ETV Bharat / bharat

ବଢିଲା ରେମଡେସିଭିର ଉତ୍ପାଦନ, ପ୍ରତିମାସରେ ତିଆରି ହେବ 1.05 କୋଟି ଇଞ୍ଜେକ୍ସନ - ରେମଡେସିଭିର ଉତ୍ପାଦନ

ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରେମଡେସିଭିର ଔଷଧର ଉତ୍ପାଦନ କ୍ଷମତା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

ବଢିଲା ରେମଡିସିଭିଅର ଉତ୍ପାଦନ, ପ୍ରତିମାସ ତିଆରି ହେବ 1.05 କୋଟି ଶିଶି

author img

By

Published : May 4, 2021, 3:58 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାରେ ଏବେ ଜୀବନ ରକ୍ଷାକାରୀ ଔଷଧ ଭାବେ ବ୍ୟବହୃତ ହେଉଛି ରେମଡେସିଭିର । ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରେମଡେସିଭିର ଔଷଧର ଉତ୍ପାଦନ କ୍ଷମତା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

ବର୍ତ୍ତମାନ ପ୍ରତି ମାସରେ ଉତ୍ପାଦନ ହେବ 1.05 ରେମଡେସିଭିର ଶିଶି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଏହାପୂର୍ବରୁ ପ୍ରତିମାସ 90 ଲକ୍ଷ ରେମଡିସିଭିଅର ଶିଶି ଉତ୍ପାଦନର ଟାର୍ଗେଟ ରଖିଥିଲେ ସରକାର ।

ଭାରତ ରେମଡେସିଭିର ଉପରୁ ଆମଦାନୀ ଶୁଳ୍କ ହଟାଇ ଦେଇଛି । ଏହା ଏକ ଆଣ୍ଟି-ଭାଇରାଲ ଔଷଧ, ଯାହା ବର୍ତ୍ତମାନ କୋରୋନା ଭାଇରସ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.