ETV Bharat / bharat

ଇସ୍ତଫା ଇନସାଇଡ ଷ୍ଟୋରୀ: କ୍ଷମତା ନୁହେଁ ବ୍ୟବସ୍ଥା ପାଇଁ ହେଲେ ଆଉଟ !

author img

By

Published : Jul 8, 2021, 10:51 PM IST

ମନ୍ତ୍ରୀମଣ୍ଡଳ ବିସ୍ତାର ପୂର୍ବରୁ ଜଣ ପରେ ଜଣେ ସଦସ୍ୟ ଦେଇଥିଲେ ଇସ୍ତଫା । ଆଉ ଏବେ ସାମ୍ନାକୁ ଆସୁଛି ଇସ୍ତଫାର ଇନସାଇଡ ଷ୍ଟୋରୀ । ପଢନ୍ତୁ...

ମୋଦି ଟିମ୍‌ରୁ ମନ୍ତ୍ରୀଙ୍କ ଇସ୍ତଫା, କ୍ଷମତା ନୁହେଁ ବ୍ୟବସ୍ଥା ପାଇଁ ହେଲେ ଆଉଟ !

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ହୋଇଛି ମେଗା ବିସ୍ତାର । ମୋଦିଙ୍କ ଟିମରୁ ହଟିଛନ୍ତି ପୁରୁଣା ଚେହେରା । ନୂଆ ମନ୍ତ୍ରୀଙ୍କୁ ଦିଆଯାଇଛି ସ୍ଥାନ । ମନ୍ତ୍ରୀମଣ୍ଡଳ ବିସ୍ତାର ପୂର୍ବରୁ ଜଣ ପରେ ଜଣେ ସଦସ୍ୟ ଦେଇଥିଲେ ଇସ୍ତଫା । ଆଉ ଏବେ ସାମ୍ନାକୁ ଆସୁଛି ଇସ୍ତଫାର ଇନସାଇଡ ଷ୍ଟୋରୀ ।

ବୁଧବାର କ୍ୟାବିନେଟ ବିସ୍ତାର ପୂର୍ବରୁ ଇସ୍ତଫା ଦେଇଥିବା ହେବିୱେଟଙ୍କ ମଧ୍ୟରେ ବରିଷ୍ଠ ନେତା ରବିଶଙ୍କର ପ୍ରସାଦ, ଡାକ୍ତର ହର୍ଷବର୍ଦ୍ଧନ, ପ୍ରକାଶ ଜାଭଡେକରଙ୍କ ସମେତ ଅନେକ ନାଁ ସାମିଲ ରହିଛି । କାର୍ଯ୍ୟ ଆଉ ପ୍ରଦର୍ଶନକୁ ନେଇ ମନ୍ତ୍ରୀମଣ୍ଡଳରୁ ଏହି ଚେହେରାକୁ ହଟାଯାଇଥିବା ବର୍ତ୍ତମାନ ସୁଦ୍ଧା ଚର୍ଚ୍ଚା ହୋଇଆସୁଥିଲା । ହେଲେ ବ୍ୟବସ୍ଥା କାରଣରୁ ଏହି ନେତାମାନଙ୍କୁ ମନ୍ତ୍ରୀ ପଦରୁ ଛୁଟି ଦିଆଯାଇଥିବା ଜଣାପଡିଛି ।

ମନ୍ତ୍ରୀମାନଙ୍କୁ ହଟାଯିହା ସହ କ୍ଷମତାର ନାହିଁ କୌଣସି ସମ୍ପର୍କ । ସରକାର ବ୍ୟବସ୍ଥା ଉପରେ ଆଧାରିତ । ତେଣୁ ଏହି ବ୍ୟବସ୍ଥା କାରଣରୁ କ୍ୟାବିନେଟର ଅଦଳବଦଳରେ ପୁରୁଣା ମନ୍ତ୍ରୀମାନଙ୍କୁ ବାହାର କରାଯାଇଥିବା ସୂତ୍ରରୁ ସୂଚନା ମିଳିଛି ।

କିଏ ହୋଇଛନ୍ତି ଆଉଟ ?

  • ପ୍ରକାଶ ଜାଭଡେକର
  • ରବିଶଙ୍କର ପ୍ରସାଦ
  • ଡାକ୍ତର ହର୍ଷବର୍ଦ୍ଧନ
  • ରମେଶ ପୋଖରିଆଲ ନିଶଙ୍କ
  • ପ୍ରତାପ ଷଡଙ୍ଗୀ
  • ବାବୁଲ ସୁପ୍ରିଓ
  • ରାୱ ସାହେବ ଦାନୱେ ପାଟିଲ
  • ଦେବୋଶ୍ରୀ ଚୌଧୁରୀ
  • ସଦାନନ୍ଦ ଗୌଡ
  • ସନ୍ତୋଷ ଗଙ୍ଗୱାର
  • ସନ୍ତୋଷ ଗଙ୍ଗୱାର
  • ରତନ ଲାଲ କଟାରିଆ

କ୍ୟାବିନେଟ ବିସ୍ତାର ପୂର୍ବରୁ ଘନ ଘନ ବସିଥିଲା ବୈଠକ । ପୁରୁଣା ଟିମର ମନ୍ତ୍ରୀମାନଙ୍କୁ ମଗାଯାଇଥିଲା ରିପୋର୍ଟ କାର୍ଡ । କାର୍ଯ୍ୟକୁ ନେଇ କରାଯାଇଥିଲା ମୂଲ୍ୟାଙ୍କନ । ଆଉ କ୍ୟାବିନେଟ ବିସ୍ତାର କିଛି ଘଣ୍ଟା ପୂର୍ବରୁ ଆଉଟ ହୋଇଥିଲେ ଜଣେ ପରେ ଜଣେ ମନ୍ତ୍ରୀ ।

ଟିମରୁ ପୁରୁଣା ମନ୍ତ୍ରୀଙ୍କ ଆଉଟ ହେବା ନେଇ ଆରମ୍ଭ ହୋଇଥିଲା ଆରମ୍ଭ ହୋଇଥିଲା ଆଲୋଚନା ପର୍ଯ୍ୟାଲୋଚନା । ମୋଦିଙ୍କ ଟିମରେ ରହିବାର ଗ୍ୟାରେଣ୍ଟୀ କେବଳ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ ବୋଲି କରାଯାଉଥିଲା ଅନୁମାନ । ଯିଏ ପାସ ହୋଇଛି ତାକୁ ପ୍ରୋମସନ ଆଉ ଯିଏ ଫେଲ ତାକୁ ବାହାରର ରାସ୍ତା ଦେଖାଯାଇଥିବା ନେଇ ହୋଇଥିଲା ଚର୍ଚ୍ଚା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.