ETV Bharat / bharat

ଆତଙ୍କୀ ଆକ୍ରମଣ ସନ୍ଦେହ, ଆସାମରେ ହାଇ ଆଲର୍ଟ

ପାକିସ୍ତାନ ଆଇଏସଆଇ ଏବଂ ଅଲ-କାଏଦା ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବା ନେଇ ଗୁଇନ୍ଦା ତଥ୍ୟ ପାଇବା ପରେ ରାଜ୍ୟରେ ରେଡ ଆଲର୍ଟ ଜାରି କରିଛି ଆସାମ ପୋଲିସ । ସାମ୍ପ୍ରଦାୟିକ ହିଂସା ନେଇ ଶନିବାର ପ୍ରତି ଜିଲ୍ଲା ପୋଲିସ ହେଡକ୍ବାର୍ଟରକୁ ଏହି ସୂଚନା ଦିଆଯାଇଥିଲା । ଅଧିକ ପଢନ୍ତୁ...

ଆତଙ୍କୀ ଆକ୍ରମଣ ସନ୍ଦେହ, ଆସାମରେ ହାଇ ଆଲର୍ଟ
ଆତଙ୍କୀ ଆକ୍ରମଣ ସନ୍ଦେହ, ଆସାମରେ ହାଇ ଆଲର୍ଟ
author img

By

Published : Oct 18, 2021, 9:54 AM IST

ଦିସପୁର: ଆସାମରେ ରେଡ ଆଲର୍ଟ ଜାରି । ପାକିସ୍ତାନ ଆଇଏସଆଇ ଏବଂ ଅଲ-କାଏଦା ସାମ୍ପ୍ରଦାୟିକ ହିଂସା ସୃଷ୍ଟି ନେଇ ଗୁଇନ୍ଦା ତଥ୍ୟ ପାଇବା ପରେ ରାଜ୍ୟରେ ରେଡ ଆଲର୍ଟ ଜାରି କରିଛି ଆସାମ ପୋଲିସ । ସାମ୍ପ୍ରଦାୟିକ ହିଂସା ନେଇ ଶନିବାର ପ୍ରତି ଜିଲ୍ଲା ପୋଲିସ ହେଡକ୍ବାର୍ଟରକୁ ଏହି ସୂଚନା ଦିଆଯାଇଥିଲା ।

ଆସାମ ପୋଲିସ ଏଡିଜିପି ହିରେନ ନାଥ ଗଣମାଧ୍ୟମକୁ କହିଛନ୍ତି ଗୌହାଟୀର ଲାଖ୍ରା ସହରରେ ଅକ୍ଟୋବର 6 ତାରିଖରେ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା । ଏହାପରେ ସମସ୍ତ ଏସପିଙ୍କୁ ଜରୁରୀକାଳିନ ବାର୍ତ୍ତା ପଠାଯାଇଥିଲା । ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଜରୁରୀକାଳୀନ ନିର୍ଦ୍ଦେଶ ଜାରି କରାଯାଇଥିବା କହିଛନ୍ତି ପୋଲିସ ଏଡିଜିପି ।

ଆଇଏସଆଇଏସ କାଶ୍ମୀରକୁ ନେଇ ଏକ ଭିଡିଓ ଜାରି କରିଥିଲା । ଯାହା ଆସମରେ ମୁସଲିମଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ମଧ୍ୟ ଉଠିଥିଲା । ସମାନ ଭାବରେ, ବିଶ୍ବ ଇସଲାମିକ ଦେଶଗୁଡିକର ପ୍ଲାଟଫର୍ମ OIC ମଧ୍ୟ ଆସାମର ଡାରଙ୍ଗ ଜିଲ୍ଲାରେ ସାମ୍ପ୍ରଦାୟିକ ଉଚ୍ଛେଦ କରି ସାରା ବିଶ୍ବରେ ପ୍ରଚାର ଆରମ୍ଭ କରିଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.