ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବାଧୀନ ଭାରତର 75 ବର୍ଷ ପୂର୍ତ୍ତି ସୁଦ୍ଧା ଦେଶକୁ ମିଳିଯିବ ଏହାର ନୂଆ ସଂସଦ ଭବନ । ନୂଆ ସଂସଦ ଭବନ ନିର୍ମାଣର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଆସିଥିଲେ ଅନେକ ବିଶିଷ୍ଟ ବ୍ୟକ୍ତି । ଏହି ଅବସରରେ ସଂସଦ ଭବନ ନିର୍ମାଣର ସଫଳତା କାମନା କରିଛନ୍ତି ଉଦ୍ୟୋଗପତି ରତନ ଟାଟା ।
ଉଦ୍ୟୋଗପତି ରତନ ଟାଟା କହିଛନ୍ତି, ଏହା ଏକ ପ୍ରଭାବଶାଳୀ ପ୍ରକଳ୍ପ ଏବଂ ମୁଁ ଏହାର ସମସ୍ତ ସଫଳତା କାମନା କରୁଛି | ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହରେ ମୋତେ ନିମନ୍ତ୍ରଣ କରାଯାଇଥିବାରୁ ମୁଁ ସୌଭାଗ୍ୟବାନ ବୋଲି ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ପ୍ରତିକ୍ରିୟା ଦେଇଛନ୍ତି । ନୂତନ ସଂସଦ ଭବନର ନିର୍ମାଣ ପ୍ରକଳ୍ପ ଦାୟିତ୍ବ ଟାଟା ପ୍ରୋଜେକ୍ଟ ଲିମିଟେଡକୁ ଦିଆଯାଇଛି ।
ସଂସଦର ନୂଆ ଭବନ ନିର୍ମାଣ କରିବ ଟାଟା ପ୍ରୋଜେକ୍ଟସ ଲିମିଟେଡ । ଏ ନେଇ କମ୍ପାନୀ ୮୬୧.୯୦ କୋଟି ଟଙ୍କାର ବିଡ ହାସଲ କରିଥିବା ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏଲ ଆଣ୍ଡ ଟି ଲିମିଟେଡ ଏହାର ନିର୍ମାଣ ପାଇଁ ୮୬୫ କୋଟି ଟଙ୍କାର ବିଡ ଲଗାଇଥିଲା। ତେବେ ଶେଷରେ ଟାଟା ପ୍ରୋଜେକ୍ଟ ଲିମିଟେଡ ସପକ୍ଷରେ ଚୂଡାନ୍ତ ନିଷ୍ପତ୍ତି ଆସିଥିଲା ।
ନୂଆ ବିଲ୍ଡିଂରେ ଅଧିକ ସାଂସଦଙ୍କ ପାଇଁ ସ୍ଥାନ ମିଳିବ । କାରଣ ନିର୍ବାଚନମଣ୍ଡଳୀ ସୀମା ପରେ ଲୋକସଭା ଓ ରାଜ୍ୟସଭାର ଶକ୍ତି ବୃଦ୍ଧି ପାଇପାରେ । ଏଥିରେ ପ୍ରାୟ 1400 ସାଂସଦ ବସିବା ପାଇଁ ସ୍ଥାନ ପାଇବେ । ଅନ୍ୟ ଜଣେ ଅଧିକାରୀ କହିଛନ୍ତି କି ଏହି ବିଲ୍ଡିଂଟି ସିମେଣ୍ଟ ଓ କଂକ୍ରିଟ ଫ୍ରେମରେ ଗଠନ ହେବ ।