ETV Bharat / bharat

ବିମୁଦ୍ରୀକରଣ ମାମଲା: କେନ୍ଦ୍ର ଓ RBIକୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ

author img

By

Published : Oct 12, 2022, 7:38 PM IST

ବିମୁଦ୍ରୀକରଣକୁ ନେଇ ସତ୍ୟପାଠ ଦାଖଲ କରିବେ କେନ୍ଦ୍ର ସରକାର ଓ RBI । ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢ଼ନ୍ତୁ

RBI and centre to file affidavit on demonetization process directed by apex court
୨୦୧୬ ବିମୁଦ୍ରୀକରଣ ମାମଲା:କେନ୍ଦ୍ର ସରକାର ଓ RBIକୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୨୦୧୬ରେ ହୋଇଥିବା ବିମୁଦ୍ରୀକରଣ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ବିମୁଦ୍ରୀକରଣକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ପିଟିସନ୍ ଦାଏର ହୋଇଛି । ତେବେ ମାମଲାର ଶୁଣାଣି କରି କେନ୍ଦ୍ର ସରକାର ଓ RBIକୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । ଯେଉଁ ପ୍ରକ୍ରିୟାରେ ବିମୁଦ୍ରୀକରଣ କରାଯାଇଥିଲା ତାହାର ସବିଶେଷ ବିବରଣୀ ମାଗିଛନ୍ତି ସୁପ୍ରିମକୋର୍ଟ । ଏହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ସରକରାଙ୍କ ନୀତିଗତ ନିଷ୍ପତ୍ତିର ଲକ୍ଷ୍ମଣ ରେଖାକୁ ନେଇ ସୁପ୍ରିମକୋର୍ଟ ଅବଗତ ଅଛନ୍ତି । କିନ୍ତୁ ଏହାସତ୍ତ୍ବେ ବିମୁଦ୍ରୀକରଣ ନିଷ୍ପତ୍ତି ନେଇ ତଦନ୍ତ ହେବା ଜରୁରୀ ।

ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ କରୁଛନ୍ତି । ଜଷ୍ଟିସ୍‌ ଏସ୍‌ ଏ ଅବ୍‌ଦୁଲ୍‌ ନଜୀର ଏହି ଖଣ୍ଡପୀଠର ଅଧ୍ୟକ୍ଷତା କରୁଛନ୍ତି । ସେ କହିଛନ୍ତି, "ଯେତେବେଳେ ସମ୍ବିଧାନ ପୀଠଙ୍କ ପାଖକୁ ଏଭଳି ମାମଲା ଆସେ, ତାହାର ଜବାବ ଦେବା ଖଣ୍ଡପୀଠଙ୍କ କର୍ତ୍ତବ୍ୟ ।" ସୁପ୍ରିମକୋର୍ଟଙ୍କ ମୁତାବକ ବିମୁଦ୍ରୀକରଣ ସମ୍ବନ୍ଧୀୟ ଆଇନ ସଠିକ୍ ଦୃଷ୍ଟିକୋଣରେ ଚ୍ୟାଲେଞ୍ଜ ହେବା ଆବଶ୍ୟକ ।

ଉଚ୍ଚ ମୂଲ୍ୟ ବ୍ୟାଙ୍କ ନୋଟ ଅଧିନିୟମ ୧୯୭୮ରେ ପାରିତ ହୋଇଥିଲା । ଯାହାଦ୍ବାରା ଜନହିତରେ କିଛି ପ୍ରଚଳିତ ନୋଟର ବିମୁଦ୍ରୀକରଣ କରାଯାଇ ପାରିବ । ଅର୍ଥବ୍ୟବସ୍ଥାକୁ ହାନୀ ପହଞ୍ଚାଉଥିବା ଅବୈଧ ନେଣଦେଣ ଉପରେ ରୋକ୍‌ ଲଗାଇବା ଏହାର ମୂଳ ଉଦ୍ଦେଶ୍ୟ ରହିଥିଲା । କିନ୍ତୁ ମାମଲା ଦାଖଲ କରିଥିବା ଆବେଦନକାରୀଙ୍କ ମୁତାବକ ଯେଉଁଭଳି ଭାବରେ ବିମୁଦ୍ରୀକରଣ ଲାଗୁ କରାଗଲା ତାହାକୁ ନେଇ ତଦନ୍ତ ଜରୁରୀ । ଏହି ମାମଲାର ନ୍ୟାୟିକ ସମୀକ୍ଷା ବାହାରକୁ ଯାଇ ଏହାର ଶୁଣାଣି କରାଯିବ ।

ଆଜିର ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ସିଲସିଟର ଜେନେରାଲ କହିଛନ୍ତି, "ଏକାଡେମିକ ମୁଦ୍ଦାକୁ ନେଇ କୋର୍ଟଙ୍କ ସମୟ ଅପଚୟ ଯଥାର୍ଥ ନୁହେଁ ।" ସେପଟେ ଏହାକୁ ନେଇ ଆପତ୍ତି ଜାହିର କରିଛନ୍ତି ଆବେଦନକାରୀ ବିବେକ ନାରାୟଣ ଶର୍ମାଙ୍କ ଓକିଲ ଶ୍ୟାମ ଦିୱାନ । କାରଣ ଏହାପୂର୍ବରୁ ଥିବା ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିବା ସପକ୍ଷରେ ମତ ରଖିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.