ETV Bharat / bharat

ଖାକିରେ ଦାଗ, ପୋଲିସ ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

author img

By

Published : Oct 25, 2022, 9:45 AM IST

Updated : Oct 25, 2022, 2:21 PM IST

ପୋଲିସ ନାମରେ ଦୁଷ୍କର୍ମ ଅଭିଯୋଗ । କର୍ଣ୍ଣାଟକ ଚିତ୍ରଦୁର୍ଗା ଚାଲାକେରା ସିପିଆଇଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଖାକିରେ ଦାଗ, ପୋଲିସ ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ
ଖାକିରେ ଦାଗ, ପୋଲିସ ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

ବେଙ୍ଗାଲୁରୁ: ଖାକିରେ ଦାଗ । ରକ୍ଷକ ସାଜିଲା ଭକ୍ଷକ । ପୋଲିସ ବାବୁଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା । କର୍ଣ୍ଣାଟକ ଚିତ୍ରଦୁର୍ଗା ଚାଲାକେରା ସିପିଆଇଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ତାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ମହିଳା ଜଣଙ୍କ ଅଭିଯୋଗ ଅନୁସାରେ ପୋଲିସ ଜଣଙ୍କ ଥରେ ନୁହେଁ ବରଂ ବାରମ୍ବାର ମହିଳାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ । ଏହି ଘଟଣାରେ ଏକ ନୂଆ ଟ୍ବିଷ୍ଟ ଆସିଛି । ମହିଳା ଜଣଙ୍କ ତାଙ୍କ ଅଭିଯୋଗରୁ ଓହରି ଯାଇଥିବା ସୂଚନା ମିଳିଛି । ମହିଳାଙ୍କ ଉପରେ ଚାପ ପଡିବାରୁ ସେ ଏପରି କରିଥିବା ଅନୁମାନ କରାଯାଉଛି ।

ଚିତ୍ରଦୁର୍ଗା ମହିଳା ପୋଲିସ ଷ୍ଟେସନରେ ମହିଳା ଜଣଙ୍କ ସିପିଆଇଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ହେଲେ ବର୍ତ୍ତମାନ ମହିଳା ଜଣଙ୍କ ତାଙ୍କ ଅଭିଯୋଗ ଉଠାଇ ନେଇଛନ୍ତି । ସେ କହିଛନ୍ତି ସିପିଆଇ ମୋ ସହ ଦୁଷ୍କର୍ମ କରି ନାହାନ୍ତି । ମୋର ମାନସିକ ସ୍ଥିତି ଭଲ ନଥିବାରୁ ମୁଁ ଏହି ଅଭିଯୋଗ କରିଥିଲି । ଥାନାକୁ ଆସି ମହିଳା ଜଣଙ୍କ ଏପରି ବୟାନ ଦେଇଛନ୍ତି ଫଳରେ ଘଟଣାଟି ୟୁ-ଟର୍ନ ନେଇଛି ।

ପ୍ରଥମ ଚାଲାକେରା ସିପିଆଇ ଜିବି ଉମେଶଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ କରିବା ପୁଣି ଅଭିଯୋଗକୁ ଉଠାଇ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସିବିଆଇ ଜିବି ଉମେଶ ମହିଳାଙ୍କ ଦିଅର ହୋଇଥିବା ଜଣାପଡିଛି । 5 ବର୍ଷ ପୂର୍ବରୁ ଉମେଶ ଦାଭାଙ୍ଗେରେରେ ରହୁଥିବା ସମୟରେ ତାଙ୍କୁ ଦୁଷ୍କର୍ମ କରିଥିବା ପ୍ରଥମେ ଅଭିଯୋଗ କରିଥିଲେ ମହିଳା ।

ଏହା ବି ପଢନ୍ତୁ...୭ ବର୍ଷ ପରେ ପୀଡ଼ିତାଙ୍କୁ ନ୍ୟାୟ, ନାବାଳିକାଙ୍କୁ ଆଇଟମ୍‌ କହି ଜେଲ୍‌ ଗଲେ ଯୁବକ

ଅଭିଯୋଗ ଅନୁସାରେ ମହିଳାଙ୍କ ଜଣକ 5 ଥର ଗର୍ଭବତୀ ହୋଇଥିଲେ ଏବଂ ଗର୍ଭପାତ କରାଇଥିଲେ । ଉମେଶଙ୍କର ପୂର୍ବରୁ 2ଟି ସ୍ତ୍ରୀ ଅଛନ୍ତି । ଉକ୍ତ ମହିଳାଙ୍କୁ ସେ ତାଙ୍କ ସହ ରହିବାକୁ ବାଧ୍ୟ କରିଥିଲେ । ବିଭିନ୍ନ ସମୟରେ ମହିଳାଙ୍କୁ ଦମକ ମଧ୍ୟ ଦେଉଥିଲେ । ମହିଳାଙ୍କ ଅଭିଯୋଗ ପରେ ପୋଲିସ ଧାରା 376,23, 504, 506ରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ମହିଳା ଜଣଙ୍କ ପ୍ରଥମେ ଅଭିଯୋଗ କରିବା ପୁଣି ମୁକୁଳିଯିବା ପଛରେ କଣ କାରଣ ଥାଇପାରେ ତାର ତଦନ୍ତ କରୁଛି ପୋଲିସ ।

Last Updated : Oct 25, 2022, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.