ETV Bharat / bharat

ପ୍ରିୟଙ୍କାଙ୍କଠୁ 2 କୋଟିର ପେଣ୍ଟିଂ କିଣିବାକୁ ମତେ ବାଧ୍ୟ କରାଯାଇଥିଲା: ରାଣା କପୁର

author img

By

Published : Apr 24, 2022, 1:43 PM IST

'ୟେସ ବ୍ୟାଙ୍କ' ସହ- ସଂସ୍ଥାପକ ରାଣା କପୁର ଗାନ୍ଧୀ ପରିବାର ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଠାରୁ ଏମ.ଏଫ ହୁସେନଙ୍କ ଗୋଟିଏ ପେଣ୍ଟିଂ କିଣିବାକୁ ରାଣା କପୁରଙ୍କୁ ବାଧ୍ୟ କରିଥିଲେ । ଅଧିକ ପଢ଼ନ୍ତୁ

rana kapoor claim forced to buy hussian painting from priyanka gandhi
ପ୍ରିୟଙ୍କାଙ୍କଠାରୁ 2 କୋଟିର ପେଣ୍ଟିଂ କିଣିବାକୁ ମତେ ବାଧ୍ୟ କରାଯାଇଥିଲା: ରାଣା କପୁର

ମୁମ୍ବାଇ: 'ୟେସ ବ୍ୟାଙ୍କ' ସହ- ସଂସ୍ଥାପକ ରାଣା କପୁର ଗାନ୍ଧୀ ପରିବାର ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଠାରୁ ଏମ.ଏଫ ହୁସେନଙ୍କ ଗୋଟିଏ ପେଣ୍ଟିଂ କିଣିବାକୁ ରାଣା କପୁରଙ୍କୁ ବାଧ୍ୟ କରିଥିଲେ । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦ୍ବାରା ସ୍ବତନ୍ତ୍ର ଅଦାଲତରେ ଦାଖଲ କରାଯାଇଥିବା ଏକ ଚାର୍ଜସିଟରେ ଉଲ୍ଲେଖ ରହିଛି ।

ଏହି ପେଣ୍ଟିଂରୁ ମିଳିଥିବା ଅର୍ଥକୁ ଗାନ୍ଧୀ ପରିବାର ନ୍ୟୁୟର୍କରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ବ୍ୟୟ କରିଥିବା କୁହାଯାଇଛି । ଦାଖଲ ହୋଇଥିବା ଚାର୍ଜସିଟ୍ ଅନୁଯାୟୀ ରାଣା କପୁର ଇଡିଙ୍କୁ ସୂଚନା ଦେଇଛନ୍ତି, ଦିବଙ୍ଗତ ତଥା ତତକାଳୀନ ପେଟ୍ରୋଲିୟମ ମନ୍ତ୍ରୀ ମୁରଲୀ ଦେଓରା ଏହି ପେଣ୍ଟିଂ କିଣିବାକୁ ବାଧ୍ୟ କରାଇଥିଲେ । 2 କୋଟି ଟଙ୍କାର ଚେକ ପୈଠ କରିଥିବା ରାଣା କହିଛନ୍ତି, ପୂର୍ବତନ କଂଗ୍ରେସ ସାଂସଦ ମୁରଲୀ ଦେଓରାଙ୍କ ପୁଅ ମିଲିନ୍ଦ ଦେଓରା ଗୁପ୍ତରେ କହିଥିଲେ, ପେଣ୍ଟିଂ ବିକ୍ରିରୁ ମିଳିଥିବା ଅର୍ଥରେ ସୋନିଆ ଗାନ୍ଧୀଙ୍କ ଚିକିତ୍ସା କରାଯିବ।

ଚାର୍ଜସିଟରେ ଆହୁରି ମଧ୍ୟ ରହିଛି ହୁସେନଙ୍କ ପେଣ୍ଟିଂ କିଣିବା ପାଇଁ ରାଣାଙ୍କୁ ଅନେକ ପ୍ରଲୋଭନ ଦେଖାଯାଇଥିଲା । ସୋନିଆ ଗାନ୍ଧୀଙ୍କ ଡାକ୍ତରୀ ଚିକିତ୍ସା ନିମନ୍ତେ ଗାନ୍ଧୀ ପରିବାରକୁ ସହାୟତା କରିବାକୁ ସୁଯୋଗ ପାଇ ସେ ରାଣା ଭଲ କାମଟିଏ କରିଛନ୍ତି । ଏଥିପାଇଁ ତାଙ୍କୁ ‘ପଦ୍ମଭୂଷଣ’ ସମ୍ମାନ ଦିଆଯିବା ଲାଗି ବିଚାର କରାଯିବ ବୋଲି କୁହାଯାଇଥିଲା । ୨୦୨୦ରେ ଆର୍ଥିକ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ରାଣା କପୁର ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.