ETV Bharat / bharat

ୟୁପିରେ ୭୫ହଜାର କୋଟି ନିବେଶ କରିବେ ଅମ୍ବାନୀ, ମିଳିବ ୧ଲକ୍ଷ ନିଯୁକ୍ତି

ଉତ୍ତରପ୍ରଦେଶ ୟୁପିରେ ଶୁକ୍ରବାର ଆୟୋଜିତ ହୋଇଛି ୩ ଦିନିଆ ବିଶ୍ବ ନିବେଶକ ସମ୍ମିଳନୀ । ଏଥିରେ ଯୋଗ ଦେଇ ମୁକେଶ ଅମ୍ବାନୀ କହିଛନ୍ତି ଯେ ସେ ୟୁପିରେ ୭୫ହଜାର କୋଟି ପୁଞ୍ଜି ନିବେଶ କରିବେ ଓ ୧ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବେ । ଅଧିକ ପଢନ୍ତୁ

Mukesh ambani
Mukesh ambani
author img

By

Published : Feb 10, 2023, 5:14 PM IST

ଲକ୍ଷ୍ନୌ: ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀ ୟୁପି ଗ୍ଲୋବାଲ ଇନଭେଷ୍ଟର ସମିଟରେ କରିଛନ୍ତି ବଡ଼ ଘୋଷଣା । ମୁକେଶଙ୍କ କହିବାନୁସାରେ ସେ ୟୁପିରେ ୭୫ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବେ ଓ ପ୍ରାୟ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବେ ବୋଲି ଘୋଷଣା କରିଛନ୍ତି । ଆଗାମୀ ୪ ବର୍ଷରେ ୟୁପିରେ ଜିଓ ରିଟେଲ ଓ ନବୀକରଣ ବ୍ୟବସ୍ଥା ଲାଗି ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି ।

ଲକ୍ଷ୍ନୌରେ ଆୟୋଜିତ ୟୁପି ଗ୍ଲୋବାଲ ଇନଭେଷ୍ଟର ସମିଟ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ନିବେଶକ ସମ୍ମିଳନୀକୁ ଉଦଘାଟିତ କରିଛନ୍ତି । ଏହି ସମ୍ମିଳନୀ ଆଜିଠୁ ୩ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ବ୍ୟାପକ ପୁଞ୍ଜିନିବେଶ ହେବ ବୋଲି ଆଶା କରାଯାଇଛି । ଏହି ସମ୍ମିଳନୀରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ମଧ୍ୟ ଯୋଗ ଦେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତା ୫ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ ୧ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବ । ରିଲାଏନ୍ସ ଏଠାରେ ୧୦GW କ୍ଷମତା ସମ୍ପନ୍ନ ନବୀକରଣ ଶକ୍ତିକୁ ସ୍ଥାପନ କରିବ ।

ଏହା ବି ପଢନ୍ତୁ- UP Global Investors Summit: ୟୁପି ବିଶ୍ବ ନିବେଶକ ସମ୍ମିଳନୀର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଏହାସହ କମ୍ପାନୀ ପକ୍ଷରୁ ଏଠାରେ ବାଓଗ୍ୟାସ ଏନର୍ଜି ବିଜେନସ ଆରମ୍ଭ ହେବ ବୋଲି ଘୋଷଣା ହୋଇଛି । ଏହି ବାଓ ଗ୍ୟାସ ବ୍ୟବହାର ଦ୍ବାରା ପରିବେଶରେ ସୁଧାର ଆସିବା ସହିତ ଚାଷୀମାନେ ମଧ୍ୟ ବେଶ ଲାଭବାନ ହେବେ । ଏନେଇ ମୁକେଶ କହିଛନ୍ତି, " ଆମ ଚାଷୀ ଭାଇମାନେ ଅନ୍ନଦାତା ବୋଲି ସମସ୍ତେ ଜାଣନ୍ତି, ତେବେ ଆଗକୁ ସେମାନେ ଶକ୍ତି ଦାତା ମଧ୍ୟ ହେବେ । " ଉତ୍ତରପ୍ରଦେଶର ଗାଁ ଓ ଛୋଟ ସହରରେ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଲାଗି ରିଲାଏନ୍ସ ଜିଓ ପକ୍ଷରୁ ୨ଟି ପାଇଲଟ ପ୍ରୋଜେକ୍ଟର ମଧ୍ୟ ଶୁଭାରମ୍ଭ କରାଯିବ ।

ଖାଲି ସେତିକି ନୁହେଁ ରିଲାଏନ୍ସ ଜିଓ ଦ୍ବାରା ୨୦୨୩ ଶେଷ ପର୍ଯ୍ୟନ୍ତ ସାରା ଉତ୍ତରପ୍ରଦେଶ ରାଜ୍ୟରେ 5G ସେବା ପହଞ୍ଚାଇବା ଲାଗି ମୁକେଶ କହିଛନ୍ତି । ସେ କହିଛନ୍ତି, "ନୂଆ ଭାରତ ଲାଗି ଉତ୍ତରପ୍ରଦେଶ ଆଶାର କେନ୍ଦ୍ର ପାଲଟିଛି । ନୋଏଡାଠୁ ଗୋରଖପୁର ପର୍ଯ୍ୟନ୍ତ ଲୋକମାନଙ୍କ ମଧ୍ୟରେ ଯୋଶ ଓ ଉତ୍ସାହ ଭରି ରହିଛି । ୟୁପି ବିଶ୍ବ ନିବେଶକ ସମ୍ମିଳନୀ ବିକାଶର ମହାକୁମ୍ଭ ହେବ । ଲକ୍ଷ୍ନୌ ପୁଣ୍ୟନଗରୀ, ଲକ୍ଷ୍ମଣଙ୍କ ନଗରୀ । ୟୁପି ପୁଣ୍ୟଭୂମି, ଭଗବାନ ରାମଚନ୍ଦ୍ରଙ୍କ ଭୂମି । ଗଙ୍ଗ-ଯମୁନା-ସରସ୍ବତୀର ମିଳନସ୍ଥଳ । ଆମେ ଦେଶବାସୀ ସମସ୍ତେ ମିଳିମିଶି ଭାରତକୁ ସମୃଦ୍ଧଶାଳୀ ଦେଶରେ ପରିଣତ କରିବା । "

ଏହାସହ ମୁକେଶ ଅମ୍ବାନୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ମୋଦି ଯେବେଠୁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସେହି ଦିନଠୁ ଦେଶର ବିକାଶ କ୍ରମାଗତ ଭାବେ ହେଉଛି ବୋଲି ସେ କହିଛନ୍ତି । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ରିମୋଟ ମାଧ୍ୟମରେ ଏହି ସମ୍ମିଳନୀର ଶୁଭାରମ୍ଭ କରିଥିବା ବେଳେ ଅନେକ ପୁଞ୍ଜିପତି ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି । ଲକ୍ଷ୍ନୌ ସ୍ଥିତ ବୃନ୍ଦାବନ ଯୋଜନାର ବିଶାଳ ମଇଦାନରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.