ETV Bharat / bharat

କାଗଜ ଫିଲ୍ମର ରିଅଲ ହିରୋ ମାଗିଲେ AK-47; ଲାଇସେନ୍ସ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି

କାଗଜ ଫିଲ୍ମର ରିଅଲ ହିରୋ ଲାଲ ବିହାରୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଏକେ-୪୭ ବନ୍ଧୁକ ଲାଇସେନ୍ସ ମାଗିଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 9, 2023, 12:11 PM IST

ଏକେ-୪୭ ଲାଇସେନ୍ସ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି

ଲକ୍ଷ୍ନୌ: ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଫିଲ୍ମ 'କାଗଜ' ସମସ୍ତଙ୍କ ମନେଥିବ, ଯେଉଁଥିରେ ମୁଖ୍ୟ ଚରିତ୍ର କେମିତି ନିଜକୁ ଜୀବିତ ପ୍ରମାଣ କରିବାକୁ କୋର୍ଟ କରେରୀର ଚକ୍କର କାଟିଥିଲେ । ଆପଣ ଜାଣନ୍ତି କି, ଫିଲ୍ମର ଏହି କାହାଣୀ ବାସ୍ତବ ଘଟଣା ଉପରେ ଆଧାରିତ । ଉତ୍ତର ପ୍ରଦେଶ ଆଜମଗଡ ନିବାସୀ ଲାଲ ବିହାରୀ ମୃତକଙ୍କ ସହ ଘଟିଥିବା ଘଟଣାବଳୀକୁ ନେଇ 'କାଗଜ' ଫିଲ୍ମ ପ୍ରସ୍ତୁତ ହୋଇଛି । ଏବେ ତାଙ୍କ ବିଷୟରେ ଉଲ୍ଲେଖ କରିବାର କାରଣ ହେଉଛି, ଲାଲ ବିହାରୀ ଏକେ-୪୭ ରାଇଫଲର ଲାଇସେନ୍ସ ପାଇଁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଚର୍ଚ୍ଚାକୁ ଆସିଛନ୍ତି ।

ଲାଲ ବିହାରୀ ଗୋଟିଏ ସଂଗଠନ ତିଆରି କରିଛନ୍ତି, ଯାହାର ନାମ ରଖିଛନ୍ତି 'ମୃତକ ସଂଘ' । ସେ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି । AK-47 ରାଇଫଲ ଲାଇସେନ୍ସ ପାଇଁ ସେ ଚିଠିରେ ଲେଖିଛନ୍ତି କି, ଜୀବତ ଓ ମୃତକଙ୍କୁ ନେଇ ଲମ୍ବା ଲଢେଇ ଜାରି ରହିଛି । ଦୁର୍ନୀତି ଓ ଠକେଇ ବିରୋଧରେ ଚାଲିଥିବା ଏହି ସଂଘର୍ଷରେ ଜୀବତ ଓ ମୃତ ଲୋକଙ୍କ ସୁରକ୍ଷା ପାଇଁ ଏହି ଲାଇସେନ୍ସ ନିହାତି ଆବଶ୍ୟକ । ତେବେ ଲାଲ୍ ବିହାରୀଙ୍କ ସହ କ'ଣ ଘଟିଥିଲା ଜାଣିବାକୁ ପଢନ୍ତୁ ବିସ୍ତୃତରେ...

୧୮ ବର୍ଷ ପରେ ଜୀବିତ ହୋଇଥିଲେ ଲାଲ ବିହାରୀ: ଆଜମଗଡ଼ ମୁବାରକପୁର ଥାନା ଅନ୍ତର୍ଗତ ଅମିଲୋ ଅଞ୍ଚଳର ମୂଳ ନିବାସୀ ଲାଲ ବିହାରୀଙ୍କ ଜନ୍ମ ୧୯୫୫ ମସିହା ମେ' ୬ ତାରିଖ ନିଜାମବାଦ ତହସିଲ ଅଧୀନ ଖଲିଲାବାଦ ଗାଁରେ ହୋଇଥିଲା । ତାଙ୍କ ବାପାଙ୍କ ମୃତ୍ୟୁ ପରେ ଗ୍ରାମ ପ୍ରଧାନ ଓ ତହସିଲ ଅଧିକାରୀ ତାଙ୍କୁ ସରକାରୀ ରେକର୍ଡରେ ମୃତ ଘୋଷିତ କରି ସବୁ ସମ୍ପତ୍ତି ତାଙ୍କର ଦାଦା ପୁଅ ଭାଇମାନଙ୍କ ନାଁରେ ଲେଖି ଦେଇଥିଲେ । ଫଳରେ ଲାଲ ବିହାରୀ ସରକାରୀ କାଗଜପତ୍ରରେ ନିଜକୁ ଜୀବିତ ପ୍ରମାଣ କରିବାକୁ ଦୀର୍ଘ ୧୮ ବର୍ଷ ଧରି ସଂଘର୍ଷ କରିଥିଲେ । ଶେଷରେ ୧୯୯୪ ମସିହା ଜୁନ ୩୦ରେ ଆଜମଗଡର ମୁଖ୍ୟ ରାଜସ୍ବ ଅଧିକାରୀ ତାଙ୍କୁ ଜୀବିତ ଘୋଷଣା କରିଥିଲେ ।

ଏହାମଧ୍ୟ ପଢନ୍ତୁ: ମିଳିଲାନି ଆମ୍ବୁଲାନ୍ସ; ପିଠିରେ ମୃତ ଭାଉଣୀକୁ ବାନ୍ଧି ବାଇକରେ ବୋହିଲା ଭାଇ

ନିର୍ବାଚନ ବି ଲଢିଛନ୍ତି ଲାଲ ବିହାରୀ: ନିଜକୁ ଜୀବିତ ବୋଲି ପ୍ରମାଣ କରିବାକୁ ଲାଲ୍ ବିହାରୀକୁ କମ୍ କଷ୍ଟ ସହିବାକୁ ପଡିନଥିଲା । ସେ ଲୋକସଭା ଓ ବିଧାନସଭା ନିର୍ବାଚନ ମଧ୍ୟ ଲଢିଥିଲେ । ଏହି ସମୟରେ ସେ 'ମୃତକ ସଂଘ' ନାମରେ ଏକ ସଂଗଠନ ତିଆରି କରିଥିଲେ ଏବଂ ଜୀବତ ମୃତକଙ୍କ ପାଇଁ ଲଢ଼େଇ ଆରମ୍ଭ କରିଥିଲେ । ତାଙ୍କ ଭଳି ସରକାରୀ ରେକର୍ଡରେ ମୃତ ଘୋଷିତ ଶତାଧିକ ଲୋକଙ୍କୁ ସେ ଜୀବିତ ସାବ୍ୟସ୍ତ କରିସାରିଛନ୍ତି । ନିର୍ବାଚନରେ ଛିଡ଼ା ହେବା ପରେ ସାରା ଦେଶରେ ଲାଲ ବିହାରୀଙ୍କ ବିଷୟରେ ଲୋକେ ଜାଣିବାକୁ ପାଇଲେ । ଏମିତିକି ତାଙ୍କର ନିର୍ବାଚନୀ କଭରେଜ୍‌ ପାଇଁ ଆମେରିକାରୁ ମଧ୍ୟ ଟିମ୍ ଆସିଥିଲେ ।

ଲାଲ ବିହାରୀଙ୍କ ଉପରେ ତିଆରି ହେଲା କାଗଜ ଫିଲ୍ମ: କେବଳ ଏତିକି ନୁହେଁ ଲାଲ ବିହାରୀଙ୍କ ଜୀବନ ଉପରେ ଫିଲ୍ମ ମଧ୍ୟ ତିଆରି ହୋଇଥିଲା । ଏବେ ଆଉ ଗୋଟିଏ ଫିଲ୍ମର ସ୍କ୍ରିପ୍ଟ ବି ଲେଖାଯାଉଛି । ତେବେ ସରକାରୀ ରେକର୍ଡରେ ତାଙ୍କୁ ମୃତ ଘୋଷିତ କରାଯିବା ପଛରେ ସେ ପ୍ରଶାସନିକ ଅଧିକାରୀଙ୍କୁ ଦାୟୀ କରନ୍ତି । ଏଥିପାଇଁ ସେ ସରକାରଙ୍କ ଉପରେ ୨୫ କୋଟି ଟଙ୍କାର କ୍ଷତିପୂରଣ ଦାବି ମଧ୍ୟ କରିଥିଲେ । ଯଦିଓ କୋର୍ଟ ତାଙ୍କର ଦାବିକୁ ଖାରଜ କରିଦେଇଥିଲେ ।

ଏକେ-୪୭ ଲାଇସେନ୍ସ ପାଇଁ ଚିଠି: ଏବେ ଲାଲ ବିହାରୀ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ତାଙ୍କୁ ଏବଂ ଆଉ କିଛି ତାଙ୍କ ଭଳି ରେକର୍ଡରେ ମୃତ ଦର୍ଶା ଯାଇଥିବା ବ୍ୟକ୍ତିଙ୍କୁ ଏକେ-୪୭ ରାଇଫଲ ଲାଇସେନ୍ସ ଦେବାକୁ ନିବେଦନ କରିଛନ୍ତି । ଏ ସଂକ୍ରାନ୍ତରେ ଇଟିଭି ଭାରତକୁ ସେ କହିଛନ୍ତି, ''ସେ ନିଜ ସହିତ ଦସ୍ତାବିଜରେ ମୃତ ଘୋଷିତ ଅନ୍ୟ କିଛି ଲୋକଙ୍କ ପାଇଁ ଏକେ-୪୭ ଲାଇସେନ୍ସ ମାଗିଛନ୍ତି । ଜୀବିତଙ୍କ ପାଖରେ ତ ଲାଇସେନ୍ସ ପ୍ରାପ୍ତ ଅସ୍ତ୍ର ଅଛି । ତେଣୁ ସରକାର ମୃତକମାନଙ୍କୁ ଗୋଟିଏ ଲେଖାଏଁ ଏକେ-୪୭ ଦେବା ଉଚିତ୍, ଯଦ୍ବାରା ସେମାନେ ନିଜ ଧନଜୀବନର ସୁରକ୍ଷା କରିପାରିବେ ।'' ସେ ପ୍ରଚଳିତ ଶାସନ ବ୍ୟବସ୍ଥାରେ ଅସନ୍ତୁଷ୍ଟ ଅଛନ୍ତି । ସରକାରୀ ଅଧିକାରୀ କର୍ମଚାରୀ ମିଶି ଜନତାଙ୍କୁ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.