ETV Bharat / bharat

ବିରଳ ଅସ୍ତ୍ରୋପଚାର ! ମହିଳାଙ୍କୁ ପେଟରୁ ବାହାରିଲା ୪ କେଜିର ଜେଲି - କୋଲକାତା ଏନଆରଏସ ହସ୍ପିଟାଲ

କୋଲକାତାର NRS ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର । ଜେଲି ବେଲି ନାମକ ରୋଗରେ ପୀଡିତ ଜଣେ ମହିଳାଙ୍କୁ ପେଟରୁ ସର୍ଜରୀ ଜରିଆରେ ବାହାରିଲେ ୪ କେଜିର ଜେଲି । ଅଧିକ ପଢନ୍ତୁ

କୋଲକାତା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର
କୋଲକାତା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର
author img

By

Published : Mar 24, 2023, 12:33 PM IST

କୋଲକାତା: ପଶ୍ଚିମବଙ୍ଗ କୋଲକାତାର ଏକ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ହୋଇଛି । ଏଠାରେ ଜଣେ ୪୬ ବର୍ଷୀୟା ମହିଳାଙ୍କ ପେଟରୁ ୪ କେଜିର ଜେଲି ବାହାରିଛି । ଡାକ୍ତରଙ୍କ କହିବା ଅନୁସାରେ, ଉକ୍ତ ମହିଳା ସ୍ୟୁଡୋମାଇଜୋମା ପେରିଟୋନି(Pseudomyxoma Peritonei) ରୋଗରେ ପୀଡିତ ଥିଲେ । ଯାହାକୁ ସାଧାରଣ ଭାଷାରେ ଜେଲି ବେଲି କହନ୍ତି । ଏହି ରୋଗରେ ପୀଡିତ ହୋଇଥିବା ମହିଳାଙ୍କ ନାମ ଚାପ୍ପିୟା ଶେଖ୍ ଏବଂ ଘର ନଦିଆ ଅଞ୍ଚଳରେ । ଦୀର୍ଘଦିନ ଧରି ସେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ । ତାଙ୍କୁ ଆଦୌ ଭୋକ ଲାଗୁନଥିଲା । ଖାଦ୍ୟ କମ୍ ଖାଇଲେ ମଧ୍ୟ ପେଟ ଭର୍ତ୍ତି ହେବା ପରି ଲାଗୁଥିଲା । ପେଟରେ ହାତ ରଖିଲେ ଶସ୍ୟ ଭଳି କିଛି ପଦାର୍ଥର ଅନୁଭବ ହେଉଥିଲା ।

ଏହାପରେ ମହିଳାଙ୍କୁ କୋଲକାତା ସ୍ଥିତ ନିଲ୍ ରତନ ସିରକାର(NRS) ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସିଟି ସ୍କାନରୁ ସେ ଏକ ବିରଳ ରୋଗରେ ପୀଡିତ ଥିବାର ଜଣାପଡିଥିଲା । ସର୍ଜରୀ ବିଭାଗର ଡାକ୍ତର ପ୍ରଫେସର ଉପ୍ପଲଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ଏନେଇ ଡାକ୍ତର ‘ଇଟିଭି ଭାରତ’କୁ କହିଛନ୍ତି, ଉକ୍ତ ମହିଳା ସ୍ୟୁଡୋମାଇଜୋମା ପେରିଟୋନି ନାମକ ବିରଳ ରୋଗରେ ପୀଡିତ ଥିଲେ । ଯାହାକୁ କି ଜେଲି ବେଲି କୁହାଯାଏ । ସାଧାରଣତଃ ଟ୍ୟୁମର କଠିନ । ମାତ୍ର ଏହି ରୋଗରେ ଏହା ତରଳ ପଦାର୍ଥ ଭଳି ଥାଏ । ଏହିଭଳି ରୋଗ ଆପଣ୍ଡେକ୍ସି ଅଥବା ଗର୍ଭାଶୟରୁ ଆରମ୍ଭ ହୋଇଥାଏ ।

ଟ୍ୟୁମରରେ ଯେଉଁ କୋଷିକା ଗୁଡିକ ଥାଏ ସେସବୁ ଅଚାନକ ଏକ ଛିଦ୍ରରୁ ବାହାରି ପୁରା ପେଟରେ ମାଡିଯାଏ । ଫଳରେ ଏହା ଜେଲିର ରୂପ ନେଇଥାଏ । ସାଇକ୍ଲୋ ରେଡକ୍ଟିଭ(cyclo reductive) ଚିକିତ୍ସା ପଦ୍ଧତି ଦ୍ବାରା ଏହି ରୋଗର ନିରାକରଣ ସମ୍ଭବ । ମାତ୍ର ଟ୍ୟୁମରରୁ ଜେଲିକୁ ପୁରାପୁରି ବାହାର କରିବା ସମ୍ଭବ ନୁହେଁ । ଏଥିପାଇଁ ଯେଉଁ ଚିକିତ୍ସା କରାଯାଏ ତାହାକୁ କେମୋଥେରାପି କୁହନ୍ତି । ସର୍ଜରୀ ବ୍ୟତୀତ ରୋଗୀଙ୍କୁ କେମୋ ଦିଆଯାଏ । ଏଥିରେ ରୋଗୀଙ୍କ ବଞ୍ଚିବାର ୮୦ ପ୍ରତିଶତ ସମ୍ଭାବନା ଥାଏ ।

ଡାକ୍ତରଙ୍କ କହିବାନୁସାରେ, ୨୫ ଲକ୍ଷ ଲୋକରେ ଜଣକୁ ଏହି ରୋଗ ହୋଇଥାଏ । ପଶ୍ଚିମବଙ୍ଗରେ ଏହି ଚିକିତ୍ସା ପଦ୍ଧତି ଉପଲବ୍ଧ ନାହିଁ । ହେଲେ ଗତ ଶନିବାର ଦିନ ଉକ୍ତ ମହିଳାଙ୍କ ଅପରେସନ କରାଯାଇଥିଲା । ଅସ୍ତ୍ରୋପଚାର ଜରିଆରେ ତାଙ୍କ ଶରୀରରୁ ଜେଲି ବାହାର କରାଯାଇଥିଲା । ପାଖାପାଖି ୮ ଘଣ୍ଟା ଧରି ଅସ୍ତ୍ରୋପଚାର ଚାଲିଥିଲା । ତେବେ ମହିଳାଙ୍କ ସଫଳ ଅସ୍ତ୍ରୋପଚାର ହୋଇଛି । କିଛି ଦିନ ପରେ ତାଙ୍କୁ କ୍ୟାନ୍ସର ବିଭାଗକୁ ନିଆଯାଇ କେମୋଥେରାପି ଦିଆଯିବ । ତେବେ ବର୍ତ୍ତମାନ ସମୟରେ ଉକ୍ତ ମହିଳା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଖୁବଶୀଘ୍ର ସେ ସ୍ବାଭାବିକ ଜୀବନ ଧାରଣ କରିପାରିବେ ବୋଲି ଡାକ୍ତର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.