ETV Bharat / bharat

ମୋଦିଙ୍କୁ ଗେହଲଟଙ୍କ ଚିଠି, ନୂଆ କୃଷି ଆଇନ ଉପରେ ପୁନଃବିଚାର କରିବାକୁ ଦାବି - କୃଷି ଆଇନ

ତିନୋଟି ନୂଆ କୃଷି ଆଇନ ଉପରେ ପୁନଃବିଚାର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ମୋଦିଙ୍କୁ ଗେହଲଟଙ୍କ ଚିଠି
ମୋଦିଙ୍କୁ ଗେହଲଟଙ୍କ ଚିଠି
author img

By

Published : Nov 30, 2020, 8:21 AM IST

ଜୟପୁର: ତିନୋଟି ନୂଆ କୃଷି ସମ୍ବନ୍ଧୀୟ ଆଇନ ଉପରେ ପୁନଃବିଚାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । କୃଷି ଆଇନକୁ ବିରୋଧ କରି କୃଷକମାନେ ଧାରଣାରେ ବସିଥିବାବେଳେ ଏହା ଉପରେ ପୁନଃବିଚାର କରିବାକୁ ଗେହଲଟ ମୋଦିଙ୍କୁ ଚିଠି ଲେଖିଛନ୍ତି ।

ସେହିପରି ଜିଡିପି (ମୋଟ ଘରୋଇ ଉତ୍ପାଦ) ଉପରେ କୃଷି କ୍ଷେତ୍ରର ସହଭାଗିତା ଅଧିକ ଥିବାରୁ ଏଥିପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି । 2020-21 ଆର୍ଥିକ ବର୍ଷର କ୍ବାର୍ଟର 2ରେ ଜିଡିପି ଯେତେବେଳେ 7.5 ପ୍ରତିଶତ ସଙ୍କୁଚିତ ହୋଇଥିଲା ସେତେବେଳେ କୃଷିକ୍ଷେତ୍ରରେ ଏହା 3.4 ପ୍ରତିଶତ ବଢିଥିଲା । ଯାହାକି ଦେଶର ଜିଡିପିକୁ ବଞ୍ଚାଇଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଆଇନ ଉପରେ ପୁନଃବିଚାର କରିବାକୁ ସେ କହିଛନ୍ତି ।

ଅନ୍ୟପଟେ ନଭେମ୍ବର 26 ତାରିଖରେ ଯେତେବେଳେ ସାରା ଦେଶ ସମ୍ବିଧାନ ଦିବସ ପାଳୁଥିଲା, ସେତେବେଳେ କୃଷକମାନେ ରାଜରାସ୍ତାରେ ଥିବା ସହ ଲାଠି ଓ ପାଣି ମାଡ ଖାଉଥିଲେ । ତେଣୁ କେନ୍ଦ୍ର ସରକାର ଏହାକୁ ଶୀଘ୍ର ସମାଧାନ କରିବାକୁ ଗେହଲଟ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହାସହ ଏହି କୃଷି ଆଇନ ପାଇଁ ସରକାର କୃଷକଙ୍କ ସହିତ ଆଲୋଚନା କରିନାହାଁନ୍ତି । ଏଥିରେ ଏମଏସପି(ସର୍ବନିମ୍ନ ସହାୟକ ମୂଲ୍ୟ) ଉଲ୍ଲେଖ ନାହିଁ । ଏହା କାର୍ଯ୍ୟକାରୀ ହେଲେ କୃଷକ ମାନେ ସମ୍ପୂର୍ଣ୍ଣ ଭାବେ ଘରୋଇ କମ୍ପାନୀ ଉପରେ ନିର୍ଭର କରିବେ କହି ଏଥିପାଇଁ ପଦକ୍ଷେପ ନେବାକୁ ଗେହଲଟ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ।

ସୂଚନାଥାଉକି, ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନଜାରି ରଖିଛନ୍ତି । ରବିବାର ସେମାନେ ଏପ୍ରସଙ୍ଗରେ କେନ୍ଦ୍ର ସହିତ ହେବାକୁ ଥିବା ଆଲୋଚନାକୁ ପ୍ରତ୍ୟାଖାନ କରି ଧାରଣାରେ ବସିଛନ୍ତି । କେନ୍ଦ୍ରସରକାର ଆଲୋଚନା ପାଇଁ ସର୍ତ୍ତ ରଖିଥିବାରୁ କୃଷକମାନେ ଏଥିରେ ରାଜି ହୋଇନଥିବା କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.