ETV Bharat / bharat

ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ - ସୋନିଆ ଗାନ୍ଧୀଙ୍କ ସଚିବଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଜାତୀୟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ । ବିବାହ ଓ ଚାକିରୀ ପ୍ରଲୋଭନ ଦେଖାଇ ସୋନିଆଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

author img

By

Published : Jun 27, 2022, 10:49 PM IST

ନୂଆଦିଲ୍ଲୀ: ଜାତୀୟ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ । ବିବାହ ଓ ଚାକିରୀ ପ୍ରଲୋଭନ ଦେଖାଇ ସୋନିଆଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପୀଡ଼ିତା ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

ପୀଡ଼ିତା କହିଛନ୍ତି ଯେ, 'ବିବାହ ଓ ଚାକିରୀ ପ୍ରଲୋଭନ ଦେଖାଇ ସୋନିଆଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନ ମୋ ସହ ଦୁଷ୍କର୍ମ କରିଛନ୍ତି । ଏହାକୁ ନେଇ ଦିଲ୍ଲୀ ପୋଲିସର ଜଣେ କର୍ମଚାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି । ସେପଟେ ବିଧିବଦ୍ଧ ଭାବରେ ଦିଲ୍ଲୀ ପୋଲିସ ପକ୍ଷରୁ ଏହାକୁ ନେଇ କୌଣସି ଘୋଷଣା ହୋଇନାହିଁ ।

ଜୁନ୍‌ ୨୫ ତାରିଖରେ ଜଣେ ଯୁବତୀ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଉତ୍ତମ ନଗର ଥାନାରେ ଅଭିଯୋଗ କରିଥିଲେ । ତେବେ ଯାହାଙ୍କ ନାମରେ ସେ ଅଭିଯୋଗ କରିଛନ୍ତି ସେ ଜଣା ବଡ଼ କଂଗ୍ରେସ ନେତାଙ୍କ ବ୍ୟକ୍ତିଗତ ସଚିବ । ଏହାକୁ ନେଇ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୭୬ ଓ ଧାରା ୫୦୬ରେ ମାମଲା ରୁଜୁ କରାଯାଇଛି । ଏହାକୁ ନେଇ ଦ୍ବାରକା ଡେପୁଟି କମିଶନର ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

ପୀଡ଼ିତାଙ୍କ ସ୍ବାମୀ କଂଗ୍ରେସ ପାଇଁ କାର୍ଯ୍ୟ କରୁଥିଲେ । ତେବେ ୨୦୨୦ ତାଙ୍କର ମୃତ୍ୟୁ ହୋଇଛି । ସେ କଂଗ୍ରେସ ପାଇଁ ବିଭିନ୍ନ ସ୍ଥାନରେ ହୋର୍ଡିଂ ଓ ବ୍ୟାନର ଲଗାଇବା କାର୍ଯ୍ୟ କରୁଥିଲେ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.