ETV Bharat / bharat

ଆଜି ମହାନ ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ, ଜାତୀୟ ଆନ୍ଦୋଳନର ସେ ଥିଲେ କର୍ଣ୍ଣଧାର - Birsa Munda

ଅତ୍ୟାଚାରୀ ବ୍ରିଟିଶ ଶକ୍ତି ବିରୁଦ୍ଧରେ ସ୍ବର ଉଠାଉ ସମାଜର ଅନେକ ଶ୍ରେଣୀ ତଥା ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିତ୍ବ ନିଜ ଜୀବନକୁ ବାଜି ଲଗାଇଛନ୍ତି । ଜନ୍ମମାଟିର ସୁରକ୍ଷା ପାଇଁ ଆତ୍ମତ୍ୟାଗ କରି ଶହିଦ ହୋଇଛନ୍ତି । ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଆଦିବାସୀ ପଲ୍ଲୀର ମୁଣ୍ଡା ଯୁବକ ବିର୍ସା ମୁଣ୍ଡା । ଯାହାଙ୍କ ନେତୃତ୍ବରେ ସ୍ବାଧୀନତା ସଂଗ୍ରାମ ଏକ ବହ୍ନି ଜଳିଥିଲା ଝାଡଖଣ୍ଡରୁ ସୁନ୍ଦରଗଡ ପର୍ଯ୍ୟନ୍ତ । ଆଜି ଏହି ମହାନ ବିପ୍ଳବୀଙ୍କ ଜନ୍ମ ଜୟନ୍ତୀ ।

ଜାତୀୟ ଆନ୍ଦୋଳନର କର୍ଣ୍ଣଧାରା ଥିଲେ ବିର୍ସା
ଜାତୀୟ ଆନ୍ଦୋଳନର କର୍ଣ୍ଣଧାରା ଥିଲେ ବିର୍ସା
author img

By

Published : Nov 15, 2021, 8:48 AM IST

ହାଇଦ୍ରାବାଦ: ଦେଶ ସ୍ବାଧୀନତା ପାଇଁ ଯେତେ ଯେତେ ସଂଗ୍ରାମ ହୋଇଛି ତାହା ବର୍ତ୍ତମାନ ଆମ ପାଇଁ ଇତିହାସ । ସଂଗ୍ରାମର ପ୍ରତିଟି ପୃଷ୍ଠାକୁ ଓଲଟାଇଲେ ଆମକୁ କେବେଳ ସେହି ମହାନ ବିପ୍ଳବୀମାନଙ୍କ ଅବଦାନ ଦେଖିବାକୁ ମିଳେ । ଅତ୍ୟାଚାରୀ ବ୍ରିଟିଶ ଶକ୍ତି ବିରୁଦ୍ଧରେ ସ୍ବର ଉଠାଉ ସମାଜର ଅନେକ ଶ୍ରେଣୀ ତଥା ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିତ୍ବ ନିଜ ଜୀବନକୁ ବାଜି ଲଗାଇଛନ୍ତି । ଜନ୍ମମାଟିର ସୁରକ୍ଷା ପାଇଁ ଆତ୍ମତ୍ୟାଗ କରି ଶହୀଦ ହୋଇଛନ୍ତି । ସେହିପରି ଜଣେ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଆଦିବାସୀ ପଲ୍ଲୀର ମୁଣ୍ଡା ଯୁବକ ବିର୍ସା ମୁଣ୍ଡା । ଯାହାଙ୍କ ନେତୃତ୍ବରେ ସ୍ବାଧୀନତା ସଂଗ୍ରାମ ଏକ ବହ୍ନି ଜଳିଥିଲା ଝାଡଖଣ୍ଡରୁ ସୁନ୍ଦରଗଡ ପର୍ଯ୍ୟନ୍ତ । ଆଜି ଏହି ମହାନ ବିପ୍ଳବୀଙ୍କ ଜନ୍ମ ଜୟନ୍ତୀ ।

ମହାନ ବିପ୍ଳବୀ ବିର୍ସା ମୁଣ୍ଡା ୧୮୭୫ ମସିହା ଆଜିର ଦିନରେ ଝାଡଖଣ୍ଡର ଖୁଣ୍ଟି ଜିଲ୍ଲା ଉଲିହାତୁରେ ଜନ୍ମ ହୋଇଥିଲେ । ତାଙ୍କ ପିତାଙ୍କ ନାମ ସୁଗନା ମୁଣ୍ଡା ଓ ମାତାଙ୍କ ନାମ କରମୀ ମୁଣ୍ଡା । ପିଲାଟି ଦିନୁ ବିର୍ସା ସାହାସୀ ଓ ସ୍ବାଭିମାନୀ । ସରଳ ବିଶ୍ବାସୀ ମୁଣ୍ଡାମାନଙ୍କୁ ଗୋରା ଶାସକମାନେ ଅତ୍ୟାଚାର କରୁଥିଲେ ତାହା ବିର୍ସା ଗ୍ରାମବାସୀଙ୍କଠାରୁ ଶୁଣିଥିଲେ । ସେବେଠାକୁ ବିଟ୍ରିଶମାନଙ୍କ ଅତ୍ୟାଚାରରୁ ଆଦିବାସୀଙ୍କୁ ମୁକ୍ତି ଦେବା ପାଇଁ ଚେଷ୍ଟା ଆରମ୍ଭ କରି ଦେଇଥିଲେ । ଗୋରାଙ୍କ ବନ୍ଧୁକ ଆଗରେ ଧନୁ, ତୀର, ବର୍ଚ୍ଛାରୁ ଅସ୍ତ୍ର କରିଥିଲେ ବିର୍ସା । ତାଙ୍କ ଏହି ଲଢେଇ ପାଇଁ ତାଙ୍କୁ ୨ ବର୍ଷ ଜେଲରେ ରଖାଯାଇଥିଲା । ଏହାପରେ ସେ ଜେଲରୁ ବାହାରି ମୁଣ୍ଡାମାନଙ୍କ ନେତୃତ୍ବକୁ ନେଇ ବିଦ୍ରୋହକୁ ବ୍ୟାପକ କରିଥିଲେ । ନିଜକୁ ଆଦିବାସୀଙ୍କ ପ୍ରତିନିଧି ରୂପେ ପ୍ରତିଷ୍ଠିତ କରି ଜନପ୍ରିୟ ହୋଇଥିଲେ ।

ଭାରତର ସ୍ବାଧୀନତା ସଂଗ୍ରାମ ପାଇଁ ବିପ୍ଳବୀ ବିର୍ସାଙ୍କ ତ୍ୟାଗ ଅତୁଳନୀୟ । ଆଦିବାସୀମାନଙ୍କ ପାଇଁ ସେ 'ଧରତୀ ଆବା', 'ଭାଗବାନ ବିର୍ସା' ଭାବରେ ପୂଜନୀୟ । ଏହା ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ଜନ୍ମଦିନକୁ ଆଦିବାସୀ ଗୌରବ ଦିବସ ରୂପେ ପାଳନ କରାଯାଏ । ତାଙ୍କ ବିରତ୍ବର ଗାଥା ଯୁଗ ଯୁଗ ଧରି ଇତିହାସର ସ୍ବର୍ଣ୍ଣାକ୍ଷରରେ ବର୍ଣ୍ଣିତ ହୋଇ ରହିବ । ୧୯୦୦ ମସିହା ମାର୍ଚ୍ଚ ତାରିଖରେ ବିଶ୍ବାସଘାତକାର ଶିକାର ହୋଇ ଇଂରେଜଙ୍କ ହାତରେ ଧରାପଡିଥିଲେ । ସେହ ବର୍ଷ ଜୁନ ୯ରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ସେତେବେଳେ ମାତ୍ର ୨୫ ବର୍ଷ ହୋଇଥିଲା । ଯାହା ଆଜି ଯାଏଁ ରହସ୍ୟ ଘେରରେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.