା ବୋଲି ଅଭିଯୋଗ ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ତେବେ ଏହି ଖର୍ଚ୍ଚର ଅଡିଟ କରିବା ପାଇଁ ସିଏଜିଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଜଭବନ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲା । ଏବେ କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିବା ପରେ କେଜ୍ରିଓ୍ବାଲଙ୍କ ଅଡୁଆ ବଢିବାକୁ ଯାଉଛି । ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପ୍ରତିକ୍ରିୟା ଗଣମାଧ୍ୟମକୁ ଆସିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.