ETV Bharat / bharat

୫୦ ଆସନ ମନ୍ତବ୍ୟର ଜବାବ ଦେଲେ ରବିଶଙ୍କର, କହିଲେ ଦିବାସ୍ବପ୍ନ ଦେଖୁଛନ୍ତି ନୀତିଶ

author img

By

Published : Sep 5, 2022, 7:08 AM IST

ନୀତିଶଙ୍କ ୫୦ ଆସନ ମନ୍ତବ୍ୟରେ ଜବାବ ରଖିଲା ବିଜେପି । ସାଂସଦ ରବିଶଙ୍କର ପ୍ରସାଦ କହିଲେ ନୀତିଶ ଦିବାସ୍ବପ୍ନ ଦେଖୁଛନ୍ତି । ଖାଲି ନାହିଁ ପ୍ରଧାନମନ୍ତ୍ରୀ ପଦବୀ । ଅଧିକ ପଢନ୍ତୁ

୫୦ ଆସନ ମନ୍ତବ୍ୟର ଜବାବ ଦେଲେ ରବିଶଙ୍କର ପ୍ରସାଦ, କହିଲେ ଦିବାସ୍ବପ୍ନ ଦେଖୁଛନ୍ତି ନୀତିଶ

ପାଟନା: 2024 ସାଧାରଣ ନିର୍ବାଚନରେ ​​ବିଜେପି ମାତ୍ର 50ଟି ଆସନରେ ସୀମିତ ରହିବାକୁ ବାଧ୍ୟ ହେବା ନେଇ ନୀତିଶ କୁମାର ଦେଇଥିବା ମନ୍ତବ୍ୟର ପ୍ରତିଉତ୍ତର ରଖିଛି ବିଜେପି । ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ମନ୍ତବ୍ୟ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ କଡା ସମାଲୋଚନା କରିଛନ୍ତି । ନୀତିଶ ଦିବାସ୍ବପ୍ନ ଦେଖୁଛନ୍ତି ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି ।

ରବିଶଙ୍କର ପ୍ରସାଦ କହିଛନ୍ତି,"ନୀତିଶ କୁମାର ଦିବାସ୍ୱପ୍ନ ଦେଖୁଛନ୍ତି । ତାଙ୍କୁ ମନେ ରଖିବାକୁ ହେବ ଯେ ସେ ବର୍ତ୍ତମାନ ଲୋକସଭାରେ ଥିବା 16ଟି ଆସନ ନରେନ୍ଦ୍ର ମୋଦିଙ୍କ କାରଣରୁ ଜିତିବାରେ ସଫଳ ହୋଇ ପାରିଛନ୍ତି । ଯଦି ମୋଦିଜୀ ନଥାନ୍ତେ, ତେବେ ନୀତିଶଙ୍କ ଜଣେ ହେଲେ କେହି ମଧ୍ୟ ଦଳୀୟ ସାସଂଦ ଲୋକସଭାରେ ପହଞ୍ଚି ପାରନଥାନ୍ତେ ।’’

ଆହୁରି ମଧ୍ୟ ସେ ନୀତିଶ କୁମାରଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା ଓ ଗୁଜୁରାଲଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି । ରବି ଶଙ୍କର କହିଛନ୍ତି "ନୀତିଶ କୁମାର ଜୀ ଯଦି ଆପଣ ଦେବେଗୌଡା ଏବଂ ଆଇ.କେ ଗୁଜୁରାଲଙ୍କ ପରି ନିଷ୍ପତ୍ତି ନେବାକୁ ଚାହିଁବେ, ତେବେ ସେଥିରେ ଆମେ କିଛି କରିପାରିବୁ ନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଏବେ କୌଣସି ଖାଲି ସ୍ଥାନ ନାହିଁ ।"

ପ୍ରସାଦ କହିଛନ୍ତି, ‘‘ନରେନ୍ଦ୍ର ମୋଦିଜୀଙ୍କ ସରକାରରେ ଲୋକମାନେ ଖୁସି ଅଛନ୍ତି ଏବଂ ଯେତେବେଳେ ବି ବିରୋଧୀମାନେ ବିଜେପିର ଫଳାଫଳ ଉପରେ ଏପରି ଟିପ୍ପଣୀ ଦିଅନ୍ତି, ସେତେବେଳେ ବିଜେପି ବଡ ବ୍ୟବଧାନର ବିଜୟ ସହ ସାମ୍ନାକୁ ଆସେ । ଏଥିସହ ନୀତିଶ ଯେଉଁ ବିରୋଧୀ ଏକତା କଥା କହି ଚାଲିଛନ୍ତି, ତାହା ଭୁଲିଯିବା ଉଚିତ୍‌ । ନିଜେ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା ନୀତିଶ ଏହା ଭୁଲିଯିବା ଉଚିତ ନୁହେଁ ଯେ, ଲୋକେ ତାଙ୍କୁ ବେଶ ପାଖରୁ ଦେଖି ସାରିଛନ୍ତି ।’’

ଦଳୀୟ ପ୍ରାଦେଶିକ କାର୍ଯ୍ୟକାରିଣୀରେ ଯୋଗ ଦେଇ ନୀତିଶ କହିଥିଲେ, ‘‘୨୦୨୪ ସାଧାରଣ ନିର୍ବାଚନରେ ବିଜେପି ୫୦ ଆସନ ଅତିକ୍ରମ କରିପାରିବ ନାହିଁ । ଯଦି ସମସ୍ତ ବିରୋଧୀ ଦଳ ଏକଠି ହୋଇ ବିଜେପି ବିରୋଧରେ ନିର୍ବାଚନ ଲଢନ୍ତି, ତେବେ ଏପରି ହୋଇପାରିବ ।’’ ରବିବାର ପାଟନାରେ ଆୟୋଜିତ ଦଳର ପ୍ରଦେଶ କାର୍ଯ୍ୟକାରିଣୀରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ନୀତିଶ ଏପରି ଆକଳନ କରିବା ସହ ବିଜେପିକୁ ସାମ୍ପ୍ରଦାୟିକ ଦର୍ଶାଇ ବର୍ଷିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.