ETV Bharat / bharat

11 କୋଟି କୋଭିଶିଲ୍ଡ ଡୋଜ୍‌ ପାଇଁ କେନ୍ଦ୍ର ଦେଇଛି ଅଗ୍ରୀମ ଟଙ୍କା: ଆଦର ପୁନାୱାଲା

author img

By

Published : May 3, 2021, 7:32 PM IST

କୋରୋନା ଟୀକାକୁ ନେଇ ପ୍ରକାଶ ପାଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟକୁ ଭୁଲ ପ୍ରମାଣିତ କରି ସ୍ପଷ୍ଟୀକରଣ ରଖିଛନ୍ତି ସେରମ ଇନଷ୍ଟିଟ୍ୟୁଟ ଅଫ୍‌ ଇଣ୍ଡିଆର ସିଇଓ ଆଦର ପୁନୱାଲା । ଏହାସହ କେନ୍ଦ୍ର ସରକାର 11 କୋଟି କୋଭିଶିଲ୍ଡ ଡୋଜ୍‌ ପାଇଁ ଅଗ୍ରୀମ ଟଙ୍କା ଦେଇଥିବା ମଧ୍ୟ କରିଛନ୍ତି ସ୍ପଷ୍ଟ । ଅଧିକ ପଢ଼ନ୍ତୁ...

କୋରୋନା ଟୀକା ପାଇଁ କେନ୍ଦ୍ର ଦେଇଛି ଅଗ୍ରୀମ ଟଙ୍କା

ନୂଆଦିଲ୍ଲୀ: ସେରମ ଇନଷ୍ଟିଟ୍ୟୁଟ ଅଫ୍‌ ଇଣ୍ଡିଆର ସିଇଓ ଆଦର ପୁନାୱାଲା ସୋମବାର କହିଛନ୍ତି ଯେ, ଟୀକା ପ୍ରସ୍ତୁତି ଏକ ସ୍ବତନ୍ତ୍ର କାର୍ଯ୍ୟ ଓ ରାତାରାତି ଏହାର ଉତ୍ପାଦନକୁ ବଢ଼ାଇ ଦେବା ସମ୍ଭବ ନୁହେଁ । କମ୍ପାମୀକୁ 26 କୋଟି ଟୀକା ପାଇଁ ଅର୍ଡର ମିଳିଥିବା ବେଳେ ଏହା 15 କୋଟି ଯୋଗାଇ ସାରିଛି ବୋଲି କହିଛନ୍ତି ଆଦର । ତେବେ ନିଜ ମନ୍ତବ୍ୟରେ ଏସାଇଆଇ ସିଇଓ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ଆଉ 11 କୋଟି କୋଭିଶିଲ୍ଡ ଟିକାର ସମ୍ପୂର୍ଣ୍ଣ ମୂଲ୍ୟ ଯାହାକି 1732.50 କୋଟି ଟଙ୍କା ଅଗ୍ରୀମ ଭାବେ ଦେଇ ସାରିଛନ୍ତି । ଯାହା କି ଆସନ୍ତା କିଛି ମାସ ମଧ୍ୟରେ ପ୍ରସ୍ତୁତ ହୋଇଯିବ ।

ପୁନାୱାଲା ଟ୍ବିଟ କରି ଏକ ବୟାନ ଜାରି କରି ଲେଖିଛନ୍ତି, ‘‘ଗତ ବର୍ଷ ଏପ୍ରିଲ ମାସରୁ କେନ୍ଦ୍ର ସରକାର ସେରମ ଇନଷ୍ଟିଟ୍ୟୁଟ ଅଫ୍‌ ଇଣ୍ଡିଆକୁ ସମସ୍ତ ପ୍ରକାର ସହଯୋଗ କରିଛନ୍ତି, ସେ ବୈଜ୍ଞାନିକ ହେଉ, ପରିଚାଳନା ହେଉ କିମ୍ବା ଆର୍ଥିକ ସହଯୋଗ ହେଉ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ଗୁଡ଼ିଏ ତଥ୍ୟ ମଧ୍ୟରୁ ଜନତାଙ୍କୁ ସଠିକ୍‌ ତଥ୍ୟ ଦିଆଯିବା ଗୁରୁତ୍ବପୂର୍ଣ୍ଣ ।’’

ପୁନାୱାଲା କହିଛନ୍ତି ଯେ, ତାଙ୍କ ମନ୍ତବ୍ୟକୁ ଭୁଲ ଭାବେ ଗ୍ରହଣ କରାଯାଇଛି, ତେଣୁ ସେ କିଛି ଟା ଜିନିଷ ସ୍ପଷ୍ଟ କରିବାକୁ ଚାହାନ୍ତି ।

‘‘ପ୍ରଥମତଃ ଟୀକା ପ୍ରସ୍ତୁତି ଏକ ସ୍ବତନ୍ତ୍ର କାର୍ଯ୍ୟ ଓ ରାତାରାତି ଏହାର ଉତ୍ପାଦନକୁ ବଢ଼ାଇ ଦେବା ସମ୍ଭବ ନୁହେଁ । ଆମକୁ ବୁଝିବା ଦରକାର ଯେ ଭାରତର ଜନସଂଖ୍ୟା ଖୁବ୍‌ ଅଧିକ । ଏବଂ ସମସ୍ତଙ୍କ ପାଇଁ ଟୀକା ଡୋଜ୍‌ ପ୍ରସ୍ତୁତ କରିବା ସହଜ କାର୍ଯ୍ୟ ନୁହେଁ । ଏପରିକି ଅଗ୍ରଣୀ ଦେଶ ଗୁଡ଼ିକ କମ ଜନସଂଖ୍ୟା ଥାଇ ମଧ୍ୟ ଏହି ସମସ୍ୟା ସହ ସଂଘର୍ଷ କରୁଛନ୍ତି । ଦ୍ବିତୀୟ କଥା ହେଉଛି ଗତ ବର୍ଷ ଏପ୍ରିଲ ମାସରୁ ଆମେ କେନ୍ଦ୍ର ସରକାରଙ୍କ ସହ ମିଳିତ ଭାବେ ଅବିରତ କାର୍ଯ୍ୟ କରି ଆସୁଛୁ ।’’ ବୋଲି କହିଛନ୍ତି ଆଦର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ବର୍ତ୍ତମାନ ସୁଦ୍ଧା ଆମେ 26 କୋଟି ଟୀକାର ଅର୍ଡର ପାଇଛୁ, ସେଥି ମଧ୍ୟରୁ ଆମେ 15 କୋଟି ଡୋଜ୍‌ ଯୋଗାଇ ସାରିଛୁ । ଭାରତ ସରକାର ଆମକୁ ଆହୁରି 11 କୋଟି ଡୋଜ୍‌ ପାଇଁ ସମ୍ପୂର୍ଣ୍ଣ ମୂଲ୍ୟ 1732.50 କୋଟି ଟଙ୍କା ଅଗ୍ରୀମ ଭାବେ ଦେଇଛନ୍ତି । କିଛି ମାସ ମଧ୍ୟରେ ତାହା ଆମେ ଯୋଗାଇ ଦେବୁ । ଏହାସହ ଆଉ 11 କୋଟି ଡୋଜ ସମସ୍ତ ରାଜ୍ୟ ଓ ଘରୋଇ ହସ୍ପିଟାଲ ପାଇଁ ମଧ୍ୟ ଯୋଗାଇ ଦିଆଯିବ । ’’

‘‘ଶେଷ କଥା ହେଉଛି, ଆମେ ବୁଝି ପାରୁଛୁ ଯେ ସମସ୍ତେ ଚାହୁଛନ୍ତି ଯଥାଶୀଘ୍ର ଟୀକା ମିଳୁ । ଆମର ମଧ୍ୟ ତାହା ହିଁ ଲକ୍ଷ୍ୟ ରହିଛି ଏବଂ ସେଥିଲାଗି ଆମେ ଅନେକ ଉଦ୍ୟମ କରୁଛୁ । କୋରୋନା ବିରୋଧରେ ଭାରତର ଯୁଦ୍ଧକୁ ମଜବୁତ କରିବା ପାଇଁ ଆମେ ଆହୁରି କଠିନ ପରିଶ୍ରମ କରିବୁ,’’ କହିଛନ୍ତି ପୁନାୱାଲା ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବୟାନକୁ ସମର୍ଥନ କରିଛି ସେରମ ଇନଷ୍ଟିଟ୍ୟଟ ଅଫ୍‌ ଇଣ୍ଡିଆ । ଯେଉଁଥିରେ କୁହାଯାଇଛି ଯେ, କେନ୍ଦ୍ର ସରକାର କୋରୋନା ଟୀକା ପାଇଁ ନୂତନ ଭାବେ କୌଣସି ଅର୍ଡର ଦେଇନଥିବା ନେଇ ପ୍ରକାଶ ପାଇଥିବା ଗଣମାଧ୍ୟମ ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ ।

‘‘ଆମେ ଏହି ବୟାନକୁ ସମର୍ଥନ କରୁଛୁ, ଆମେ ଭାରତର ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛୁ, ଏବଂ ଗତ ବର୍ଷ ଠାରୁ ଏହାର ସାହଯୋଗ ଆମେ ଧନ୍ୟବାଦ ଜଣାଉଛୁ । ପ୍ରତିଟି ଜୀବନ ବଞ୍ଚାଇବା ପାଇଁ ଟୀକା ଉତ୍ପାଦନ ବଢ଼ାଇବା ଲାଗି ଆମେ ପ୍ରତିଶୃତିବଦ୍ଧ,’’ ବୋଲି ପୁନାୱାଲା ଟ୍ବିଟ କରି କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.