ETV Bharat / bharat

ଦୁଷ୍କର୍ମକାରୀର ଜଘନ୍ୟକାଣ୍ଡ: ଜେଲରୁ ଫେରି ପୀଡ଼ିତାଙ୍କୁ କୁରାଢ଼ିରେ ହାଣି ହତ୍ୟା

author img

By ETV Bharat Odisha Team

Published : Nov 21, 2023, 1:07 PM IST

Rape Accused killed victim in Rajasthan: ରାଜସ୍ଥାନ କୌଶାମ୍ବୀରେ ଦୁଷ୍କର୍ମକାରୀର ଜଘନ୍ୟକାଣ୍ଡ । ଜାମିନରେ ଆସି ପୀଡ଼ିତାଙ୍କୁ କୁରାଢ଼ିରେ ହାଣି ନିର୍ମମ ହତ୍ୟା। ଅଧିକ ପଢ଼ନ୍ତୁ

ଦୁଷ୍କର୍ମକାରୀର ଜଘନ୍ୟକାଣ୍ଡ: ଜେଲରୁ ଫେରି ପୀଡ଼ିତାଙ୍କୁ କୁରାଢ଼ିରେ ହାଣି ହତ୍ୟା, ନ୍ୟାୟ ପାଇଁ ରାସ୍ତାରେ ପରିବାର

ଜୟପୁର(ରାଜସ୍ଥାନ): ରାଜସ୍ଥାନରେ ଅଭାବନୀୟ ଘଟଣା । କୌଶାମ୍ବୀ ଜିଲ୍ଲାରେ ଦୁଷ୍କର୍ମ ପୀଡ଼ିତାଙ୍କୁ କୁରାଢ଼ିରେ ହାଣି ନିର୍ମମ ଭାବେ ହତ୍ୟା କଲା ଜେଲ ଫେରନ୍ତା ଦୁଷ୍କର୍ମକାରୀ । ଗତକାଲି(ସୋମବାର) ରାତିରେ ଏହି ଜଘନ୍ୟକାଣ୍ଡ ଘଟାଇ ଫେରାର ହୋଇଯାଇଛି ଆସାମୀ ଏବଂ ତା'ର ଭାଇ । ମାମଲା ପ୍ରତ୍ୟାହାର ପାଇଁ ପୀଡ଼ିତାଙ୍କ ଉପରେ ଚାପ ପକାଇ ଆସୁଥିଲା ଆସାମୀ । ପୀଡ଼ିତା ରାଜି ନହେବାରୁ, ସେ ତାଙ୍କୁ ହତ୍ୟା କରିଛି । ହତ୍ୟାକାରୀକୁ ଧରିବା ପାଇଁ ପୋଲିସ ଆରମ୍ଭ କରିଛି ଛାନଭିନ୍ ।

ସୋମବାର ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ପୀଡ଼ିତା ଯୁବତୀ ଗୋରୁ ଚରାଇ ଘରକୁ ଫେରୁଥିବା ବେଳେ ତାଙ୍କୁ ଗାଁ ମୁଣ୍ଡରେ ଅଟକାଇଥିଲେ ଅଭିଯୁକ୍ତ ପବନ ଏବଂ ତାର ଭାଇ ଅଶୋକ । ଦୁଇ ଭାଇ ପୀଡ଼ିତାଙ୍କୁ କୁରାଢ଼ିରେ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା କରି ଫେରାର ହୋଇଯାଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଦୁଇ ଭାଇ ଏତେ ଭୟଙ୍କର ଭାବେ ପୀଡ଼ିତାଙ୍କୁ ଆକ୍ରମଣ କରିଥିଲେ ଯେ, ରକ୍ଷା କରିବା ପାଇଁ କେହି ବି ସାହସ କରିନଥିଲେ । ଆକ୍ରମଣ ପରେ ଯୁବତୀ ଜୀବନ ସହ ସଂଘର୍ଷ କରିବା ସମୟରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ପୀଡ଼ିତାଙ୍କୁ ହତ୍ୟାକରି ଦୁଇ ଭାଇ ତତକ୍ଷଣାତ ଗାଁରୁ ଫେରାର ହୋଇଯାଇଥିଲେ । ଗାଁ ଲୋକଙ୍କ କହିବା କଥା, ଅଭିଯୁକ୍ତ ଅଶୋକ ନିଷାଦ ଗତ କିଛି ମାସ ତଳେ ଏକ ହତ୍ୟା ମାମଲାରେ ଜେଲ ଯାଇଥିଲା । ସେହିପରି ପବନ ସମ୍ପୃକ୍ତ ପୀଡିତାଙ୍କୁ ଦୁଷ୍କର୍ମ ମାମଲାରେ ଜେଲ୍ ଯାଇଥିବା ବେଳେ ଗତ ୧୫ ଦିନ ତଳେ ଜାମିନ ଘରକୁ ଫେରିଥିଲା ।

ରାଜସ୍ଥାନରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ, ଦୁଷ୍କର୍ମ ପୀଡ଼ିତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯିବା ଘଟଣା, ପୋଲିସ ଏବଂ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସପି ବ୍ରିଜେଶ ଶ୍ରୀବାସ୍ତବ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ପଛରେ ଦୁଇ ପକ୍ଷ ମଧ୍ୟରେ ପୁରୁଣା ଶତ୍ରୁତା ଏବଂ ବିବାଦ ଦାୟୀ । ଏଥିରେ ଗୋଟିଏ ପକ୍ଷର ଲୋକ, ଅନ୍ୟପକ୍ଷର ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ପୋଲିସ ଦୁଇ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଛନ୍ତି ।

ସେପଟେ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପୀଡ଼ିତାଙ୍କ ପରିବାର । ପରିବାର ଲୋକ ମୃତଦେହକୁ ଜାତୀୟ ରାଜପଥରେ ରଖି ରାଜପଥ ଅବରୋଧ କରିଥିବା ବେଳେ, ପୋଲିସ ସେମାନଙ୍କୁ ବୁଝାସୁଝା କରିଛି । ଅଭିଯୁକ୍ତଙ୍କୁ ଗିରଫ ପାଇଁ ଖାନତଲାସି ଜାରି ରହିଥିବା କହିଛନ୍ତି ଚକସୁ ଏସିପି ଅଜୟ କୁମାର ଶର୍ମା ।

ଇଟିଭି ଭାରତ, କୌଶାମ୍ବୀ (ରାଜସ୍ଥାନ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.