ETV Bharat / bharat

ଚାଲାକି ପରେ ସଫେଇ ଦେଲା ଛତିଶଗଡ, ଏହି ସମୟରେ ପାଣି ଛାଡିବା ସ୍ବାଭାବିକ ପ୍ରକ୍ରିୟା

author img

By

Published : Apr 29, 2023, 10:58 AM IST

Updated : Apr 29, 2023, 11:16 AM IST

ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଜଳ ନିଷ୍କାସନ ସମ୍ପର୍କିତ ଓଡି଼ଶାର ଅଭିଯୋଗକୁ ଖଣ୍ଡନ କଲା ଛତିଶଗଡ । ଏହି ମାସରେ ପାଣି ଛାଡିବା ସ୍ବାଭାବିକ ପ୍ରକ୍ରିୟା ବୋଲି ସଫେଇ ଦେଲା । ଅଧିକ ପଢନ୍ତୁ

Mahanadi water dispute
Mahanadi water dispute

ରାୟପୁର: ମହାନଦୀ ଜଳକୁ ନେଇ ବର୍ଷ ବର୍ଷ ହେଲାଣି ଓଡ଼ିଶା ଓ ଛତିଶଗଡ ମଧ୍ୟରେ ବିବାଦ ଲାଗି ରହିଛି । ଏହି ବିବାଦର ସମାଧାନ ପାଇଁ ତିନି ଜଣିଆ ଟ୍ରିବ୍ୟୁନାଲ ଏବେ ଛତିଶଗଡରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି । ତେବେ ଟ୍ରିବ୍ୟୁନାଲଙ୍କ ଯାଞ୍ଚ ପୂର୍ବରୁ ଛତିଶଗଡର ପ୍ରାୟ ସମସ୍ତ ବ୍ୟାରେଜରେ ନିର୍ଦ୍ଧାରିତ କ୍ଷମତା ପାଖାପାଖି ଜଳ ସଂରକ୍ଷଣ ଥିବା ଦେଖାଯାଇଥିଲା । କିନ୍ତୁ ଟ୍ରିବ୍ୟୁନାଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଛତିଶଗଡ ସରକାର ନିଜର ସତ ଲୁଚାଇବାକୁ ଯାଇ ବ୍ୟାରେଜ ଗେଟ୍ ଖୋଲି ଜଳ ନିଷ୍କାସନ କରୁଥିବା ଓଡ଼ିଶା ଅଭିଯୋଗ ଆଣିଛି । ଯାହାକୁ ଖଣ୍ଡନ କରିଛନ୍ତି ଛତିଶଗଡ ସରକାର । ବର୍ଷର ଏହି ସମୟରେ ମହାନଦୀ ପାଣି ଛାଡିବା ଏକ ସ୍ବାଭାବିକ ପ୍ରକ୍ରିୟା ବୋଲି କହି ପଡୋଶୀ ରାଜ୍ୟ ସଫେଇ ଦେଇଛି ।

ଏପରିକି ଓଡିଶା ବିରୋଧରେ ପାଲଟା ଅଭିଯୋଗ ଆଣି ଛତିଶଗଡ କହିଛି, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲକୁ ଭ୍ରମିତ କରିବା ପାଇଁ ଓଡି଼ଶା ଜାଣିଶୁଣି ଏହା କରୁଛି । ଛତିଶଗଡ ଏହି ସମୟରେ ଜଳ ସଂରକ୍ଷଣ ଅଥବା ସାମାନ୍ୟ ଜଳ ନିଷ୍କାସନ କରି ରାଜ୍ୟର ଶିଳ୍ପ ଓ ଫସଲର ଆବଶ୍ୟକତା ପୂରଣ କରେ । କିନ୍ତୁ ଟ୍ରିବ୍ୟୁନାଲର ଦ୍ବିତୀୟ ପର୍ଯ୍ୟାୟ ଗସ୍ତ ପୂର୍ବରୁ ଓଡି଼ଶା ଜାଣିଶୁଣି ଏଭଳି କହିବା ଦୁର୍ଭାଗ୍ୟଜନକ । ଓଡିଶା ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ଏ କଥା କୁହାଯାଉଥିବା ପ୍ରତୀତ ହେଉଛି । ଯାହାକି ଦୁଇ ରାଜ୍ୟ ମଧ୍ୟରେ ବୁଝାମଣା ହୋଇଥିବା ମିଳିତ ପ୍ରୋଟୋକଲ ବିରୋଧି ଅଟେ ।

ଛତିଶଗଡ ସରକାର ସଫେଇ ଦେଇଛନ୍ତି ଯେ, ମହାନଦୀ ଉପରେ ଓଡି଼ଶାରେ ନିର୍ମିତ ହୀରାକୁଦ ଜଳଭଣ୍ଡାରର କ୍ଷମତା ଛତିଶଗଡରେ ଥିବା ଜଳଭଣ୍ଡାରୁ ଠାରୁ ଅଧିକ । ତେଣୁ ଓଡି଼ଶାରେ ପାଣିର ଅଭାବ ରହିଛି ବୋଲି ଅଭିଯୋଗ କରିବାର କୌଣସି କାରଣ ନାହିଁ । ଏହାବ୍ୟତୀତ ଛତିଶଗଡ ଜଳ ସଂରକ୍ଷଣ ଅଭିଯାନ ମାଧ୍ୟମରେ ଜଳ ସଂରକ୍ଷଣ ପାଇଁ କାର୍ଯ୍ୟ କରିଥାଏ । ଯେଉଁଥିରେ ପ୍ରତିଟି ବୁନ୍ଦା ପାଣି ସଂରକ୍ଷଣ ପାଇଁ ପ୍ରୟାସ କରାଯାଏ । ଚେକ୍ ଡ୍ୟାମ ଓ ବ୍ୟାରେଜ ମାଧ୍ୟମରେ ରାଜ୍ୟ ଜଳ ସଂରକ୍ଷଣ କରୁଛି । ଏହାସହ ନରଭା ଗରବା ଘୁରବା ବାଡି ଯୋଜନା ଅଧିନରେ ବର୍ଷା ଜଳ ସଂରକ୍ଷଣ କରାଯାଉଛି । ଏହି କାରଣରୁ ଛତିଶଗଡରେ ଜଳ ସଞ୍ଚୟ ବୃଦ୍ଧି ପାଉଛି । ଆହୁରି ମଧ୍ୟ କହିଛନ୍ତି ଯେ, ଛତିଶଗଡର ଜଳ ସଂରକ୍ଷଣ ପଦକ୍ଷେପ ଓଡିଶା ପାଇଁ ବିଶେଷ ଲାଭଦାୟକ ହୋଇଥାଏ । କାରଣ ମହାନଦୀର ଧାରା ଏବଂ ସହାୟକ ନଦୀରେ ଛଡା ଯାଉଥିବା ଜଳ ଶେଷରେ ଓଡିଶାରେ ହିଁ ପହଞ୍ଚିଥାଏ ।

ପ୍ରକାଶଥାଉ କି, ମହାନଦୀ ଜଳ ବିବାଦର ଅନୁଧ୍ୟାନ ପାଇଁ ଏପ୍ରିଲ ୧୮ରୁ ୩ ଜଣିଆ ଟ୍ରିବ୍ୟୁନାଲ ଟିମ୍ ଛତିଶଗଡ ଗସ୍ତରେ ଅଛନ୍ତି । ସେମାନେ ମହାନଦୀର ଡାଉନଷ୍ଟ୍ରିମ ଜଳ ପ୍ରବାହ, ପାଣିର ଉପଲବ୍ଧତା, ଅଣ ମୌସୁମୀ ଋତୁରେ ଜଳର ବ୍ୟବହାର ଇତ୍ୟାଦି ଅନୁଧ୍ୟାନ କରୁଛନ୍ତି । ଆସନ୍ତା ମେ' ୩ ସୁଦ୍ଧା ଟ୍ରିବ୍ୟୁନାଲର ଦ୍ବିତୀୟ ପର୍ଯ୍ୟାୟ ଗସ୍ତ ଶେଷ ହେବ ବୋଲି ଅନୁମାନ କରାଯାଉଛି ।

ଉଲ୍ଲେଖଯୋଗ୍ୟ, ମହାନଦୀ ଓଡ଼ିଶା ଓ ଛତିଶଗଡ ରାଜ୍ୟରେ ମଧ୍ୟରେ ପ୍ରବାହିତ ହେଉଛି । ମହାନଦୀକୁ ଦୁଇ ରାଜ୍ୟର ଲାଇଫ ଲାଇନ କୁହାଯାଉଥିବାବେଳେ ଏହାର ଜଳ ବଣ୍ଟନକୁ ନେଇ ବିବାଦ ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ୨୦୧୬ରେ ଓଡ଼ିଶା ସରକାର ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟର ଦ୍ବାରସ୍ଥ ହୋଇଥିଲା । ଛତିଶଗଡ ୬ଟି ବ୍ୟାରେଜ ନିର୍ମାଣ କରିବା ଯୋଗୁଁ ଓଡିଶାରେ ଜଳ ପ୍ରବାହ ହ୍ରାସ ପାଇଥିବା ନେଇ ଓଡ଼଼ିଶା ସରକାର ଆପତ୍ତି ଉଠାଇଥିଲେ । ଏହି ବିବାଦର ସମାଧାନ ପାଇଁ ୨୦୧୮ରେ କେନ୍ଦ୍ର ତିନି ଜଣିଆ ଟ୍ରିବ୍ୟୁନାଲ ଗଠନ କରିଥିଲେ । ସୁପ୍ରିମକୋର୍ଟ ବିଚାରପତି ଏମଏମ ଖାନବିଲକରଙ୍କୁ ଏହାର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା ।

Last Updated : Apr 29, 2023, 11:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.