ପାଟନା: ଥରେ କି ଦୁଇ ଥର ନୁହେଁ ପାଞ୍ଚ ଥର ନେଇଛନ୍ତି କୋରୋନା ଟିକା । ଏ କଥା ଆମେ କହୁନାହୁଁ କହୁଛି ରିପୋର୍ଟ । ମହାମାରୀରୁ ବଞ୍ଚିବା ପାଇଁ କୋରୋନା ଟିକାର ଦୁଇଟି ଡୋଜ ନେବାକୁ ପଡିଥାଏ । ବିହାର ପାଟନାର ଜଣେ ଡାକ୍ତର ବିଭା କୁମାରୀ ସିଂହ ପାଞ୍ଚ ଥର ଟିକା ନେଇଛନ୍ତି । ସେ ଜଣେ ଡାକ୍ତର ହୋଇଥିବାରୁ ବୁଷ୍ଟର ଡୋଜ ନେଇଛନ୍ତି ଏହାକୁ ମିଶାଇ ସେ ତିନି ଡୋଜ ଟିକା ନେବା ଗ୍ରହଣୀୟ ହେଲେ ପାଞ୍ଚ ଡୋଜ ଟିକା ନେବା ଆଶ୍ଚର୍ଯ୍ୟ କରିଛି (Bihar doctor took 5 Covid vaccine shots) । ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
କୋୱିନ ପୋର୍ଟାଲ ଅନୁସାରେ ୨୦୨୧ ଜାନୁଆରୀ ୨୮ରେ ସେ ପ୍ରଥମ ଡୋଜ ଟିକା ନେଇଥିଲେ । ଏହାପରେ ମାର୍ଚ୍ଚରେ ତାଙ୍କର ସମୂର୍ଣ୍ଣ ଟୀକାକରଣ ଶେଷ ହୋଇଥିଲା । ଏହାପରେ ପୁଣି ୨୦୨୧ ଫେବୃଆରୀ ୬ରେ ବିଭା କୁମାରୀ ସିଂହ ଟିକା ନେଇଥିବା ସରକାରୀ ରିପୋର୍ଟ କହୁଛି । ପ୍ୟାନ କାର୍ଡ ବ୍ୟବହାର କରି ଟିକା ନେଇଥିବା ଜଣାପଡିଛି । ଏହାପରେ ସେହି ବର୍ଷ ଜୁନ ୧୭ରେ ଚତୁର୍ଥ ଥର ଟିକା ନେଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ଏହାପରେ ସେ ଜଣେ ଡାକ୍ତର ହୋଇଥିବାରୁ ଜାନୁଆରୀ ୧୦ରେ ବୁଷ୍ଟର ଡୋଜ ନେଇଥିଲେ । ଏହାକୁ ମିଶାଇ ମୋଟ ସେ ପାଞ୍ଚଥର ଟିକା ନେଇଛନ୍ତି ।
ଆହୁରି ପଢନ୍ତୁ...ଥରେ କି ଦୁଇଥର ନୁହେଁ, ୧୧ ଥର କୋରେନା ଟିକା ନେଲେ ୮୪ ବର୍ଷୀୟ ବୃଦ୍ଧ
ପାଟନା ଜିଲ୍ଲା ମାଜିଷ୍ଟ୍ରେଟ ଚନ୍ଦ୍ରଶେଖର ସିଂ କହିଛନ୍ତି ଯେ ତଦନ୍ତ ଆରମ୍ଭ ହୋଇଛି । ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଜଣେ ବ୍ୟକ୍ତି ପାଞ୍ଚଥର କିପରି ଟିକା ନେଲା ଏହା ଚର୍ଚ୍ଚାର ବିଷୟ ହୋଇଛି । ଏହା ପୂର୍ବରୁ ବିହାର ମାଧେପୁରର ଜଣେ ବୃଦ୍ଧ ୧୧ ଥର କୋରୋନା ଟିକା ନେଇଥିବା ଘଟଣା ସାମ୍ନାକୁ ଆସିଥିଲା ।
@ANI