ETV Bharat / bharat

ଆଜି ବନ୍ଦ ରହିବ ଲାଲକିଲ୍ଲା, ଦିଲ୍ଲୀ ସୀମାରେ ବଢିଲା ସୁରକ୍ଷା - ଟ୍ରାକ୍ଟର ରାଲି

ଆନ୍ଦୋଳନ ନାଁରେ ଦିଲ୍ଲୀରେ ହିଂସାକାଣ୍ଡ ପରେ ଆଜି ଲାଲକିଲ୍ଲାକୁ ବନ୍ଦ ରଖାଯାଇଛି । ସେପଟେ ଦିଲ୍ଲୀର ବିଭିନ୍ନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ...

ଆଜି ବନ୍ଦ ରହିବ ଲାଲକିଲ୍ଲା, ଦିଲ୍ଲୀ ସୀମାରେ ବଢିଲା ସରୁକ୍ଷା

author img

By

Published : Jan 27, 2021, 7:52 AM IST

ନୂଆଦିଲ୍ଲୀ: ଆଜି ବନ୍ଦ ରହିବ ଲାଲକିଲ୍ଲା । ଆନ୍ଦୋଳନ ନାଁରେ ଅରାଜକତା ପରେ କିଲ୍ଲାକୁ ବନ୍ଦ ରଖାଯାଇଛି । ଏହା ସହ ଦିଲ୍ଲୀର ବିଭିନ୍ନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ହିଂସାକାଣ୍ଡରେ ପରିଣତ ହୋଇଥିଲା । ଦିଲ୍ଲୀ ଭିତରକୁ ପଶି ଆସିବା ସହ ଲାଲକିଲ୍ଲାରେ ସଙ୍ଗଠନିକ ଧ୍ବଜା ଉଡାଇବାକୁ ପଛାଇ ନଥିଲେ ଆନ୍ଦୋଳନରତ ଚାଷୀ । ଯାହାକୁ ନେଇ ଚାଷୀ- ପୋଲିସଙ୍କ ମଧ୍ୟରେ ଏକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସାଧାରଣତଃ ସାଧାରଣତନ୍ତ୍ର ଦିବସ ପାଳନ ପରେ ସର୍ବସାଧାରଣ ପାଇଁ ଲାଲକିଲ୍ଲା ଖୋଲାଯାଇଥାଏ ।

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀମାନେ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲିରେ ବାହାରିଥିଲେ । ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ 3 ରୁଟରେ ଆନ୍ଦୋଳନ କରିବାକୁ ଅନୁମତି ମିଳିଥିଲା । ହେଲେ ହଠାତ ଚାଷୀମାନେ ରୁଟ ବଦଳାଇ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀ ଭିତରେ ପ୍ରବେଶ କରିବାରୁ ପୋଲିସକୁ ଶକ୍ତ ହେବାକୁ ପଡିଥିଲା । ଚାଷୀଙ୍କ ଉପରେ ଲୁହବୁହା ଗ୍ୟାସ, ଲାଠିଚାର୍ଚ୍ଚ ଆରମ୍ଭ କରିଥିଲେ । ସେପଟେ କେତେକ ଚାଷୀ ପୋଲିସଙ୍କ ଉପରେ ଆକ୍ରମଣାତ୍ମକ ହମଲା କରିଥିଲେ । କେତେବେଳେ ଟ୍ରାକ୍ଟର ଚଢାଇ ଥିଲେ ଆଉ କେତେକ ଖଣ୍ଡା ଧରି ଗୋଡାଇଥିଲେ । ଏହା ପରେ ସେମାନେ ଜୋରଜବରଦସ୍ତ ଲାଲକିଲ୍ଲାରେ ପହଞ୍ଚି ସେଠାରେ ସଙ୍ଗଠନ ପତାକା ଉଡାଇଥିଲେ ।

ସାଧାରଣତନ୍ତ୍ର ଦିବସରେ ଅଶାନ୍ତ ହୋଇପଡିଥିବା ଦିଲ୍ଲୀ ସନ୍ଧ୍ୟାରେ ସ୍ବାଭାବିକ ହୋଇଥିଲା । ହିଂସାରେ ବ୍ୟାପକ କ୍ଷୟକ୍ଷତି ନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି । ଘଟଣାରେ 83 ଜଣ ପୋଲିସ କର୍ମଚାରୀ ଆହତ ହେବା ସହ 7 ଟି ମାମଲା ରୁଜୁ ହୋଇଛି । ଆନ୍ଦୋଳନତାରୀମାନେ 8ଟି ଡିଟିସି ବସ, 300 ବ୍ୟାରିକେଡ , 4ଟି କଣ୍ଟେନର ଓ 17 ଟି ସରକାରୀ ଗାଡିକୁ ଭାଙ୍ଗି ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.