ETV Bharat / bharat

ବିଶ୍ବରେ ପ୍ରଥମ ମାମଲା, ଖାଦ୍ୟନଳୀକୁ କଣା କଲା ହ୍ବାଇଟ ଫଙ୍ଗସ - ଖାଦ୍ୟନଳୀ

ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରୁ ସାମ୍ନାକୁ ଆସିଛି ମ୍ୟୁକରମାଇକୋସିସର ଏକ ବିରଳ ଓ ଆଶ୍ଚର୍ଯ୍ୟ ଜନକ ମାମଲା । ହସ୍ପିଟାଲରେ ଭର୍ତ୍ତି ଜଣେ ରୋଗୀ ଶରୀରର ଖାଦ୍ୟନଳୀର କ୍ଷୁଦ୍ରତନ୍ତ୍ର ଓ ବୃହତନ୍ତ୍ରରେ କଣା ହୋଇଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବିଶ୍ବରେ ପ୍ରଥମ ମାମଲା, ଖାଦ୍ୟନଳୀକୁ କଣା କଲା ହ୍ବାଇଟ ଫଙ୍ଗସ

author img

By

Published : May 27, 2021, 8:37 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନାର ଭୟାବହ ସ୍ଥିତି ମଧ୍ୟରେ ଛାତି ଥରାଉଛି ଫଙ୍ଗସ । ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରୁ ସାମ୍ନାକୁ ଆସିଛି ମ୍ୟୁକରମାଇକୋସିସର ଏକ ବିରଳ ଓ ଆଶ୍ଚର୍ଯ୍ୟ ଜନକ ମାମଲା । ହସ୍ପିଟାଲରେ ଭର୍ତ୍ତି ଜଣେ ରୋଗୀ ଶରୀରର ଖାଦ୍ୟନଳୀର କ୍ଷୁଦ୍ରତନ୍ତ୍ର ଓ ବୃହତନ୍ତ୍ରରେ କଣା ହୋଇଯାଇଥିବା ଜଣାପଡିଛି ।

ବିଶ୍ବରେ ପ୍ରଥମ ମାମଲା, ଖାଦ୍ୟନଳୀକୁ କଣା କଲା ହ୍ବାଇଟ ଫଙ୍ଗସ
ବିଶ୍ବରେ ପ୍ରଥମ ମାମଲା, ଖାଦ୍ୟନଳୀକୁ କଣା କଲା ହ୍ବାଇଟ ଫଙ୍ଗସ
ବିଶ୍ବରେ ପ୍ରଥମ ମାମଲା, ଖାଦ୍ୟନଳୀକୁ କଣା କଲା ହ୍ବାଇଟ ଫଙ୍ଗସ
ବିଶ୍ବରେ ପ୍ରଥମ ମାମଲା, ଖାଦ୍ୟନଳୀକୁ କଣା କଲା ହ୍ବାଇଟ ଫଙ୍ଗସ

ଫଙ୍ଗସ ସଂକ୍ରମଣ କାରଣରୁ କ୍ଷୁଦ୍ରତନ୍ତ୍ର ଓ ବୃହତନ୍ତ୍ରରେ ଦେଖିବାକୁ ମିଳିଛି କଣା । ହସ୍ପିଟାଲ ପକ୍ଷରୁ ଦାବି କରାଯାଇଛି ଯେ ଏହି ମାମଲା ବିଶ୍ବର ପ୍ରଥମ ଏଭଳି ଘଟଣା ଯେଉଁଥିରେ ହ୍ବାଇଟ ଫଙ୍ଗସ ଏହିଭଳି ରୋଗୀର ଖାଦ୍ୟନଳୀର କ୍ଷୁଦ୍ରତନ୍ତ୍ର ଓ ବୃହତନ୍ତ୍ରକୁ ପ୍ରଭାବିତ କରିଛି ।

ହସ୍ପିଟାଲ ପକ୍ଷରୁ ଦେଇଥିବା ସୂଚନା ଅନୁଯାୟୀ, ମେ 13ରେ 49 ବର୍ଷ ବୟସ୍କ ମହିଳାଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଅଣାଯାଇଥିଲା। ତାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ଏବଂ ବାନ୍ତି, କୋଷ୍ଠକାଠିନ୍ୟର ଅଭିଯୋଗ ଆସିଥିଲା ​। ମହିଳା ଜଣକ କର୍କଟ ପୀଡିତ ଅଛନ୍ତି ଏବଂ 4 ସପ୍ତାହ ପୂର୍ବରୁ ତାଙ୍କର କେମୋଥେରାପି ହୋଇଥିଲା | ଏହି ଅବସ୍ଥା ଦେଖି ଯେତେବେଳେ ଡାକ୍ତରମାନେ ସିଟି ସ୍କାନ କରିଥିଲେ, ସେତେବେଳେ ମହିଳାଙ୍କ ପେଟରେ କିଛି ବାୟୁ ଏବଂ ତରଳ ପଦାର୍ଥ ଦେଖାଯାଉଥିଲା, ଯାହା କ୍ଷୁଦ୍ରତନ୍ତ୍ରରେ ଏକ ଛିଦ୍ର ଥିବା ସୂଚାଉଥିଲା ।

ହସ୍ପିଟାଲର ଲିଭର ଗ୍ୟାଷ୍ଟ୍ରୋଏଣ୍ଟଷ୍ଟ୍ରୋଲୋଜି ଏବଂ ପାନକ୍ର୍ରିୟାଟାଇଟିକୋବିଲରି ସାଇନ୍ସ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ଡାକ୍ତର ଅନିଲ ଆରୋରା କହିଛନ୍ତି ଯେ ରୋଗୀର ଅବସ୍ଥା ଅତ୍ୟନ୍ତ ଗୁରୁତର। ତାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ମହିଳାଙ୍କୁ ଡାକ୍ତରଖାନା ଅଣାଯିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କୁ ପ୍ରଶ୍ବାସ ନେବାରେ ଅସୁବିଧା ହେଉଥିଲା। ସଙ୍ଗେ ସଙ୍ଗେ ରୋଗୀ ଜଣକ ପେଟରେ ଏକ ପାଇପ ଲଗାଇ ଭିତରୁ ଏକ ଲିଟର ପୁଜ ଏବଂ ତରଳ ପଦାର୍ଥ ବାହାର କରାଯାଇଥିଲା । ଏହାପରେ ଡାକ୍ତର ସମୀର ନନ୍ଦୀଙ୍କ ନେତୃତ୍ବରେ ଏକ ଟିମ ଜରିଆରେ ରୋଗୀ ଜଣଙ୍କୁ ଓଟିକୁ ଅଣାଯାଇଥିଲା ।

ଡାକ୍ତର ସମୀର ନନ୍ଦୀ କହିଛନ୍ତି ଯେ ମହିଳାଙ୍କ ପେଟରେ ପାଇପ ଲଗାଇ ଅସ୍ତ୍ରୋପଚାର କରିବା ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ଏଥିପାଇଁ 4 ଘଣ୍ଟା ଲାଗିଗଲା । ଖାଦ୍ୟନଳୀର କ୍ଷୁଦ୍ରତନ୍ତ୍ର ଏବଂ ବୃହତନ୍ତ୍ରରେ ଛିଦ୍ରଗୁଡିକ ଅପରେସନ ଜରିଆରେ ବନ୍ଦ କରାଗଲା । କ୍ଷୁଦ୍ରତନ୍ତ୍ରରେ ଥିବା ଗ୍ୟାଙ୍ଗରିନକୁ ମଧ୍ୟ କାଟି କାଟି ବାହାର କରାଯାଇଥିଲା । ଏହା ସହିତ ଖାଦ୍ୟନଳୀର ଏକ ଖଣ୍ଡ ବାୟୋସ୍କି ପାଇଁ ପଠାଯାଇଥିଲା ।

ଡାକ୍ତର ଅନିଲ ଆରୋରାଙ୍କ କହିବାନୁଯାୟୀ, ଷ୍ଟେରଏଡ ବ୍ୟବହାର ପରେ ବ୍ଲାକ ଫଙ୍ଗସ ମାଧ୍ୟମରେ ଅନ୍ତଃନଳୀରେ ଛିଦ୍ର ଥିବା ମାମଲା ସାମ୍ନାକୁ ଆସିଥିଲା, କିନ୍ତୁ ଖାଦ୍ୟନଳୀର କ୍ଷୁଦ୍ରତନ୍ତ୍ର ଏବଂ ବୃହତନ୍ତ୍ରରେ କଣା ହେବା ଏହା ପ୍ରଥମ ମାମଲା । ଏହିଭଳି ମାମଲା ଏପର୍ଯ୍ୟନ୍ତ କୌଣସି ଡାକ୍ତରୀ ଚିକିତ୍ସା ସାହିତ୍ୟରେ ପ୍ରକାଶିତ ହୋଇନାହିଁ । ବୋଧହୁଏ ଏହି ଘଟଣାର କାରଣ ରୋଗୀର ତିନୋଟି ପର୍ଯ୍ୟାୟ ଥିଲା, ଯେଉଁ କାରଣରୁ ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.