ETV Bharat / bharat

RBI Board Meeting: ଘରୋଇ କ୍ରିପ୍ଟୋକରେନ୍ସିଂ ଉପରେ ବୈଠକରେ ଆଲୋଚନା - ଲକ୍ଷ୍ନୌରେ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ବୈଠକ

ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ନୌରେ ରିଜର୍ଭ ବ୍ୟାଙ୍କ(Reserve Bank of India)ର କେନ୍ଦ୍ରୀୟ ବୋର୍ଡ ବୈଠକ ବସିଛି । ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଏବଂ ଘରୋଇ କ୍ରିପ୍ଟୋକରେନ୍ସିଂ ଉପରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

RBI Board Meeting: ଘରୋଇ କ୍ରିପ୍ଟୋକରେନ୍ସିଂ ଉପରେ ବୈଠକରେ ଆଲୋଚନା

author img

By

Published : Dec 18, 2021, 9:26 AM IST

ନୂଆଦିଲ୍ଲୀ: ଶୁକ୍ରବାର ଲକ୍ଷ୍ନୌରେ ରିଜର୍ଭ ବ୍ୟାଙ୍କ(Reserve Bank of India)ର କେନ୍ଦ୍ରୀୟ ବୋର୍ଡ ବୈଠକ ବସିଛି । ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଏବଂ ଘରୋଇ କ୍ରିପ୍ଟୋକରେନ୍ସିଂ ଉପରେ ଆଲୋଚନା ହୋଇଛି । ଆରବିଆଇ(RBI) ଏକ ବିବୃତ୍ତି ଜରିଆରେ ଏନେଇ ସୂଚନା ଦେଇଛି ।

କହିରଖୁଛୁ କି, କ୍ରିପ୍ଟୋକରେନ୍ସିଂଗୁଡିକୁ ଦେଶରେ ବ୍ୟାନ କରିବା ପାଇଁ ପୂର୍ବରୁ ଶକ୍ତିକାନ୍ତ ଦାସ ଯୁକ୍ତି ବାଢିଥିଲେ । ତେବେ କେନ୍ଦ୍ରୀୟ ବୋର୍ଡର ଏହି ବୈଠକରେ କ୍ରିପ୍ଟୋ ଗୁଡିକୁ ନିଷିଦ୍ଧ କରିବା ପାଇଁ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି ।

ଏନେଇ ଆରବିଆଇ(RBI) ବିବୃତ୍ତିରେ କୁହାଯାଇଛି, କେନ୍ଦ୍ରୀୟ ଡିଜିଟାଲ ମୁଦ୍ରା ଏବଂ ଘରୋଇ କ୍ରିପ୍ଟୋକରେନ୍ସିଂ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ବୋର୍ଡ ଆଲୋଚନା କରିଛି । ତେବେ କ୍ରିପ୍ଟୋକରେନ୍ସିଂ କ'ଣ ନିଷ୍ପତ୍ତି ନିଆଯାଇଛି ସେନେଇ ବିବୃତ୍ତିରେ କିଛି ସ୍ପଷ୍ଟ କରାଯାଇନାହିଁ ।

ନିକଟରେ କ୍ରିପ୍ଟୋକରେନ୍ସିଂ ଗୁଡିକ ଉପରେ ଆଇନ ଆଣିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି । ସଂସଦ ଶୀତକାଳୀନ ଅଧିବେଶନରେ ଡିଜିଟାଲ କରେନ୍ସିଂ ଉପରେ ବିଚାର ପାଇଁ କ୍ରିପ୍ଟୋକରେନ୍ସିଂ ଏବଂ ଅଫିସିଆଲ ଡିଜିଟାଲ ମୁଦ୍ରା ରେଗୁଲେସନ ବିଲ୍ ୨୦୨୧କୁ ତାଲିକାଭୁକ୍ତ କରାଯାଇଛି । ହେଲେ ଚଳିତ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହୋଇନପାରେ ବୋଲି ସୂତ୍ରରୁ ସୂଚନା ମିଳିଛି ।

ଏଥିସହ ବ୍ୟାଙ୍କ ନୋଟ ପରିଭାଷା ପରିସରକୁ ବ୍ୟାପକ କରି ଡିଜିଟାଲ ଫର୍ମରେ ମୁଦ୍ରାର ଅନ୍ତର୍ଭୁକ୍ତୀକରଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆକ୍ଟ, ୧୯୩୪ରେ ସଂଶୋଧନ ପାଇଁ ନିକଟରେ ଆରବିଆଇ(RBI) ପକ୍ଷରୁ ସରକାର ଏକ ପ୍ରସ୍ତାବ ଗ୍ରହଣ କରିଛନ୍ତି । ଏନେଇ ସଂସଦ ସୂଚନା ଦେଇଛି । କେନ୍ଦ୍ରୀୟ ବ୍ୟାଙ୍କ ଲଗାତାର ଭାବେ କ୍ରିପ୍ଟୋକରେନ୍ସିଂ ବିରୁଦ୍ଧରେ ନିଜର ମତ ଦେଇଆସୁଛି । କ୍ରିପ୍ଟୋକୁ ଅନୁମତି ମିଳିଲେ ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହେବ ବୋଲି ଆରବିଆଇ(RBI) ଯୁକ୍ତି ଉପସ୍ଥାପନ କରିଛି ।

କେନ୍ଦ୍ରୀୟ ବ୍ୟାଙ୍କର ଏହି ବୈଠକରେ ଡେପୁଟି ଗଭର୍ଣ୍ଣର ମହେଶ କୁମାର ଜେନ, ମାଇକେଲ ଦେବବ୍ରତ ପାତ୍ର, ଏମ ରାଜେଶ୍ବର ରାଓ, ଟି ରବିଶଙ୍କର, ଏବଂ ବୋର୍ଡର ଅନ୍ୟାନ୍ୟ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ । ଆର୍ଥିକ ସେବା ବିଭାଗର ସେକ୍ରାଟାରୀ ଦେବାଶିଷ ପଣ୍ଡା ମଧ୍ୟ ଏଥିରେ ଯୋଗ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.