ETV Bharat / bharat

ମୋଦି କ୍ୟାବିନେଟରୁ ବାହାରିଥିବା ବରିଷ୍ଠ ନେତାଙ୍କୁ ମିଳିବ ବଡ ଦାୟିତ୍ବ !

author img

By

Published : Jul 11, 2021, 9:54 PM IST

ମନ୍ତ୍ରୀମଣ୍ଡଳରୁ ବାହାରିଥିବା ରବିଶଙ୍କର, ପ୍ରକାଶ ଜାଭଡେକର, ହର୍ଷବର୍ଦ୍ଧନଙ୍କୁ ବିଜେପିରେ ଦିଆଯାଇପାରେ ବଡ ଦାୟିତ୍ବ । ଅଧିକ ପଢନ୍ତୁ...

ମୋଦି କ୍ୟାବିନେଟରୁ ବାହାରିଥିବା ବରିଷ୍ଠ ନେତାଙ୍କୁ ମିଳିବ ବଡ ଦାୟିତ୍ବ !
ମୋଦି କ୍ୟାବିନେଟରୁ ବାହାରିଥିବା ବରିଷ୍ଠ ନେତାଙ୍କୁ ମିଳିବ ବଡ ଦାୟିତ୍ବ !

ନୂଆଦିଲ୍ଲୀ: ମୋଦି ମନ୍ତ୍ରୀମଣ୍ଡଳର ବିସ୍ତାର ପୂର୍ବରୁ ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ, ହର୍ଷବର୍ଦ୍ଧନଙ୍କ ସମେତ ଇସ୍ତଫା ଦେଇଥିଲେ 12 ମନ୍ତ୍ରୀ । ମନ୍ତ୍ରୀମଣ୍ଡଳରୁ ବାହାରିଥିବା ରବିଶଙ୍କର ଓ ହର୍ଷବର୍ଦ୍ଧନଙ୍କୁ ବିଜେପିରେ ଦିଆଯାଇପାରେ ବଡ ଦାୟିତ୍ବ ।

ଆସନ୍ତା ବର୍ଷ ଆରମ୍ଭରେ ଉତ୍ତରପ୍ରଦେଶ ସମେତ ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ମଣିପୁରରେ ବିଧାନସବା ନିର୍ବାଚନ ଅନୁଷ୍ଠିତ ହେବାର ରହିଛି ସମ୍ଭାବନା । ଏହାକୁ ଦୃଷ୍ଟିରେ ରଖି ରବିଶଙ୍କର ପ୍ରସାଦ, ପ୍ରକାଶ ଜାଭଡେକର, ରମେଶ ପୋଖରିଆଲ ନିଶଙ୍କ, ହର୍ଷବର୍ଦ୍ଧନଙ୍କ ସମେତ କିଛି ନେତାଙ୍କୁ ସଂଗଠନରେ ସାମିଲ କରି ନିର୍ବାଚନୀ ରାଜ୍ୟଗୁଡିକର ଦାୟିତ୍ବ ଦିଆଯାଇପାରେ ।

ପୂର୍ବରୁ ମଧ୍ୟ ବିଜେପି ସଂଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଅର୍ଜନ କରିସାରିଛନ୍ତି ପ୍ରସାଦ ଓ ଜାଭଡେକର । ନିଶଙ୍କ ଉତ୍ତରାଖାଣ୍ଡର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ଆଉ ହର୍ଷବର୍ଦ୍ଧନ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ଭାବରେ କରିଛନ୍ତି କାମ ।

ଜୁଲାଇ 7ରେ ହୋଇଥିବା ମନ୍ତ୍ରମଣ୍ଡଳ ବିସ୍ତାରରେ ବିଜେପି ମହାସଚିବ ଭୂପେନ୍ଦ୍ର ଯାଦବ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅନ୍ନପୂର୍ଣ୍ଣା ଦେବୀଙ୍କ ସମେତ କିଛି ମନ୍ତ୍ରୀ ଦଳୀୟ ସଂଗଠନରେ ବିଭିନ୍ନ ଦାୟିତ୍ବ ସମ୍ଭାଳୁଛନ୍ତି । ହେଲେ ବିଜେପିରେ ଲାଗୁରହିଛି ଗୋଟିଏ ବ୍ୟକ୍ତି ଗୋଟିଏ ସିଦ୍ଧାନ୍ତ । ଏଥିପାଇଁ ସରକାରରେ ସାମିଲ ହୋଇଥିବା ନେତାମାନଙ୍କ ସ୍ଥାନରେ ସଂଗଠନରେ ନୂଆ ଚେହେରାକୁ ଦାୟିତ୍ବ ଦିଆଯିବା ନେଇ ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.