ନୂଆଦିଲ୍ଲୀ: ମେ’ ପହିଲାରୁ ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ତୃତୀୟ ପର୍ଯ୍ୟାୟ ଟୀକାକରଣରେ 18 ବର୍ଷରୁ ଅଧିକଙ୍କୁ ଟିକା ଦିଆଯିବ । ଏନେଇ ଆଜିଠାରୁ ନାମ ପଞ୍ଜୀକରଣ ଆରମ୍ଭ ହେବ ।
କେମିତି କରିବେ ପଞ୍ଜୀକରଣ ?
- ଟିକା ନେବାକୁ ଇଚ୍ଛୁକ ଥିବା ବ୍ୟକ୍ତି ପ୍ରଥମେ cowin.gov.in ଆପ ବା ଆରୋଗ୍ୟ ସେତୁ ଡାଉନଲୋଡ କରିବେ ।
- ପଞ୍ଜୀକରଣ ପାଇଁ ପ୍ରଥମେ ନିଜ ମୋବାଇଲ ନମ୍ବର ଦେବେ । ଏହା ପରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଆସିବ । ଯାହାକୁ ଯାଞ୍ଚ କରିବେ ।
- ଏହା ପରେ ଆପଣଙ୍କ ପରିଚୟପତ୍ର ଯେପରି ଆଧାର କାର୍ଡ କିମ୍ବା ଭୋଟ ପରିଚୟ ପତ୍ରର ନମ୍ବର ଓ ଜନ୍ମ ତାରିଖ ଦେବାକୁ ପଡିବ ।
- ସବୁ ତଥ୍ୟ ଦେବା ପରେ ପଞ୍ଜୀକରଣ ବଟମ ଉପରେ କ୍ଲିକ କରିବେ । ଏହା ପରେ ଆପଣ ଆପଣଙ୍କ ପସନ୍ଦର ଟୀକାକରଣ କେନ୍ଦ୍ର ଚୟନ କରିପାରିବେ ।
- ଏହା ପରେ ଆପଣଙ୍କୁ ଟିକା ନେବାର ତାରିଖ ବିଷୟରେ ସୂଚନା ଆସିବ ।
କୋରୋନାକୁ ହରାଇବା ପାଇଁ ଏକମାତ୍ର ଅସ୍ତ୍ର ହେଇଛି ଭ୍ୟାକ୍ସିନ । ଜାନୁଆରା 16ରୁ ଦେଶବ୍ୟାପୀ କୋରୋନା ଟୀକାକରଣ ଆରମ୍ଭ ହୋଇଛି । ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ଦ୍ବିତୀୟରେ ଦେଶରେ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ