ETV Bharat / bharat

ଅଷ୍ଟ୍ରେଲିଆର ଦକ୍ଷତା ଏବଂ ତାଲିମ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

author img

By

Published : Aug 23, 2022, 10:52 PM IST

ଜାତୀୟ ଶିକ୍ଷା ନୀତି ୨୦୨୦ କ୍ରିୟାନ୍ୱୟନ ସହ ଶିକ୍ଷା, ନବସୃଜନ, ଷ୍ଟାର୍ଟଅପ କ୍ଷେତ୍ରରେ ବ୍ୟାପକ ସଂସ୍କାର ଭାରତ ପାଇଁ ଅନେକ ସୁଯୋଗ ଆଣିଦେଇଛି । ଭବିଷ୍ୟତ ପାଇଁ ଦକ୍ଷତା ବିକଶିତ ନୀତି ଆଲୋଚନା ଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ ସ୍ଥିତ କାଙ୍ଗନ ଇନଷ୍ଟିଚ୍ୟୁଟ ଠାରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି ୨୦୨୦ କ୍ରିୟାନ୍ୱୟନ ସହ ଶିକ୍ଷା, ନବସୃଜନ, ଷ୍ଟାର୍ଟଅପ କ୍ଷେତ୍ରରେ ବ୍ୟାପକ ସଂସ୍କାର ଭାରତ ପାଇଁ ଅନେକ ସୁଯୋଗ ଆଣିଦେଇଛି । ଭବିଷ୍ୟତ ପାଇଁ ଦକ୍ଷତା ବିକଶିତ ନୀତି ଆଲୋଚନା ଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ ସ୍ଥିତ କାଙ୍ଗନ ଇନଷ୍ଟିଚ୍ୟୁଟ ଠାରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭାରତର ଯୁବପିଢିଙ୍କୁ ଭବିଷ୍ୟତର କୌଶଳ ସହ ପ୍ରସ୍ତୁତି କରାଇବା ସହ ରୋଜଗାରକ୍ଷମ କରିବା, ସ୍କିଲିଂ ଆଉଟକମକୁ ବିକଶିତ କରିବା, ଶିଳ୍ପନୁଷ୍ଠାନ ଓ ଶିକ୍ଷା କ୍ଷେତ୍ରର ସଂଯୋଗୀକରଣକୁ ସୁଦୃଢ କରିବା ଓ ଦକ୍ଷତା ଆବଶ୍ୟକତାକୁ ପୂରଣ କରିବା ଦିଗରେ ଅଷ୍ଟ୍ରେଲିଆର ସ୍କିଲିଂ ଷ୍ଟାଣ୍ଡାର୍ଡ ଏବଂ ସାର୍ଟିଫିକେସନ ଫ୍ରେମଓ୍ୱାର୍କକୁ ଭାରତରେ କିଭଳି ବ୍ୟବହାର କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା ।

  • Both, 🇮🇳 and 🇦🇺 are knowledge-based economies bound together by shared values.

    Had meaningful discussions on furthering both our countries priorities in learning and skilling, boosting engagements and establishing knowledge as a key pillar under the India-Australia CSP. pic.twitter.com/VJcLbw8xev

    — Dharmendra Pradhan (@dpradhanbjp) August 23, 2022 " class="align-text-top noRightClick twitterSection" data="

Both, 🇮🇳 and 🇦🇺 are knowledge-based economies bound together by shared values.

Had meaningful discussions on furthering both our countries priorities in learning and skilling, boosting engagements and establishing knowledge as a key pillar under the India-Australia CSP. pic.twitter.com/VJcLbw8xev

— Dharmendra Pradhan (@dpradhanbjp) August 23, 2022 ">

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଶଳୀ ତଥା ଉଚ୍ଚ ଉତ୍ପାଦନକାରୀ ମାନବ ଶକ୍ତି ପାଇଁ ଭାରତକୁ ଏକ ବିଶ୍ୱସ୍ତରୀୟ ପେଣ୍ଠସ୍ଥଳିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ପ୍ରୟାସ ଉପରେ ଆଲୋକପାତ କରିଥିଲେ । ସେ ଏହା ବି କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଭାରତର ସବୁଠୁ ବଡ ଶକ୍ତି ହେଉଛି ଏହାର ଯୁବବର୍ଗ । ଏକ ଦକ୍ଷ ଏବଂ କୁଶଳୀ ଭାରତ ଦେଶ ଓ ବିଶ୍ୱ ଅର୍ଥନୀତିରେ ମଧ୍ୟ ଯୋଗଦାନ ରଖିବ । ନୀତିଗତ ସଂସ୍କାର, ନବସୃଜନ ଏବଂ ଉଦ୍ୟମିତା ଦ୍ୱାରା ଭାରତରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି ।

ଏହାସହ ଅଷ୍ଟ୍ରେଲିଆର ଦକ୍ଷତା ଅନୁଷ୍ଠାନ ଗୁଡିକ ସହ ଭାରତର ଭାଗିଦାରୀ ପାଇଁ ଥିବା ଆଗ୍ରହ ଉପରେ ମତପ୍ରକାଶ କରିଥିଲେ ଧର୍ମେନ୍ଦ୍ର । ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ ଦେଶର ପ୍ରାଥମିକତାକୁ ଆଗକୁ ନେବା ଏବଂ ଅଷ୍ଟ୍ରେଲିଆରେ ଭାରତୀୟ ଯୁବବର୍ଗଙ୍କ ପାଇଁ ଅପାର ସମ୍ଭାବନା ସୃଷ୍ଟି କରିବା ପାଇଁ ଭାରତ ସହ ସହଯୋଗୀ ହେବା ପାଇଁ ଅଷ୍ଟ୍ରେଲିଆର ଇଚ୍ଛାବ୍ୟକ୍ତକୁ ପ୍ରଂଶସା କରିଥିଲେ ଧର୍ମେନ୍ଦ୍ର । ଉଭୟ ଦେଶରେ ଦକ୍ଷତା ମୂଲ୍ୟାଙ୍କନ, ଯୋଗ୍ୟତା ଏବଂ କୌଶଳ ମାନ୍ୟତା, ପାଠ୍ୟକ୍ରମ ବିକାଶ ଏବଂ ମାନବ ସମ୍ବଳର ବିକାଶରେ ମିଳିତ ଭାବରେ କାମ କରିବାର ଅପାର ସୁଯୋଗ ରହିଛି । ଆମ ଦେଶରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ମାନବ ସମ୍ବଳ ଆମକୁ ବିଶ୍ୱ ସ୍ତରରେ ଥିବା ସୁଯୋଗର ଲାଭ ନେବା ପାଇଁ ଅଧିକ ପ୍ରସ୍ତୁତ ରଖିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହି ଅବସରରେ ଅଷ୍ଟ୍ରେଲିଆରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ, ଦକ୍ଷତା ବିକାଶ ଅନୁଷ୍ଠାନ ଓ ଡିକିନ ବିଶ୍ୱବିଦ୍ୟାଳୟକୁ ଭାରତରେ ଥିବା ସମ୍ଭାବନାକୁ ଅନ୍ୱଷଣ କରିବା ପାଇଁ ସ୍ୱାଗତ କରିଥିଲେ । ଏହାସହ ଉଭୟ ଦେଶର ନାଗରିକଙ୍କ ମଙ୍ଗଳ ପାଇଁ ଏବଂ ଉଭୟ ଦେଶକୁ ଶିକ୍ଷା ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ମେକାନିଜିମ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଥିଲେ ।

ପରେ ସନ୍ଧ୍ୟାରେ ଧର୍ମେନ୍ଦ୍ର ପ୍ରଧାନ ମେଲବୋର୍ଣ୍ଣରେ ରହୁଥିବା ଓଡିଆ ତଥା ପ୍ରବାସୀ ଭାରତୀୟଙ୍କ ସହିତ ଆଲୋଚନା କରିଛନ୍ତି ।

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି ୨୦୨୦ କ୍ରିୟାନ୍ୱୟନ ସହ ଶିକ୍ଷା, ନବସୃଜନ, ଷ୍ଟାର୍ଟଅପ କ୍ଷେତ୍ରରେ ବ୍ୟାପକ ସଂସ୍କାର ଭାରତ ପାଇଁ ଅନେକ ସୁଯୋଗ ଆଣିଦେଇଛି । ଭବିଷ୍ୟତ ପାଇଁ ଦକ୍ଷତା ବିକଶିତ ନୀତି ଆଲୋଚନା ଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ ସ୍ଥିତ କାଙ୍ଗନ ଇନଷ୍ଟିଚ୍ୟୁଟ ଠାରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭାରତର ଯୁବପିଢିଙ୍କୁ ଭବିଷ୍ୟତର କୌଶଳ ସହ ପ୍ରସ୍ତୁତି କରାଇବା ସହ ରୋଜଗାରକ୍ଷମ କରିବା, ସ୍କିଲିଂ ଆଉଟକମକୁ ବିକଶିତ କରିବା, ଶିଳ୍ପନୁଷ୍ଠାନ ଓ ଶିକ୍ଷା କ୍ଷେତ୍ରର ସଂଯୋଗୀକରଣକୁ ସୁଦୃଢ କରିବା ଓ ଦକ୍ଷତା ଆବଶ୍ୟକତାକୁ ପୂରଣ କରିବା ଦିଗରେ ଅଷ୍ଟ୍ରେଲିଆର ସ୍କିଲିଂ ଷ୍ଟାଣ୍ଡାର୍ଡ ଏବଂ ସାର୍ଟିଫିକେସନ ଫ୍ରେମଓ୍ୱାର୍କକୁ ଭାରତରେ କିଭଳି ବ୍ୟବହାର କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା ।

  • Both, 🇮🇳 and 🇦🇺 are knowledge-based economies bound together by shared values.

    Had meaningful discussions on furthering both our countries priorities in learning and skilling, boosting engagements and establishing knowledge as a key pillar under the India-Australia CSP. pic.twitter.com/VJcLbw8xev

    — Dharmendra Pradhan (@dpradhanbjp) August 23, 2022 " class="align-text-top noRightClick twitterSection" data=" ">

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁଶଳୀ ତଥା ଉଚ୍ଚ ଉତ୍ପାଦନକାରୀ ମାନବ ଶକ୍ତି ପାଇଁ ଭାରତକୁ ଏକ ବିଶ୍ୱସ୍ତରୀୟ ପେଣ୍ଠସ୍ଥଳିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ପ୍ରୟାସ ଉପରେ ଆଲୋକପାତ କରିଥିଲେ । ସେ ଏହା ବି କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଭାରତର ସବୁଠୁ ବଡ ଶକ୍ତି ହେଉଛି ଏହାର ଯୁବବର୍ଗ । ଏକ ଦକ୍ଷ ଏବଂ କୁଶଳୀ ଭାରତ ଦେଶ ଓ ବିଶ୍ୱ ଅର୍ଥନୀତିରେ ମଧ୍ୟ ଯୋଗଦାନ ରଖିବ । ନୀତିଗତ ସଂସ୍କାର, ନବସୃଜନ ଏବଂ ଉଦ୍ୟମିତା ଦ୍ୱାରା ଭାରତରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି ।

ଏହାସହ ଅଷ୍ଟ୍ରେଲିଆର ଦକ୍ଷତା ଅନୁଷ୍ଠାନ ଗୁଡିକ ସହ ଭାରତର ଭାଗିଦାରୀ ପାଇଁ ଥିବା ଆଗ୍ରହ ଉପରେ ମତପ୍ରକାଶ କରିଥିଲେ ଧର୍ମେନ୍ଦ୍ର । ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ ଦେଶର ପ୍ରାଥମିକତାକୁ ଆଗକୁ ନେବା ଏବଂ ଅଷ୍ଟ୍ରେଲିଆରେ ଭାରତୀୟ ଯୁବବର୍ଗଙ୍କ ପାଇଁ ଅପାର ସମ୍ଭାବନା ସୃଷ୍ଟି କରିବା ପାଇଁ ଭାରତ ସହ ସହଯୋଗୀ ହେବା ପାଇଁ ଅଷ୍ଟ୍ରେଲିଆର ଇଚ୍ଛାବ୍ୟକ୍ତକୁ ପ୍ରଂଶସା କରିଥିଲେ ଧର୍ମେନ୍ଦ୍ର । ଉଭୟ ଦେଶରେ ଦକ୍ଷତା ମୂଲ୍ୟାଙ୍କନ, ଯୋଗ୍ୟତା ଏବଂ କୌଶଳ ମାନ୍ୟତା, ପାଠ୍ୟକ୍ରମ ବିକାଶ ଏବଂ ମାନବ ସମ୍ବଳର ବିକାଶରେ ମିଳିତ ଭାବରେ କାମ କରିବାର ଅପାର ସୁଯୋଗ ରହିଛି । ଆମ ଦେଶରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ମାନବ ସମ୍ବଳ ଆମକୁ ବିଶ୍ୱ ସ୍ତରରେ ଥିବା ସୁଯୋଗର ଲାଭ ନେବା ପାଇଁ ଅଧିକ ପ୍ରସ୍ତୁତ ରଖିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହି ଅବସରରେ ଅଷ୍ଟ୍ରେଲିଆରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ, ଦକ୍ଷତା ବିକାଶ ଅନୁଷ୍ଠାନ ଓ ଡିକିନ ବିଶ୍ୱବିଦ୍ୟାଳୟକୁ ଭାରତରେ ଥିବା ସମ୍ଭାବନାକୁ ଅନ୍ୱଷଣ କରିବା ପାଇଁ ସ୍ୱାଗତ କରିଥିଲେ । ଏହାସହ ଉଭୟ ଦେଶର ନାଗରିକଙ୍କ ମଙ୍ଗଳ ପାଇଁ ଏବଂ ଉଭୟ ଦେଶକୁ ଶିକ୍ଷା ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ମେକାନିଜିମ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଥିଲେ ।

ପରେ ସନ୍ଧ୍ୟାରେ ଧର୍ମେନ୍ଦ୍ର ପ୍ରଧାନ ମେଲବୋର୍ଣ୍ଣରେ ରହୁଥିବା ଓଡିଆ ତଥା ପ୍ରବାସୀ ଭାରତୀୟଙ୍କ ସହିତ ଆଲୋଚନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.